ପ୍ରଥମେ ନର ସଂହାର, ଏବେ ଗୁହାରି କରୁଛି ତାଲିବାନ
Advertisement

ପ୍ରଥମେ ନର ସଂହାର, ଏବେ ଗୁହାରି କରୁଛି ତାଲିବାନ

ଜିଓ ନ୍ୟୁଜ୍ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ତାଲିବାନର ବରିଷ୍ଠ ନେତା ଖଲିଲ ଉର ରେହମାନ ହକ୍କାନୀ (Senior Taliban leader Khalil ur Rehman Haqqani) କହିଛି ଯେ ସମୂହର କାହା ସହିତ କୌଣସି ଶତ୍ରୁତା ନାହିଁ । ଧର୍ମ ଆଧାରରେ ଘନି, ସାଲେହ ଏବଂ ମୋହିବଙ୍କ ସହ ତାଲିବାନ (Taliban) ମଧ୍ୟରେ ଶତ୍ରୁତା ଥିଲା । ଆମ ତରଫରୁ ସମସ୍ତଙ୍କୁ କ୍ଷମା କରିଦିଆଯାଇଛି, ସେ ଅନ୍ୟ ଦେଶର ସେନା ସହିତ ମିଶି ଲଢୁଥିବା ଜେନେରାଲ ହୁଅନ୍ତୁ କିମ୍ବା ସାଧାରଣ ଲୋକ ।

ପ୍ରଥମେ ନର ସଂହାର, ଏବେ ଗୁହାରି କରୁଛି ତାଲିବାନ

କାବୁଲ: Taliban take over Afghanistan: ବର୍ତ୍ତମାନ ପୁଣିଥରେ ଆଫଗାନିସ୍ତାନ (Afghanistan) ରେ ତାଲିବାନ (Taliban) ର ରାଜତ୍ୱ ଆରମ୍ଭ ହୋଇସାରିଛି । ଫଳରେ ସାରା ଦେଶରେ ଭୟର ବାତାବରଣ ଦେଖାଦେଇଛି । ସାଧାରଣ ଆଫଗାନ ଜନତା ଦେଶ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି । ଏହି ସମୟରେ ତାଲିବାନ କହିଛି ଯେ ରାଷ୍ଟ୍ରପତି ଅଶରଫ ଘନି (Ashraf Ghani), ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ (Amrullah Saleh) ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲା ମୋହିବ (Hamdullah Mohib) ଙ୍କୁ ମଧ୍ୟ କ୍ଷମା କରାଯାଇଛି ଓ ତିନିଜଣ ଚାହିଁଲେ ଦେଶକୁ ଫେରି ପାରିବେ ।

ଜିଓ ନ୍ୟୁଜ୍ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ତାଲିବାନର ବରିଷ୍ଠ ନେତା ଖଲିଲ ଉର ରେହମାନ ହକ୍କାନୀ (Senior Taliban leader Khalil ur Rehman Haqqani) କହିଛି ଯେ ସମୂହର କାହା ସହିତ କୌଣସି ଶତ୍ରୁତା ନାହିଁ । ଧର୍ମ ଆଧାରରେ ଘନି, ସାଲେହ ଏବଂ ମୋହିବଙ୍କ ସହ ତାଲିବାନ (Taliban) ମଧ୍ୟରେ ଶତ୍ରୁତା ଥିଲା । ଆମ ତରଫରୁ ସମସ୍ତଙ୍କୁ କ୍ଷମା କରିଦିଆଯାଇଛି, ସେ ଅନ୍ୟ ଦେଶର ସେନା ସହିତ ମିଶି ଲଢୁଥିବା ଜେନେରାଲ ହୁଅନ୍ତୁ କିମ୍ବା ସାଧାରଣ ଲୋକ ।

ପ୍ରଥମେ ନର ସଂହାର, ଏବେ କରୁଛି ଗୁହାରି 

ଖଲିଲ ଉର ରହମାନ (Khalil ur Rehman Haqqani) ହେଉଛି ଆତଙ୍କବାଦୀ ସଂଗଠନ ହକ୍କାନି ନେଟୱାର୍କର ପ୍ରତିଷ୍ଠାତା ଜଲାଲୁଦ୍ଦିନ ହକ୍କାନୀ (Jalaluddin Haqqani) ର ଭାଇ । ଆମେରିକା ଏହି ଆତଙ୍କୀ ଉପରେ ୫ ମିଲିୟନ ଡଲାର (ପ୍ରାୟ ୩୫ କୋଟି) ପୁରସ୍କାର ଘୋଷଣା କରିଥିଲା । ତାଲିବାନ ଆସିବା ପରଠାରୁ ସେ କାବୁଲ ରାସ୍ତାରେ ମୁକ୍ତ ଭାବରେ ବୁଲୁଛି । କାବୁଲର ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱ ତା ହାତରେ ରହିଛି । ଦେଶ ଛାଡି ନଯିବାକୁ ଲୋକଙ୍କୁ ହକ୍କାନୀ ମଧ୍ୟ ନିବେଦନ କରିଛି । ସେ କହିଛି ଯେ ତାଙ୍କର ଶତ୍ରୁ ମିଥ୍ୟା ପ୍ରଚାର କରୁଛନ୍ତି ଯେ ସେ ପ୍ରତିଶୋଧ ନେବେ । "ତାଜିକ୍, ବାଲୁଚ, ହଜାରା ଏବଂ ପାଶ୍ତୁନ୍ ଆମର ସମସ୍ତ ଭାଇ ।" ବୋଲି ସେ କହିଛି ।

ମିଳିତ ସରକାରର ପ୍ରତିଶୃତି 

ହକ୍କାନି କହିଛି ଯେ ଆଫଗାନିସ୍ତାନରେ ଏକ ମିଳିତ ସରକାର ଗଠନ ହେବ ଯେଉଁଥିରେ ସମସ୍ତ ଦଳ ସ୍ଥାନ ପାଇବେ । ଶିକ୍ଷିତ ଲୋକଙ୍କୁ ସରକାରରେ ଅନ୍ତର୍ଭୁକ୍ତ କରାଯିବ । ତାଲିବାନ ସମସ୍ତ ମୁସଲମାନ ଦେଶ ମଧ୍ୟରେ ଏକତା ଏବଂ ସମନ୍ୱୟ ଚାହୁଁଛି ।

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍

ଅଧିକ ପଢ଼ନ୍ତୁ:-ବାଗଲାନ ପ୍ରଦେଶକୁ କବଜା କଲା ଅହମ୍ମଦ ମାସୁଦଙ୍କ ସେନା, ୩୦୦ରୁ ଉର୍ଦ୍ଧ୍ୱ ତାଲିବାନ ଆତଙ୍କୀ ନିହତ

ଅଧିକ ପଢ଼ନ୍ତୁ:-ବାଇଡେନଙ୍କୁ ତାଲିବାନର ଖୋଲା ଧମକ, କହିଲେ-ଯଦି ଆମେରିକା...

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଉ ଏକ ଗୁଡ୍ ନ୍ୟୁଜ୍

ତାଲିବାନର ମିଛ ପ୍ରତିଶୃତି 

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ତାଲିବାନ ନେତା ଖଲିଲ-ଉର-ରେହମାନ ହକ୍କାନୀଙ୍କ ସମସ୍ତ ବିରୋଧୀଙ୍କୁ କ୍ଷମା କରିବା ଦାବି କେତେ ମିଛ ତାହା ଏହା ଆଫଗାନିସ୍ତାନ ପୋଲିସ ମୁଖିଆଙ୍କ ନିର୍ଦ୍ଦୟ ହତ୍ୟାରୁ ଜଣାପଡ଼ିଥାଏ ।

ପୋଲିସ ମୁଖିଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ତାଲିବାନୀ ଆତଙ୍କୀ

ହେରାତରେ ବଗଧୀସ ପ୍ରଦେଶର ପୋଲିସ ମୁଖ୍ୟ ଥିବା ହାଜି ମୁଲ୍ଲା ଆଖାକାଇ ତାଲିବାନ ନିକଟରେ ଆତ୍ମସମର୍ପଣ କରିଥିଲେ । ଟ୍ୱିଟରରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳେ ଯେ ତାଲିବାନ ଆତଙ୍କବାଦୀମାନେ ଆଖାକଜାଇଙ୍କୁ ସବୁ ଦିଗରୁ ଘେରି ରହିଛନ୍ତି । ତାଙ୍କ ଆଖିରେ କଳା କପଡ଼ା ବନ୍ଧା ହୋଇଛି ଓ ସେ ଆଣ୍ଠୁରେ ବସିଛନ୍ତି । ଏହା ପରେ ତାଲିବାନ ଆତଙ୍କୀମାନେ ତାଙ୍କୁ ଗୁଳି କରି ହତ୍ୟା କରନ୍ତି ।