Prophet Mohammad Controversy: ଉପଦ୍ରବୀଙ୍କ ବିରୋଧରେ ବର୍ଷିଲେ ତସଲିମା ନସରିନ
Advertisement
Article Detail0/zeeodisha/odisha1217272

Prophet Mohammad Controversy: ଉପଦ୍ରବୀଙ୍କ ବିରୋଧରେ ବର୍ଷିଲେ ତସଲିମା ନସରିନ

 "ଯଦି ଭବିଷ୍ୟ‌ଦ୍‌ବକ୍ତା ମହମ୍ମଦ ଜୀବିତ ଥାନ୍ତେ ତାହେଲେ ସେ ସମଗ୍ର ବିଶ୍ୱରେ ମୁସଲିମ ମୌଳବାଦୀଙ୍କ ପାଗଳାମି ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତେ।"

Prophet Mohammad Controversy: ଉପଦ୍ରବୀଙ୍କ ବିରୋଧରେ ବର୍ଷିଲେ ତସଲିମା ନସରିନ

Taslima Nasreen Targets Rioter: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ରଖିବାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ହିଂସାତ୍ମକ ପରିସ୍ଥିତି। ଏହି ବୟାନକୁ ବିରୋଧ କରି ଗତ ଶୁକ୍ରବାର ଜୁମା ନମାଜ ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିଲା ହିଂସାକାଣ୍ଡ। ଏହି ଘଟଣାରେ ଉପଦ୍ରବୀଙ୍କ ବିରୋଧରେ ବର୍ଷିଛନ୍ତି ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନସରିନ। 

ଗତ ଶୁକ୍ରବାର ପରେ ଶନିବାର ପଶ୍ଚିମବଙ୍ଗ ହାୱଡା ଠାରେ ହିଂସାକାଣ୍ଡ ଭିଆଇଥିଲେ ଉପଦ୍ରବୀ। ଏହି ଘଟଣାରେ ଦୁଃଖ ପ୍ରକାଶ କରି ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନସରିନ ଟ୍ୱିଟର ଯୋଗେ କହିଛନ୍ତି, "ଯଦି ଭବିଷ୍ୟ‌ଦ୍‌ବକ୍ତା ମହମ୍ମଦ ଜୀବିତ ଥାନ୍ତେ ତାହେଲେ ସେ ସମଗ୍ର ବିଶ୍ୱରେ ମୁସଲିମ ମୌଳବାଦୀଙ୍କ ପାଗଳାମି ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତେ। ସମାଲୋଚନା ଠାରୁ କେହି ଉପରରେ ନୁହଁନ୍ତି। ସେ  କୌଣସି ମଣିଷ, ସାଧୁ, ମସିହା, ଭବିଷ୍ୟ‌ଦ୍‌ବକ୍ତା କିମ୍ବା ଏପରିକି ଭଗବାନ ମଧ୍ୟ ସମାଲୋଚନା ଠାରୁ ଶୀର୍ଷରେ ନୁହଁନ୍ତି। ବିଶ୍ୱକୁ ଏକ ଉନ୍ନତ ସ୍ଥାନ କରିବା ପାଇଁ ସମାଲୋଚନାମୂଳକ ଯାଞ୍ଚ ଆବଶ୍ୟକ। "

"ଲଜ୍ଜା" ନାମକ ପୁସ୍ତକ ପ୍ରକାଶନ ହେବା ପରେ ବିବାଦୀୟ ହୋଇପଡିବା ସମଗ୍ର ବିଶ୍ୱରେ ଚର୍ଚ୍ଚାର ପରିସରକୁ ଆସିଥିଲେ ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନସରିନ। ଏହି ପୁସ୍ତକରେ ସେ ବାଂଲାଦେଶର ମହିଳା ତଥା ମୌଳବାଦୀ ସମାଜ ଉପରେ ଆଲୋକପାତ ଦେଇଥିଲେ। ଯାହା ପରେ ତାଙ୍କୁ କଠୋର ସମାଲୋଚନା କରାଯାଇଥିଲା। ସେବେ ଠାରୁ ସେ ପ୍ରାୟ ୩ ଦଶନ୍ଧି ଧରି ନିର୍ବାସନରେ ରହୁଛନ୍ତି।

ନିକଟ ଅତୀତରେ ଜ୍ଞାନବ୍ୟାପୀ ମସଜିଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ସେ। ଏନେଇ ସେ କହିଥିଲେ ଏଠାରେ  ଏକ ପ୍ରାର୍ଥନାସ୍ଥଳ ରହିବା ଆବଶ୍ୟକ। ଏଠାରେ ଦଶଟି ଘର ରହିଛି। ଏଠାରେ ଗୋଟିଏ ଲେଖାଁଏ  ଘର  ହିନ୍ଦୁ,  ମୁସଲିମ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ,  ଶିଖ, ଇହୁଦୀ,  ପାର୍ସୀ  ଧର୍ମାବଲମ୍ବୀଙ୍କୁ ଦିଆଯିବ  ଆବଶ୍ୟକ।  ଏଠାରେ ଏକ ପାଠାଗାର,  ପ୍ରାଙ୍ଗଣ, ବାଲକୋନି,  ଶୌଚାଳୟ ଏବଂ ଖେଳ ଘର ରହିବା ଆବଶ୍ୟକ। ଜ୍ଞାନବ୍ୟାପୀ ମସଜିଦ  ପ୍ରସଙ୍ଗରେ ରଖିଥିବା ଏହି ପ୍ରତିକ୍ରିୟା ପାଇଁ  ଟ୍ରୋଲ ହୋଇଥିଲେ ସେ। 

Also Read: ଜ୍ଞାନବ୍ୟାପୀ ମସଜିଦ ବାବଦରେ ଏପରି ପରାମର୍ଶ ଦେଲେ ତସଲିମା ନସରିନ; ଜବାବ ରଖିଲେ ଟ୍ୱିଟର ୟୁଜର