ଯେତେବେଳେ ତେଜସ୍ୱୀ ଯାଦବ ନିଜ ବାପାଙ୍କୁ କହିଥିଲେ ସେ ଜଣେ ଖ୍ରୀଷ୍ଟିଆନ ଝିଅଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ ଲାଲୁଙ୍କ କ'ଣ ଥିଲା ପ୍ରତିକ୍ରିୟା
Advertisement
Article Detail0/zeeodisha/odisha1298932

ଯେତେବେଳେ ତେଜସ୍ୱୀ ଯାଦବ ନିଜ ବାପାଙ୍କୁ କହିଥିଲେ ସେ ଜଣେ ଖ୍ରୀଷ୍ଟିଆନ ଝିଅଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ ଲାଲୁଙ୍କ କ'ଣ ଥିଲା ପ୍ରତିକ୍ରିୟା

Tejashwi Yadav: ଲାଲୁ ଯାଦବଙ୍କ ଆଧୁନିକ ଚିନ୍ତାଧାରା ବିଷୟରେ ଚର୍ଚ୍ଚା କରି ୩୨ ବର୍ଷୀୟ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଯଦିଓ ମୋ ଭଉଣୀମାନେ ଆରେଞ୍ଜ ମେରେଜ କରିଛନ୍ତି । କିନ୍ତୁ ପରିବାର ପସନ୍ଦ କରୁଥିବା ପୁଅକୁ ସ୍ୱୀକାର ନକରିବା ପାଇଁ ସେମାନଙ୍କ ପାଖରେ ସ୍ୱାଧୀନତା ଥିଲା । 

ଯେତେବେଳେ ତେଜସ୍ୱୀ ଯାଦବ ନିଜ ବାପାଙ୍କୁ କହିଥିଲେ ସେ ଜଣେ ଖ୍ରୀଷ୍ଟିଆନ ଝିଅଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ ଲାଲୁଙ୍କ କ'ଣ ଥିଲା ପ୍ରତିକ୍ରିୟା

ପାଟନା: Tejashwi Yadav: ବିହାରର ନୂଆ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ (Tejashwi Yadav) ଏକ ସାକ୍ଷାତକାରରେ ନିଜ ପତ୍ନୀ ରଚେଲଙ୍କୁ ଏକ ଆଦର୍ଶ ସାଥୀ ବୋଲି କହିଛନ୍ତି । ସେ କହିଛନ୍ତି ଯ, ତାଙ୍କ ପରିବାର ଗତ ବର୍ଷ ଶେଷରେ ତାଙ୍କୁ ବିବାହ କରିବା ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲା । ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳୁଥିବା ତେଜସ୍ୱୀ କହିଛନ୍ତି ଯେ, ବିବାହ ପାଇଁ ମୋତେ ଏପରି ଏକ ସାଥୀର ଦରକାର ଥିଲା, ଯାହା ସହ ସହଭାଗୀତା ଓ ବୁଝାମଣା ହୋଇପାରିବ । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ସେହି ଜିନିଷ ପାଇଛନ୍ତି, ସେତେବେଳେ ସେ ତାଙ୍କ ପିତା ଲାଲୁ ଯାଦବଙ୍କୁ କହିଥିଲେ ଯେ ମୋତେ ଜଣେ ଝିଅ ମିଳିଛି । ସେ ଜଣେ ଖ୍ରୀଷ୍ଟିଆନ ଓ ମୁଁ ତାଙ୍କୁ ଡେଟ କରୁଛି, ଏଥିସହ ମୁଁ ତାଙ୍କୁ ବିବାହ କରିବାକୁ ଚାହୁଁଛି । ମୋ କଥାରେ ମୋ ବାପା କହିଥିଲେ 'ଠିକ ଅଛି' । ବିହାରର ଜାତିଗତ ଜଟିଳତା ମଧ୍ୟରେ ଲୋକମାନେ ମୋ ବାପା ଲାଲୁ ପ୍ରସାଦ (Lalu Prasad Yadav) ଙ୍କ ବିଷୟରେ ଏହା ଜାଣିବା ଉଚିତ୍ ।

ଲାଲୁ ଯାଦବଙ୍କ ଆଧୁନିକ ଚିନ୍ତାଧାରା ବିଷୟରେ ଚର୍ଚ୍ଚା କରି ୩୨ ବର୍ଷୀୟ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଯଦିଓ ମୋ ଭଉଣୀମାନେ ଆରେଞ୍ଜ ମେରେଜ କରିଛନ୍ତି । କିନ୍ତୁ ପରିବାର ପସନ୍ଦ କରୁଥିବା ପୁଅକୁ ସ୍ୱୀକାର ନକରିବା ପାଇଁ ସେମାନଙ୍କ ପାଖରେ ସ୍ୱାଧୀନତା ଥିଲା । କେହି କାହାକୁ ବାଧ୍ୟ କରିନଥିଲେ ।

ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ ପୂରଣ କଲେ ଅଶୋକ ଗେହଲୋଟଙ୍କ ଦାବି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବହୁତ ଖୁସ୍

ଏହା ବି ପଢ଼ନ୍ତୁ:-ଆଜି ବି ରାଜ୍ୟରେ ପ୍ରବଳ ଛେଚିବ, ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଏହା ବି ପଢ଼ନ୍ତୁ:-ଅଷ୍ଟମ ବେତନ ଆୟୋଗକୁ ନେଇ ମୋଦି ସରକାର ଦେଲେ ବଡ଼ ଅପଡେଟ୍, କେନ୍ଦ୍ର କର୍ମଚାରୀଙ୍କ ପାଇଁ କଲେ ବଡ଼ ଘୋଷଣା

ଆପଣଙ୍କୁ କହି ରଖୁଛୁ ଯେ, ଡିସେମ୍ବର ୨୦୨୧ରେ ରଚେଲ ଓ ତେଜସ୍ୱୀ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କର ବିବାହ ଫଟୋ ବହୁତ ଭାଇରାଲ ହୋଇଥିଲା । ଅନେକ ଲୋକ ତାଙ୍କ ଖ୍ରୀଷ୍ଟିଆନ ପତ୍ନୀଙ୍କ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେଜସ୍ୱୀଙ୍କ ବିବାହରେ ବହୁତ କମ୍ ଲୋକଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏହି ସମୟରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଅଂଶଗ୍ରହଣ କରିଥିଲେ ।