ହ୍ୟୁଷ୍ଟନରେ ଚୀନର ଦୂତାବାସ କାର୍ଯ୍ୟାଳୟ ବନ୍ଦ କରିବ ଆମେରିକା, ଚୀନର କଡ଼ା ନିନ୍ଦା
Advertisement

ହ୍ୟୁଷ୍ଟନରେ ଚୀନର ଦୂତାବାସ କାର୍ଯ୍ୟାଳୟ ବନ୍ଦ କରିବ ଆମେରିକା, ଚୀନର କଡ଼ା ନିନ୍ଦା

ଆମେରିକା ଓ ଚୀନ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଚୀନର ବ୍ୟବହାର ତଥା ଆକ୍ରୋଶମୂଳକ ମନୋଭାବ କାରଣରୁ ଆମେରିକା କଠୋର ପଦକ୍ଷେପ ନେବାକୁ ଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ହ୍ୟୁଷ୍ଟନଠାରେ ଥିବା ଚୀନୀ ବାଣିଜ୍ୟ ଦୂତାବାସକୁ ବନ୍ଦ କରି ଦେବାକୁ ନିଷ୍ପତ୍ତି ନେଇଛନ୍ତି। 

ହ୍ୟୁଷ୍ଟନରେ ଚୀନର ଦୂତାବାସ କାର୍ଯ୍ୟାଳୟ ବନ୍ଦ କରିବ ଆମେରିକା, ଚୀନର କଡ଼ା ନିନ୍ଦା

ନ୍ୟୁୟର୍କ: ଆମେରିକା ଓ ଚୀନ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଚୀନର ବ୍ୟବହାର ତଥା ଆକ୍ରୋଶମୂଳକ ମନୋଭାବ କାରଣରୁ ଆମେରିକା କଠୋର ପଦକ୍ଷେପ ନେବାକୁ ଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ହ୍ୟୁଷ୍ଟନଠାରେ ଥିବା ଚୀନୀ ବାଣିଜ୍ୟ ଦୂତାବାସକୁ ବନ୍ଦ କରି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି, ହ୍ୟୁଷ୍ଟନ ସହରରେ ଥିବା ଏହି ବାଣିଜିକ ଦୂତାବାସକୁ ବନ୍ଦ କରିଦିଆଯିବ। ଏହା ନିଶ୍ଚିତ ସମ୍ଭବ ବୋଲି ସେ କହିଛନ୍ତି। ଚୀନ ବିପକ୍ଷରେ ଏଭଳି ପଦକ୍ଷେପ ନିଶ୍ଚିତ ଜାରି ରହିବ। 

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି କି, ଆମେ ଯେଉଁ ଦୂତାବାସକୁ ବନ୍ଦ କରିଛି, ସେଠାରେ ନିଆଁ ଲାଗିଛି। କିନ୍ତୁ ସେଠାରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ରକୁ ଚୀନ ଦୂତାବାସ କାର୍ଯ୍ୟାଳୟର କର୍ମଚାରୀମାନେ ଜଳାଉଥିବା ନେଇ ଟ୍ରମ୍ପ ଅଭିଯୋଗ କରିଛନ୍ତି। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିବା ନେଇ ଟ୍ରମ୍ପ କହିଛନ୍ତି। 

ହ୍ୟୁଷ୍ଟନ ପୋଲିସ କହିଛି ଯେ, ମହାବାଣିଜ୍ୟିକ ଦୂତାବାସ ପରିସର ମଧ୍ୟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ରାତି ୮ଟାରେ ଏହି ଦସ୍ତାବିଜ ଗୁଡ଼ିକ ନିଆ ଲଗାଯାଇଥିବା ନେଇ ସୂଚନା ପାଇଥିଲୁ। ସଙ୍ଗେ ସଙ୍ଗେ ଦମକଳବାହିନୀ ଗାଡ଼ି ଗୁଡ଼ିକ ନିଆଁକୁ ଲିଭାଇବାକୁ ମଧ୍ୟ ସେଠାରେ ପହଞ୍ଚିଥିଲୁ। ସେପଟେ ଏହି ନିଆଁ ସେତେବେଳେ ଲାଗିଥିଲା ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ହ୍ୟୁଷ୍ଟନ, ଟେକ୍ସାସ ସହରରେ ଥିବା ଚୀନୀ ଦୂତାବାସକୁ ବନ୍ଦ କରିବାକୁ ଘୋଷଣା କରିଥିଲା। 

ସେପଟେ ଆମେରିକାର ଏହି ପଦକ୍ଷେପ ପରେ ଚୀନ ମଧ୍ୟ ଆକ୍ରମଣାତ୍ମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚୀନ କହିଛି ଯେ, ଆମେରିକା ହ୍ୟୁଷ୍ଟନ ସହରରେ ଥିବା ବାଣିଜ୍ୟିକ ଦୂତାବାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାକୁ ଚୀନ ଅପମାନଜନକ ତଥା ଅନୁଚିତମୂଳକ ପଦକ୍ଷେପ ବୋଲି କହିଛି। ଏଭଳି କରିବା ଦ୍ୱାରା ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି କରିବ। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଓ୍ୱାଙ୍ଗ ଓ୍ୱେନବିନ ଆମେରିକାର ଏହି ନିଷ୍ପତ୍ତିକୁ ଘୋର ନିନ୍ଦା କରିଛନ୍ତି। ଆମେରିକାର ଏହି ନିଷ୍ପତ୍ତି ସେତେବେଳେ ଆସିଛି ଯେତେବେଳେ ଦୁଇଟି ପ୍ରମୁଖ ରାଷ୍ଟ୍ର ମଧ୍ୟରେ ଅର୍ଥନୈତିକ ସମସ୍ୟା ବଢିବାରେ ଲାଗିଛି।