ଆସନ୍ତାକାଲି ଠାରୁ ଏପ୍ରିଲ ୪ ଯାଏ ବ୍ୟାଙ୍କରେ ଝୁଲିବ ତାଲା
Advertisement
Article Detail0/zeeodisha/odisha873130

ଆସନ୍ତାକାଲି ଠାରୁ ଏପ୍ରିଲ ୪ ଯାଏ ବ୍ୟାଙ୍କରେ ଝୁଲିବ ତାଲା

ପୁଣିଥରେ ୭ଦିନ ବ୍ୟାଙ୍କ ବନ୍ଦ (Bank Closed) ହେବାକୁ ଯାଉଛି। ଫଳରେ କୋଟିକୋଟି ଗ୍ରାହକ ଓ ସାଧାରଣ ଜନତା ଅନେକ ସମସ୍ୟାର ସମ୍ମୁଖୀନ ହେବେ।

ଆସନ୍ତାକାଲି ଠାରୁ ଏପ୍ରିଲ ୪ ଯାଏ ବ୍ୟାଙ୍କରେ ଝୁଲିବ ତାଲା

ନୂଆଦିଲ୍ଲୀ: ପୁଣି ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା। ମାର୍ଚ୍ଚ ୧୩ ଓ ୧୪ ଶନିବାର ଓ ରବିବାର ପାଇଁ  ବ୍ୟାଙ୍କ ଛୁଟି ଥିଲା । ସେହିପରି ସରକାରୀ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ମାର୍ଚ୍ଚ ୧୫ ଓ ୧୬ ତାରିଖରେ ବି ବନ୍ଦ ଡାକରା ଦେଇଥିଲେ। ଏହି ବନ୍ଦରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ହୋଇଥିଲେ ଯାହା ଫଳରେ ବ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ରୁପେ ବାଧାପ୍ରାପ୍ତ ହୋଇଥିଲା। 

ତେବେ ଏହାରି ମଧ୍ୟରେ ପୁଣିଥରେ ୭ଦିନ ବ୍ୟାଙ୍କ ବନ୍ଦ (Bank Closed) ହେବାକୁ ଯାଉଛି। ଫଳରେ କୋଟିକୋଟି ଗ୍ରାହକ ଓ ସାଧାରଣ ଜନତା ଅନେକ ସମସ୍ୟାର ସମ୍ମୁଖୀନ ହେବେ। ବିଶେଷ କରି ଶାଖାରେ ଜମା, ଉଠାଣ, ଚେକ୍ ଡ୍ର, ଋଣ ଆବେଦନ ପରି ସେବା ବାଧାପ୍ରାପ୍ତ ହେବ। 

ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ଯାଏ ବ୍ୟାଙ୍କରେ ଝୁଲିବ ତାଲା...

ତାରିଖ:        ବ୍ୟାଙ୍କ ବନ୍ଦ

ମାର୍ଚ୍ଚ ୨୭     ୪ର୍ଥ ଶନିବାର 

ମାର୍ଚ୍ଚ ୨୮       ରବିବାର

ମାର୍ଚ୍ଚ ୨୯     ରଙ୍ଗର ପର୍ବ ହୋଲି ବ୍ୟାଙ୍କ ବନ୍ଦ

ମାର୍ଚ୍ଚ ୩୦  ପାଟନାରେ ହୋଲି ଉତ୍ସବ 

ମାର୍ଚ୍ଚ ୩୧   ଆର୍ଥିକ ବର୍ଷର ଶେଷ ଦିନ, Closing କାମ 

ଏପ୍ରିଲ ୧    ବ୍ୟାଙ୍କର ଆକାଉଣ୍ଟ ବନ୍ଦ କର୍ମଚାରୀଙ୍କ କାମ

ଏପ୍ରିଲ ୨    ଗୁଡ୍‌ ଫ୍ରାଇଡେ ପାଇଁ ବ୍ୟାଙ୍କ ବନ୍ଦ

ଏପ୍ରିଲ ୪     ରବିବାର, ବ୍ୟାଙ୍କ ଛୁଟି

Also Read: ଦେଶରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ: ଏହି ୩ଟି ରାଜ୍ୟର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା...

ସେପଟେ ଗତ ୪ ବର୍ଷ ମଧ୍ୟରେ ୧୪ଟି ସରକାରୀ ବ୍ୟାଙ୍କ (Public sector Bank) କୁ ମିଶ୍ରଣ କରିଛନ୍ତି ସରକାର । ୨୦୧୯ରେ IDBI ବ୍ୟାଙ୍କର ଏକ ବଡ ଅଂଶଧନ LIC କୁ ବିକ୍ରି କରିଛନ୍ତି । ସେଥିରୁ ୧.୭୫ ଲକ୍ଷ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଭଳି ଭାବରେ ବ୍ୟାଙ୍କ ଗୁଡିକୁ ଘରୋଇକରଣ ବା ମିଶ୍ରଣ କରିବା ଦ୍ୱାରା କର୍ମଚାରୀମାନେ ଚାକିରି ହରେଇବା ବା ଛଟେଇ ହେବାର ଆଶଙ୍କା ରହୁଛି। ତେଣୁ ସେମାନେ ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରୁଛନ୍ତି।