ପ୍ରାଦେଶିକ ବିଧାନସଭାର ଖୈବର ପଖତୁନଖାଓ୍ୱା ସଦସ୍ୟ ରବି କୁମାର ନୌସେରା ପରିଦର୍ଶନରେ ଯାଇ ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ସ୍ଥାନୀୟ ପରିବାରଙ୍କୁ ଭେଟିଥିଲେ।
Trending Photos
Russia-ukraine War: ଚଣ୍ଡିଗଡ଼: ଯୁଦ୍ଧର (War) ଘନଘଟା ମଧ୍ୟରେ ୟୁକ୍ରେନବାସୀଙ୍କ (Ukraine) ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଯୁଦ୍ଧ ମଧ୍ୟରେ ୟୁକ୍ରେନବାସୀଙ୍କ ସୁରକ୍ଷା ପାଇଁ ମିଳିତ ଜାତିସଂଘ (UN) ସହିତ ଜଡିତ ୟୁନାଇଟେଡ୍ ଶିଖ୍ ସଂଗଠନ (Sikh Institute) ବୋମା ନିରୋଧୀ ସେଲଟର ବା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଅନୁଷ୍ଠାନର ନିର୍ଦ୍ଦେଶକ ହରଦୟାଲ ସିଂ, ବଲୱନ୍ତ ସିଂ ଏବଂ ନ୍ୟୁୟର୍କର ଓକିଲ ତଥା କାର୍ଯ୍ୟକର୍ତ୍ତା ଭିକ୍ଟର ହେର୍ଲିନସ୍କି ଖାର୍କିଭର (Kharkiv) ନିକଟସ୍ଥ ଅଞ୍ଚଳ ଗୁଡିକ ପରିଦର୍ଶନ କରି ଏହି ବିସ୍ଫୋରଣରେ ଘର ହରାଇଥିବା ପରିବାର ସହ କଥାବାର୍ତ୍ତା କରିଛନ୍ତି।
ସଂଗଠନର ଅଧିକାରୀମାନେ କହିଛନ୍ତି ଯେ ୟୁକ୍ରେନରେ ବୋମା ବିସ୍ଫୋରଣ ଆଶ୍ରୟସ୍ଥଳର ଜରୁରୀ ଆବଶ୍ୟକତା ରହିଛି । ଯାହା ଦ୍ୱାରା ଆମେ ଶିଶୁ, ମହିଳା, ବୃଦ୍ଧ ଏବଂ ରୋଗୀଙ୍କୁ ରକ୍ଷା କରିପାରିବା। ୟୁନାଇଟେଡ୍ ଶିଖ୍ ଶୀଘ୍ର ୟୁକ୍ରେନର ମଧ୍ୟଭାଗରେ ଥିବା ଧୂସର ଜୋନରେ ୩ ଶହରୁ ଅଧିକ ଶିଶୁ, ମହିଳା ଏବଂ ପୁରୁଷଙ୍କ ପାଇଁ ଏକ ଆଶ୍ରୟସ୍ଥଳ ସ୍ଥାପନ କରିବେ।
ୟୁନାଇଟେଡ୍ ଚିକିତ୍ସା ସହାୟତା, ଜୀବନ ରକ୍ଷାକାରୀ ରିଲିଫ୍ ସାମଗ୍ରୀ, ସ୍ୱଚ୍ଛତା ଏବଂ ଦାନ୍ତ କିଟ୍, ପୋଷାକ ଏବଂ ଖାଦ୍ୟ ଯୋଗାଇ ଶରଣାର୍ଥୀଙ୍କ ଯତ୍ନ ନେଉଛନ୍ତି। ଏହି ସମୟରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସଂଗଠନର ଟିମ୍ ପାକିସ୍ତାନ ଗସ୍ତ କରୁଛନ୍ତି। ଏନଜିଓ ତୁରନ୍ତ ପାକିସ୍ତାନର ଚାରସଡା ଜିଲ୍ଲାକୁ ରିଲିଫ ସାମଗ୍ରୀ ବିତରଣ କରିଥିଲା ଯେଉଁଠାରେ ବନ୍ୟାରେ ହଜାର ହଜାର ଲୋକ ଏବଂ ପଶୁପାଳନଙ୍କ ଜୀବନ ତଥା ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। ୟୁନାଇଟେଡ୍ ଶିଖର ସ୍ଥାନୀୟ ଶିଖ୍ ସ୍ୱେଚ୍ଛାସେବୀମାନେ ବନ୍ୟା ପ୍ରଭାବିତ ପରିବାରକୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ସେମାନଙ୍କୁ ଖାଦ୍ୟ, ଜଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବା ପାଇଁ ଏକ ଶିବିର ସ୍ଥାପନ କରିଛନ୍ତି।
ପ୍ରାଦେଶିକ ବିଧାନସଭାର ଖୈବର ପଖତୁନଖାଓ୍ୱା ସଦସ୍ୟ ରବି କୁମାର ନୌସେରା ପରିଦର୍ଶନରେ ଯାଇ ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ସ୍ଥାନୀୟ ପରିବାରଙ୍କୁ ଭେଟିଥିଲେ। ସେପଟେ ୟୁନାଇଟେଡ୍ ଶିଖଙ୍କ ଉଦ୍ୟମକୁ ପ୍ରଶଂସା କରି ସେ ରିଲିଫ୍ କାର୍ଯ୍ୟରେ ସହଯୋଗ କରିବାକୁ ବିଶ୍ୱ ସମୁଦାୟକୁ ନିବେଦନ କରିଥିଲେ। ଅନ୍ୟ ଏକ ୟୁନାଇଟେଡ୍ ଶିଖ୍ ସ୍ୱୟଂସେବକ ତଥା ପାକିସ୍ତାନ ଶିଖ ଗୁରୁଦ୍ୱାରାର ପ୍ରବନ୍ଧକ କମିଟିର ସଦସ୍ୟ ଥିବା ସାଗରଜିତ୍ ସିଂ କହିଛନ୍ତି ଯେ ବନ୍ୟା ଯୋଗୁଁ ଶିଖରପୁର ସିଂରେ ଏକ ଗୁରୁଦ୍ୱାରର ଛାତ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁ ଗ୍ରନ୍ଥ ସାହେବଙ୍କ ଅବିକଳ ନକଲକୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇ ଗୁରୁସିଖ ପରିବାରର ଘରକୁ ନିଆଯାଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ୟୁକ୍ରେନ ଉପରେ ରୁଷିଆ ଘନଘନ ଆକ୍ରମଣ କରିବାରେ ଲାଗିଛି। ଶତାଧିକ ସଂଖ୍ୟରେ ଉଭୟ ପକ୍ଷରୁ ସେନାଙ୍କ ପ୍ରାଣହାନୀ ଘଟିଛି। ଏପରିକି ୟୁକ୍ରେନର ପ୍ରମୁଖ ସହର ଗୁଡ଼ିକ ଉପରେ ଘନଘନ ଆକ୍ରମଣ ଫଳରେ ସହର ଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ ହୋଇ ପଡ଼ିଛି। ଅପର ପକ୍ଷରେ ୟୁକ୍ରେନକୁ ସମଗ୍ର ବିଶ୍ୱର ସହାୟତାର ହାତ ଲମ୍ବିଆସିଛି। ଏହି କ୍ରମରେ ଶିଖ ସଂଗଠନ ଗୁଡ଼ିକ ଏବେ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇ ଆସୁଛନ୍ତି।