ଟ୍ରକକୁ ପିଟି ଓଲଟିଲା ଟ୍ରେନ; ୩ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ
Advertisement

ଟ୍ରକକୁ ପିଟି ଓଲଟିଲା ଟ୍ରେନ; ୩ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

ସୋମବାର ମଧ୍ୟାହ୍ନରେ ମିସୌରୀ (Missouri) ର ମେଣ୍ଡନ୍ ନିକଟରେ ରେଳ ଦୁର୍ଘଟଣା ଘଟିଥିଲା। ଘଟଣାର କିଛି ସମୟ ପରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ଅନେକ ଟ୍ରେନ୍ କାର୍ ଓଲଟିଥିବା ଦେଖିବାକୁ ମିଳିଛି। 

ସୌ- ସୋସିଆଲ ମିଡିଆ

Amtrak passenger train derails: ସୋମବାର ଅପହରାହ୍ନରେ ଏକ ବଡ ରେଳ ଦୁର୍ଘଟଣା ଘଟିଛି। ଆମେରିକାର ମିସୌରୀରେ ଆମଟ୍ରାକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଗୋଟିଏ ଟ୍ରକକୁ ପିଟିଲା ପରେ ଟ୍ରେନ ଓଲଟିପଡିଛି। ଏଥିରେ ପ୍ରାୟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

ସୋମବାର ମଧ୍ୟାହ୍ନରେ ମିସୌରୀ (Missouri) ର ମେଣ୍ଡନ୍ ନିକଟରେ ରେଳ ଦୁର୍ଘଟଣା ଘଟିଥିଲା। ଘଟଣାର କିଛି ସମୟ ପରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ଅନେକ ଟ୍ରେନ୍ କାର୍ ଓଲଟିଥିବା ଦେଖିବାକୁ ମିଳିଛି। ଟେନଟି ଲସ ଏଞ୍ଜେଲସରୁ ଚିକାଗୋ ଅଭିମୁଖେ ଯାତ୍ରା କରୁଥିଲା। ଦୁର୍ଘଟଣା ଯୋଗୁଁ ଟ୍ରେନର ଆଠଟି କାର ଏବଂ ଦୁଇଟି ଲୋକୋମୋଟିଭ ପ୍ରଭାବିତ ହୋଇଥିବା ଆମଟ୍ରାକ (Amtrak) ନିଶ୍ଚିତ କରିଛି। 

Also Read: ବାୟୁସେନାରେ ଅଗ୍ନିବୀର ହେବା ପାଇଁ ଯୁବକମାନେ ଦେଖାଇଲେ ଜୋଶ୍, ୩ ଦିନରେ ଆସିଲା ଏତେ ଯୁବକଙ୍କ ଆବେଦନ

ଦୁର୍ଘଟଣାଗ୍ରସ୍ତ ଆମଟ୍ରାକ ଯାତ୍ରୀବାହୀ ଟ୍ରେନ (passenger train)ରେ ପ୍ରାୟ ୨୪୩ ଯାତ୍ରୀ ଏବଂ ୧୨ ଜଣ କ୍ରୁ ମେମ୍ବର ଥିଲେ। ମିସୌରୀ ଷ୍ଟେଟ ହାଇୱେ ପାଟ୍ରୋଲିଂ, ସିଷ୍ଟର ଷ୍ଟେସନ କେଏମବିସିକୁ ନିଶ୍ଚିତ କରିଛି ଯେ, ଦୁଇ ଟ୍ରେନ ଯାତ୍ରୀ ଏବଂ ଟ୍ରେନକୁ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସ୍ଥଳରୁ ୪୦ରୁ ଅଧିକ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ସଂଖ୍ୟା ଲଗାତର ବୃଦ୍ଧିପାଉଛି। ଉଦ୍ଧାର କାର୍ଯ୍ୟରେ ପାଖାପାଖି ୨୦ଟି ସ୍ଥାନୀୟ ତଥା ସରକାରୀ ସଂସ୍ଥା, ଆମ୍ବୁଲାନ୍ସ ସେବା, ଅଗ୍ନିଶମ ବିଭାଗ ଏବଂ ମେଡିକାଲ ହେଲିକପ୍ଟର ସେବା ନିୟୋଜିତ ଅଛନ୍ତି।

 

ମିସୌରୀ ଷ୍ଟେଟ ହାଇୱେ ପାଟ୍ରୋଲିଂ ମୁଖପାତ୍ର ସିପିଏଲ ଜଷ୍ଟିନ ଡନ୍ କହିଛନ୍ତି,  ପ୍ରଥମ ଜରୁରୀକାଳୀନ କଲ୍ ଗ୍ରହଣ କରିବାର ୨୦ ମିନିଟ୍ ମଧ୍ୟରେ ଦୁର୍ଘଟଣା ସ୍ଥଳକୁ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ସର୍ବସାଧାରଣ କ୍ରସିଂ ନିକଟରେ ଟ୍ରକକୁ ଟ୍ରେନ ପିଟିଛି। ଗତ ଦୁଇ ଦିନ ମଧ୍ୟରେ ଏହା ଦ୍ୱିତୀୟ ଟ୍ରେନ ଦୁର୍ଘଟଣା ଥିଲା। ରବିବାର ଆମଟ୍ରାକ୍ ଟ୍ରେନ୍ ଏକ ଯାତ୍ରୀବାହୀ ଗାଡିକୁ ଧକ୍କା ଦେଇଥିଲା। ଅଧିକାରୀଙ୍କ ଅନୁଯାୟୀ, ସେହି ଦୁର୍ଘଟଣାରେ ମଧ୍ୟ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।