)
Time Traveller News: ଆଜିର ଆଧୁନିକ ବିଜ୍ଞାନ ଯୁଗରେ ମଣିଷ ସମାଜ ଅନେକ କ୍ଷେତ୍ରରେ ଅଗ୍ରଗତି ହାସଲ କରିଛି। ହେଲେ ଏପରି କିଛି କ୍ଷେତ୍ର ରହିଛି ଯାହାର ରହସ୍ୟ ବିଜ୍ଞାନ ବଳରେ ପର୍ଦ୍ଦଫାଶ କରିବାରେ ସଫଳ ହୋଇନାହିଁ ଆଜିର ସଭ୍ୟ ଏବଂ ବିକଶିତ ମଣିଷ। ବର୍ତ୍ତମାନର ବିଜ୍ଞାନ ଯୁଗରେ ମଣିଷ ସମାଜ ପାଇଁ ଅଜନ୍ତା ଉଡନ୍ତା ବସୁ ଅର୍ଥାତ ୟୁଏଫଓ ଏବଂ ଅନ୍ୟ ଗ୍ରହର ଜୀବ ଏଲିୟନ ଏକ ରହସ୍ୟ ହୋଇ ରହିଛନ୍ତି।
କେବଳ ଅଜନ୍ତା ଉଡନ୍ତା ବସୁ ଅର୍ଥାତ ୟୁଏଫଓ କିମ୍ବା ଅନ୍ୟ ଗ୍ରହର ଜୀବ ଏଲିୟନ ନୁହେଁ ସମୟ ଯାତ୍ରା ମଧ୍ୟ ଆଜିର ବିଜ୍ଞାନ ଯୁଗରେ ମଣିଷ ସମାଜ ପାଇଁ କୌଣସି ରହସ୍ୟ ଠାରୁ କମ ନୁହେଁ। ସଦ୍ୟ ସମୟ ଯାତ୍ରା ରହ ଜଡ଼ିତ ଏକ ଖବର ସାମ୍ନାକୁ ଆସିଛି। ନିଜକୁ ୨୧୯୮ ମସିହାର ଜଣେ ସମୟ ଯାତ୍ରୀ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଖୁବ ଶୀଘ୍ର ବିଶେଷଜ୍ଞ ସମୁଦ୍ର ଭିତରେ ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର କରିବେ। ଯାହା ଦୁନିଆକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବ। @timetravelexplorer ନାମକ ଜଣେ ୟୁଜର ଦାବି କରିଛନ୍ତି ଯେ ଗଭୀରତାରେ ଲୁଚି ରହିଥିବା କିଛି ଜିନିଷ ଆଗାମୀ କିଛି ଦଶନ୍ଧି ମଧ୍ୟରେ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ। ତାଙ୍କର ଏହି ପୋଷ୍ଟ ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ୟୁଜର ଜଣଙ୍କ ପରାମର୍ଶ ଦେଇଛନ୍ତି ଯେ ବୈଜ୍ଞାନିକ ସମୁଦ୍ରର ଗଭୀରତା ଠାରୁ ଦୂରରେ ରହିବା ଆବଶ୍ୟକ। କାରଣ ଏହାର ପରିଣାମ ଭୟାନକ ହେବ।
ଏହି କଥିତ ସମୟ ଯାତ୍ରୀ ଜଣଙ୍କ ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଯେଉଁ ପୌରାଣିକ ପ୍ରଜାତି ଯାହା ପିଲାଙ୍କୁ ଭୟଭୀତ କରିଥାଏ ତାହା କଳ୍ପନା ଉପରେ ଆଧାରିତ ନୁହେଁ। ମୁଁ ୨୧୯୮ ମସିହାର ଜଣେ ସମୟ ଯାତ୍ରୀ| ଭବିଷ୍ୟତରେ କ'ଣ ଘଟିବାକୁ ଯାଉଛି ତାହା ମୁଁ ଆପଣଙ୍କୁ କହିବି। ଆସନ୍ତା ୨୦୨୪୪ ମସିହାରେ ମଣିଷ ସମୁଦ୍ର ବିଷୟରେ ଅଧିକ ଗଭୀର ଗବେଷଣା କରିବ। ଛୋଟ ପିଲାଙ୍କ ପାଇଁ ଯାହା ପୌରାଣିକ ଥିଲା ତାହା ଆସନ୍ତା ୨୦୨୪୭ ମସିହା ପର୍ଯ୍ୟନ୍ତ ତାହା ବାସ୍ତବ ରୂପେ ଉଭା ହେବ। ଆସନ୍ତା ୨୦୫୪ ମସିହାରେ ଆମେ ପାଇବୁ ଯେ ତାହା ଏକାଧିକ ରହିଛି। ହେଲେ ପରେ ଆମେ ତାହାକୁ ବିନାଶ କରିଦେବୁ।
ପୁରୁଣା ମିଥ୍ୟା ଭବିଷ୍ୟବାଣୀ ହେତୁ ହେଲେ ସୋସିଆଲ ମିଡ଼ିଆ ୟୁଜର ତାଙ୍କର ଦାବିକୁ ବିଶ୍ୱାସ କରିନାହାଁନ୍ତି। ଜଣେ ୟୁଜର ଲେଖିଛନ୍ତି ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଏପରି କଥା କୁହାଯାଇପାରେ ହେଲେ ଏହା ଭୁଲ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି - ଦୟାକରି ମୋତେ କୁହନ୍ତୁ ଯେ ଆପଣ ସମସ୍ତେ ଏହି ଦାବି ଉପରେ ବିଶ୍ୱାସ କରନ୍ତି ନା ନାହିଁ? ଅନ୍ୟ ଜଣେ ୟୁଜର କହିଛନ୍ତି ଏ ବାବଦରେ ଏଫବିଆଇ ଉଦ୍ଦେଶ୍ୟରେ କିଛି କୁହ ନାହିଁ ହେଲେ ଟିକଟକ୍ ଭିଡ଼ିଓ ତିଆରି କରିଦିଅ। ସେହିପରି ଆଉ ଜଣେ ୟୁଜର ଥଟ୍ଟା କରି କହିଛନ୍ତି ଯେ, ଆପଣ ବହୁତ "ବ୍ୟାକ୍ ଟୁ ଫ୍ୟୁଚର ଆଣ୍ଡ ଟର୍ମିନେଟର" ଚଳଚ୍ଚିତ୍ର ଦେଖୁଛନ୍ତି।
ସମୟ ଯାତ୍ରାକୁ ନେଇ @timetravelexplorer ନାମକ ସୋସିଆଲ ମିଡ଼ିଆ ବ୍ୟବହାରୀଙ୍କ ପକ୍ଷରୁ କରାଯାଉଥିବା ଦାବି ସମ୍ପର୍କିତ ଭିଡ଼ିଓ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଭ୍ୟୁ ପାଇସାରିଛି। ଏହି ଭିଡ଼ିଓ ଜରିଆରେ ଆହୁରି ଦାବି କରାଯାଇଛି ଯେ, ଆସନ୍ତା ୨୦୨୬ ବେଳକୁ ଆଟଲାଣ୍ଟିକ୍ ମହାସାଗରରେ ୭୪୮ ଫୁଟ ଉଚ୍ଚ ଲହରୀ ଉଠିବ। ଆଗାମୀ ୨୦୨୯ ବର୍ଷରେ ପୂର୍ବ ଆମେରିକା ଉପକୂଳରେ ଏକ ବଡ଼ ସୃଷ୍ଟି ହେବ। ଭିଡିଓ ଶେଷରେ କୁହାଯାଇଛି ଯେ ୨୦୩୩ ମସିହାରେ ୟୁରୋପରେ ଏକ ବଡ଼ ଭୂକମ୍ପ ଆସିବ। ହେଲେ ଅନ୍ୟ ସୋସିଆଲ ମିଡ଼ିଆ ୟୁଜର ତାଙ୍କ ଦାବିରେ ପ୍ରଭାବିତ ହୋଇନଥିଲେ ଏବଂ ସେମାନ ଏହି କଥିତ ସମୟ ଯାତ୍ରୀଙ୍କୁ ଠକ ବୋଲି କହିଥିଲେ।