Tomato Price: ଟମାଟୋ ଦରରେ ବୃହତ ହ୍ରାସ, ଆଜି ଠାରୁ ଲାଗୁ ହେଲା ନୂଆ ଦର !
Advertisement
Article Detail0/zeeodisha/odisha1825678

Tomato Price: ଟମାଟୋ ଦରରେ ବୃହତ ହ୍ରାସ, ଆଜି ଠାରୁ ଲାଗୁ ହେଲା ନୂଆ ଦର !

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଥିବା ଲୋକମାନେ ସ୍ୱାଧୀନତା ଦିବସରେ ଏକ ବଡ଼ ଆଶ୍ୱସ୍ତି ପାଇବାକୁ ଯାଉଛନ୍ତି। ଅଗଷ୍ଟ ୧୫ ଅର୍ଥାତ ଆଜିଠାରୁ ଟମାଟୋ କିଲୋଗ୍ରାମ ପିଛା ୫୦ ଟଙ୍କାରେ ବିକ୍ରି କରିବାକୁ ମୋଦୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଟମାଟୋ ବିକ୍ରିର ଦାୟିତ୍ୱ ଜାତୀୟ ସମବାୟ ଗ୍ରାହକ ଫେଡେରେସନ୍ (ଏନସିସିଏଫ୍) ଏବଂ ଜାତୀୟ କୃଷି ସମବାୟ

Tomato Price: ଟମାଟୋ ଦରରେ ବୃହତ ହ୍ରାସ, ଆଜି ଠାରୁ ଲାଗୁ ହେଲା ନୂଆ ଦର !

Tomato Price: ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଥିବା ଲୋକମାନେ ସ୍ୱାଧୀନତା ଦିବସରେ ଏକ ବଡ଼ ଆଶ୍ୱସ୍ତି ପାଇବାକୁ ଯାଉଛନ୍ତି। ଅଗଷ୍ଟ ୧୫ ଅର୍ଥାତ ଆଜିଠାରୁ ଟମାଟୋ କିଲୋଗ୍ରାମ ପିଛା ୫୦ ଟଙ୍କାରେ ବିକ୍ରି କରିବାକୁ ମୋଦୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଟମାଟୋ ବିକ୍ରିର ଦାୟିତ୍ୱ ଜାତୀୟ ସମବାୟ ଗ୍ରାହକ ଫେଡେରେସନ୍ (ଏନସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ (NAFED) କୁ ଦିଆଯାଇଛି। ହୋଲସେଲ ବଜାରରେ ଟମାଟୋର ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଗ୍ରାହକ ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।

ଏହି ସବୁ ସହରରେ ମିଳିବ ଶସ୍ତା ଟମାଟୋ
ଦିଲ୍ଲୀ, ଦିଲ୍ଲୀ NCR, ଜୟପୁର, କୋଟା, ଲକ୍ଷ୍ନୌ, କାନପୁର, ବାରାଣାସୀ, ପ୍ରୟାଗରାଜ, ପାଟନା, ମୁଜାଫରପୁର, ଆରାହ, ବକ୍ସରରେ NCCF ଏବଂ NAFED ର କେନ୍ଦ୍ର ରହିଛି। ଟମାଟୋ ଏଠାରେ ଖୁଚୁରା ବିକ୍ରି ହେବ। 

୧୪ ଜୁଲାଇରୁ ସରକାର ଆରମ୍ଭ କରିଛନ୍ତି ଖୁଚୁରା ବିକ୍ରି
ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଜୁଲାଇ ୧୪ରୁ ଦିଲ୍ଲୀ-ଏନସିଆରରେ ଟମାଟୋର ଖୁଚୁରା ବିକ୍ରି ଆରମ୍ଭ କରିଥିଲେ। ଦିଲ୍ଲୀର ମୋଟ ୭୦ଟି ସ୍ଥାନରେ ଟମାଟୋ ବିକ୍ରି ହୋଇଥିଲା। ଦିଲ୍ଲୀ ନିକଟରେ ଥିବା ଗୌତମ ବୁଦ୍ଧନଗର ଜିଲ୍ଲା (ନୋଏଡା ଏବଂ ଗ୍ରେଟର ନୋଏଡା) ର ୧୫ଟି ସ୍ଥାନରେ ଟମାଟୋ ବିକ୍ରି ହୋଇଥିଲା।

କେବେ କେବେ ଟମାଟୋ ଦର ଖସିଥିଲା
ପ୍ରାରମ୍ଭରେ କେନ୍ଦ୍ର ସରକାର ଏକ କିଲୋଗ୍ରାମ ଟମାଟୋର ମୂଲ୍ୟ ୯୦ରେ ରଖିଥିଲେ। ପରେ ଏହା କିଲୋଗ୍ରାମ ପିଛା ୧୦ ଟଙ୍କା କମ କରି ୮୦ ଟଙ୍କା କରାଇଦେଇଥିଲେ। ଜୁଲାଇ ୨୦ରେ ମୂଲ୍ୟ ପୁଣି ଥରେ ହ୍ରାସ କରିଥିଲେ ସରକାର। ଦର ହ୍ରାସ ହେବା ପରେ ଟମାଟୋ ଦର ୭୦ ଟଙ୍କାରେ ପହଞ୍ଚିଥିଲା। ଡିଜିଟାଲ କମର୍ସ ପାଇଁ ଓପନ୍ ନେଟୱାର୍କ ମାଧ୍ୟମରେ ଗ୍ରାହକଙ୍କ ପାଇଁ ଟମାଟୋ ମଧ୍ୟ ଉପଲବ୍ଧ ହେଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଲକ୍ଷ କିଲୋ ଟମାଟୋ କିଣିଛି NCCF ଓ NAFED
NCCF ଏବଂ NAFED ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଟମାଟୋ କ୍ରୟ କରି ଦେଶକୁ ପଠାଇଲେ। ଅଗଷ୍ଟ 13 ର ଆକଳନ ଅନୁଯାୟୀ, ଏଜେନ୍ସିମାନେ 15,000 କ୍ୱିଣ୍ଟାଲ ଟମାଟୋ କିଣିଛନ୍ତି।

Also Read: Independence Day 2023: ୯ ବର୍ଷରେ ୭୩୭ ମିନିଟ ଭାଷଣ ଦେଇଛନ୍ତି ମୋଦୀ, କେଉଁ ବର୍ଷ କଣ କହିଛନ୍ତି ଜାଣନ୍ତୁ ପୂରା ସୂଚନା