ମଦ୍ୟପାନ କରି ଟ୍ରକ ଡ୍ରାଇଭର ଯୋଗୀଙ୍କୁ ପଠାଇଲେ ମେସେଜ, ଲେଖିଲେ ଆଇ...
Advertisement

ମଦ୍ୟପାନ କରି ଟ୍ରକ ଡ୍ରାଇଭର ଯୋଗୀଙ୍କୁ ପଠାଇଲେ ମେସେଜ, ଲେଖିଲେ ଆଇ...

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାର ଧମକ ପଠାଇଥିବା ବ୍ୟକ୍ତିଙ୍କୁ ୟୁପି ପୋଲିସ ଗିରଫ କରିଛି ବୋଲି ସୂଚନା ମିଳିଛି।

ମଦ୍ୟପାନ କରି ଟ୍ରକ ଡ୍ରାଇଭର ଯୋଗୀଙ୍କୁ ପଠାଇଲେ ମେସେଜ, ଲେଖିଲେ ଆଇ...

ଲକ୍ଷ୍ନୌ:  ବୁଲଡୋଜର ବାବା (Bulldozer baba) ଭାବେ ପରିଚିତ ଉତ୍ତରପ୍ରଦେଶର (Uttarpradesh) ମୁଖ୍ୟମନ୍ତ୍ରୀ (Chief Minister) ଯୋଗୀ ଆଦିତ୍ୟନାଥଙ୍କୁ (Yogi Adityanath) ହତ୍ୟା ଧମକ। ୟୁପିର ପୋଲିସ (UP Police) କଣ୍ଟ୍ରୋଲ ରୁମ ୧୧୨ ହ୍ୱାଟସଆପ (Whatsaap) ନମ୍ବରରେ ଏହି ହତ୍ୟା ଧମକ ଆସିଛି। ଯେଉଁ ନମ୍ବରରୁ ଧମକ ଆସିଛି ତାହା ଶାହିଦ ଖାନ୍‌ (Sahid Khan) ନାମରେ ରେଜିଷ୍ଟର ହୋଇଛି। ଧମକ ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସାଇବର ଓ ସର୍ଭିଲାନ୍ସ ସେଲ୍‌ ମଧ୍ୟ ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛନ୍ତି  । ସେପଟେ ଯିଏ ହତ୍ୟା ଧମକ ପଠାଇଥିଲା ତାକୁ ପୋଲିସ ଗିରଫ କରିନେଇଥିବା ନେଇ ଜଣାପଡ଼ିଛି। 

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାର ଧମକ ପଠାଇଥିବା ବ୍ୟକ୍ତିଙ୍କୁ ୟୁପି ପୋଲିସ ଗିରଫ କରିଛି ବୋଲି ସୂଚନା ମିଳିଛି। ତେବେ ଗିରଫ ହୋଇଥିବା ଅପରାଧି ଜଣକର ନାଁ ଅମରାପାଲି ଓ ପେଶାରେ ସେ ଜଣେ ଟ୍ରକ ଡ୍ରାଇଭର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅମରାପାଲି ଜଣକ ଇଟାଓ୍ୱା ଅଞ୍ଚଳର ବୋଲି ହଜରତଗଞ୍ଜ ପୋଲିସ ଏସଏଚଓ ଅଞ୍ଜନୀ ପାଣ୍ଡେ ସୂଚନା ଦେଇଛନ୍ତି। ଲକ୍ଷ୍ନୌରୁ ତାକୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି। 

ଜେରା ସମୟରେ ସେ ମଦ୍ୟପାନ କରିଥିବା ବେଳେ ଭୁଲ ବସତଃ ତାହା ପଠାଇଦେଇଥିଲା। ତେବେ ତାର କୌଣସି ଅତଙ୍କୀ ସଗଠନ ସହିତ ସମ୍ପର୍କ ନଥିବା ସେ ସୂଚନା ପ୍ରଦାନ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ଗତ ବୁଧବାର ଯୋଗୀଙ୍କୁ ହତ୍ୟା ଧମକ ପଠାଇଥିବା ବୋଲି ସୂଚନା ରହିଛି। ଏହି ବାର୍ତ୍ତାରେ ସେ ଜେଲରେ ଥିବା ବିଏସପି ବିଧାୟକ ମୁଖତାର ଅନସାରୀଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ସେ ଧମକ ଦେଇଥିଲେ ଯେ ଯଦି ୨୪ଘଣ୍ଟା ମଧ୍ୟରେ ଅନସାରୀଙ୍କୁ ମୁକ୍ତ କରା ନ ଯାଏ ତେବେ ସେପ୍ଟେମ୍ବର ୨୫ସୁଦ୍ଧା ଉତ୍ତରପ୍ରଦେଶ ସରକାର ପୋଛି ହୋଇଯିବେ। ଧମକ ବାର୍ତ୍ତା ପାଇବା ପରେ ଅପରାଧୀଙ୍କ ପାଇଁ ଲୁକ୍ ଆଉଟ୍ ଆରମ୍ଭ ହୋଇଥିଲା। କେଉଁ ନମ୍ବରରୁ ବାର୍ତ୍ତା ଗ୍ରହଣ କରାଯାଇଥିଲା ପୋଲିସ ଅନୁସନ୍ଧାନ କରୁଛି।