ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସନ ପାଇଁ ରାସ୍ତା ପରିଷ୍କାର ହୋଇଯିବା ପରେ ଏହାକୁ ନେଇ ସରଗରମ ହୋଇଉଠିଛି ବିଶ୍ୱ ରାଜନୀତି। ଏହାର ପ୍ରଭାବ ସାମରିକ, ଆର୍ଥିକ ତଥା ରାଜନୈତିକ କ୍ଷେତ୍ରରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ରାଜନୀତିରେ ଅନୁଭବ ହୋଇଛି। ଆଫଗାନ ସଂକଟକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଆମେରିକୀୟ ରାଷ୍ଟ୍ରପତି।


COMMERCIAL BREAK
SCROLL TO CONTINUE READING

ବିଗତ ୨୦ ବର୍ଷ ଧରି ଆଫଗାନିସ୍ତାନ ମାଟିରେ ଆତଙ୍କବାଦ ବିରୋଧି ଯୁଦ୍ଧ ଲଢୁଥିବା ଆମେରିକୀୟ ସୈନିକଙ୍କୁ ସ୍ୱଦେଶ ଫେରାଇ ନେବାକୁ ଘୋଷଣା କରାଯିବା ପରେ ଏବେ ଏହି ଦେଶକୁ ଦଖଲ କରିନେଇଛି ତାଲିବାନ। ବର୍ତ୍ତମାନ ସମଗ୍ର ଆଫଗାନସ୍ତାନ ଏକ ଆତଙ୍କୀ ସଙ୍ଗଠନ ନିୟନ୍ତ୍ରଣ ରହିବା ସହ ଦେଶରେ ତାଲିବାନ ସମର୍ଥିତ ସରକାର ଶାସନ କରିବା ନେଇ ରାସ୍ତା ପରିଷ୍କାର ହୋଇସାରିଛି।


ଆଫଗାନିସ୍ତାନର ସୃଷ୍ଟି ହୋଇଥିବା ସଂକଟ ପାଇଁ ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି ବାଇଡେନଙ୍କୁ (USA President Biden) ଦାୟୀ କରିବା ସହ ତାଙ୍କ ବିରୁଦ୍ଧରେ ବର୍ଷିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump)। 


Also Read: Taliban Rule in Afghan: ମିଳିବ କି ସ୍ୱୀକୃତି, ବଦଳି ଯିବକି ବିଶ୍ୱ ରାଜନୀତି?


ଏ ପ୍ରସଙ୍ଗରେ ବାଇଡେନଙ୍କୁ କଟାକ୍ଷ ଟ୍ରମ୍ପ କହିଛନ୍ତି ତାଲିବାନ ବିରୁଦ୍ଧରେ ଲଢେଇ ନକରି ଆମେରକୀୟ ସୈନ୍ୟଙ୍କୁ ହଟାଇନେବା ଲାଗି ତରବରିଆ ଭାବେ ଯେଉଁ ନିଷ୍ପତ୍ତି ନିଆଗଲା ତାହା ଆମେରିକା ଇତିହାସର ଚିରିଦିନ ପାଇଁ ଲିପିବଦ୍ଧ ହୋଇରହିବ। କାରଣ ଏପରି ନିଷ୍ପତ୍ତି ନେବା ଦ୍ୱାରା ଏହା ଦର୍ଶାଗଲା ଯେ ବିନା ମୁକାବିଲାରେ ଆମେରିକୀୟ ସୈନ୍ୟ ଯୁଦ୍ଧରେ ପରାସ୍ତ ହୋଇଗଲେ। ଏହାର ଦେଶର ସାମରିକ ଇତିହାସରେ ଏକ ବଡ଼ ପରାଜୟ ଭାବେ ପରିଗଣିତ ହୋଇଯିବ। 


ଆଫଗାନ ପ୍ରସଙ୍ଗରେ ଦେଶରେ କ୍ଷମତାସୀନ ବର୍ତ୍ତମାନର ସରକାର ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲେ ତାହା କୌଣସି କିମ୍ବଦନ୍ତୀ ଠାରୁ କମ ନୁହେଁ। କାରଣ ସେଠାରେ ଯାହା ହେବାର ନଥିଲା ତାହାକୁ ସେମାନେ କରି ଦେଖାଇ ସାରିଛନ୍ତି। ସାମ୍ପ୍ରତିକ ସମୟରେ ଆଫଗାନିସ୍ତାନ ଯେଉଁ ସଂକଟ ସୃଷ୍ଟି ହୋଇଛି ସେଥିଲାଗି ନିଜ ପକ୍ଷରୁ ରାଷ୍ଟ୍ରପତି ପଦରୁ ବାଇଡେନ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ଟ୍ରମ୍ପ।   


Also Read: 103 Days War: ଜାଣନ୍ତୁ କିପରି ସମଗ୍ର Afghan ଦଖଲ କରିନେଲା Taliban


କେବଳ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ନୁହଁନ୍ତି ଆଫଗାନ ପ୍ରସଙ୍ଗରେ ବର୍ତ୍ତମାନର ଆମେରିକୀୟ ସରକାର ନେଇଥିବା ନିଷ୍ପତ୍ତି ପାଇଁ ସମାଲୋଚନାର ଶୀକାର ହେଉଛନ୍ତି ରାଷ୍ଟ୍ରପତି ବାଇଡେନ। ହେଲ ସମାଲୋଚନା ସତ୍ତ୍ୱେ ନିଜେ ନେଇଥିବା ନିଷ୍ପତ୍ତି ଠିକ ବୋଲି ମଧ୍ୟ କହିବାକୁ ପଛେଇନାହାଁନ୍ତି ଟ୍ରମ୍ପ।    


ଏକ ପୁରୁଣା ଭିଡି଼ଓରେ ଆଫଗାନ ସେନାର ପ୍ରଂଶଂସା କରି ଆମେରିକା ରାଷ୍ଟ୍ରପତି ବାଇଡେନ କହିଥିଲେ ଆଫଗାନିସ୍ତାନ ସୈନିକ ସେମାନଙ୍କ ଦେଶକୁ ସୁରକ୍ଷା ଦେବାରେ ସକ୍ଷମ। ତାଲିବାନ ଭଳି ଆତଙ୍କୀ ସଙ୍ଗଠନକୁ ଡରିବାର କୌଣସି ଆବଶ୍ୟକତା ନାହିଁ। କାରଣ ୩ ଲକ୍ଷ ଆଫଗାନ ସୈନିକଙ୍କୁ ନେଇ ଏକ ଶକ୍ତିଶାଳୀ ସେନା ବାହିନୀ ଗଠନ କରିଛି ଆମେରିକା। ଯିଏ ନିଜ ଦେଶକୁ ସୁରକ୍ଷା ପ୍ରଦାନ କରିପାରିବେ। ହେଲେ ଏବେ ପ୍ରଶ୍ନ ଉଠୁଛି ଯଦି ଆମେରିକା ଆଫଗାନିସ୍ତାନର ସୁରକ୍ଷା ପାଇଁ ଏକ ଶକ୍ତିଶାଳୀ ସେନାବାହିନୀ ଗଠନ କରିଥିଲା ତାହେଲେ ଆଫଗାନ ସେନ୍ୟ ତାଲିବାନ ବିରୋଧି ଲଢେଇରେ କାହିଁକି ପରାସ୍ତ ହେଲେ?


Also Read: Taliban ଆଗରେ Surrender କରିଦେଲା Kabul! କାହାର ହେବେ ଲାଭ, କିଏ ସହିବ କ୍ଷତି?


 


ରାଜନୈତିକ ମାମଲାରେ ପକ୍ଷ ରଖିବା ସହ ଦକ୍ଷିଣପନ୍ଥୀ ଚିନ୍ତାଧାରରେ ବିଶ୍ୱାସ ରଖୁଥିବା ବ୍ରିଟେନ ଭିତ୍ତିକ ଏକ ୱେବସାଇଟ (British Political Website) ଗାଇଡୋ ଫକସ୍ (Guido Fawkes) ପକ୍ଷରୁ କୁହାଯାଇଛି ଆଫଗାନ ମାମଲାରେ ଆମେରିକା ରାଷ୍ଟ୍ରପତି ଯାହା କହୁଛନ୍ତି ତାହା ନିଜେ ସେ ଜାଣନ୍ତି ନାହିଁ। ଏହା ସହିତ ତାଙ୍କୁ କଟାକ୍ଷ କରି ସୋସିଆଲ ମିଡିଆ ୟୁଜର କହିଛନ୍ତି କାବୁଲ ସ୍ଥିତ ସଂସଦ ଭବନରେ ତାଲିବାନ ଆତଙ୍କବାଦୀ ବିଜୟ ଉତ୍ସବ ଦେଖିବାକୁ ଭୁଲନ୍ତୁ ନାହିଁ ଆମେରିକା ରାଷ୍ଟ୍ରପତି।