103 Days War: ଜାଣନ୍ତୁ କିପରି ସମଗ୍ର Afghan ଦଖଲ କରିନେଲା Taliban
Advertisement
Article Detail0/zeeodisha/odisha965700

103 Days War: ଜାଣନ୍ତୁ କିପରି ସମଗ୍ର Afghan ଦଖଲ କରିନେଲା Taliban

ବିଗତ ୨୦ ବର୍ଷ ଧରି ସୁପ୍ତ ଅବସ୍ଥାରେ ରହିଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନ ହଠାତ ସକ୍ରିୟ ହୋଇଉଠିବା ସହ ଲଗାତାର ୧୦୩ ଦିନର ଯୁଦ୍ଧ ଲଢି ସମଗ୍ର ଦେଶକୁ ଦଖଲ କରିନେଇଛି।

103 Days War: ଜାଣନ୍ତୁ କିପରି ସମଗ୍ର Afghan ଦଖଲ କରିନେଲା Taliban

କାବୁଲ: ଆଫଗାନ ମାଟିରୁ ବିଦେଶୀ ସୈନ୍ୟବଳ ହଟାଯିବାକୁ ଘୋଷଣା କରାଯିବା ପରେ ବିଗତ ୨୦ ବର୍ଷ ଧରି ସୁପ୍ତ ଅବସ୍ଥାରେ ରହିଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନ ହଠାତ ସକ୍ରିୟ ହୋଇଉଠିବା ସହ ଲଗାତାର ୧୦୩ ଦିନର ଯୁଦ୍ଧ ଲଢି ସମଗ୍ର ଆଫଗାନିସ୍ତାନକୁ ଦଖଲ କରିନେଇଛି। କେବଳ ରାଜଧାନୀ କାବୁଲ ସହରକୁ ଛାଡି ଦେଶର ଅନ୍ୟନ୍ୟ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଏବଂ ୨୫ ପ୍ରଦେଶ ଏବେ ସିଧାସଳଖ ତାଲିବାନ ନିୟନ୍ତ୍ରଣକୁ ଆସିଯାଇଛି। 

ଗତ ୨୦୦୧ ସେପ୍ଟମ୍ବର ମାସ ୧୧ ତାରିଖରେ ନ୍ୟୁୟର୍କ ସହର ସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଆତଙ୍କବାଦ ବିରୋଧି ଲଢେଇରେ ପ୍ରତ୍ୟେକ୍ଷ ଭାବେ ସାମିଲ ହୋଇଥିବା ଆମେରିକା ଏହାକୁ କାର୍ଯ୍ୟକାରୀ ଆଫଗାନ ମାଟିରେ ଦୀର୍ଘ ୨ ଦଶନ୍ଧି ଧରି ଆତଙ୍କବାଦ ବିରୋଧି ଳଢେଇ ଜାରି ରଖିଥିଲେ ଆମେରିକୀୟ ସୈନ୍ୟ। ଚଳିତ ବର୍ଷ ଏହି ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧି ଯୁଦ୍ଧ ଲଢୁଥିବା ସୈନିକଙ୍କୁ ସ୍ୱଦେଶ ଫେରାଇ ନେବା ଲାଗି ଘୋଷଣା କରିଥିଲେ ଆମେରିକା।

Also Read: Taliban ଆଗରେ Surrender କରିଦେଲା Kabul! କାହାର ହେବେ ଲାଭ, କିଏ ସହିବ କ୍ଷତି?

ଏନେଇ ଖବର ମିଳିବା ପରେ ବିଗତ ୨୦ ବର୍ଷ ଧରି ସୁପ୍ତ ଅବସ୍ଥାରେ ରହିଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନ ହଠାତ ସକ୍ରିୟ ହୋଇଉଠିବା ସହ ଲଗାତାର ୧୦୩ ଦିନର ଯୁଦ୍ଧ ଲଢି ସମଗ୍ର ଆଫଗାନିସ୍ତାନକୁ ଦଖଲ କରିନେଇଛି। ଜାଣନ୍ତୁ କିପରି ଭାବେ ସମଗ୍ର ଆଫଗାନିସ୍ତାନକୁ ଦଖଲ କରିଥିଲା ତାଲିବାନ...

  • ୧୪ ଏପ୍ରିଲ ୨୦୨୧: ଚଳିତ ବର୍ଷ ମେ ପହିଲାରୁ ସେପ୍ଟମ୍ବର ୧୧ ତାରିଖ ମଧ୍ୟରେ ଆଫଗାନରେ ଆତଙ୍କବାଦ ବିରୋଧି ଯୁଦ୍ଧ ଲଢୁଥିବା ସୈନିକଙ୍କୁ ସ୍ୱଦେଶ ଫେରାଇ ନେବା ଲାଗି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଘୋଷଣା।
  • ୪ ମେ ୨୦୨୧: ଆମେରିକୀୟ ସୈନ୍ୟଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ। ଆଫଗାନ ସେନା ବିରୁଦ୍ଧରେ ଯୁଦ୍ଧ ଡାକରା ଦେବା ଦେଶର ୬ ପ୍ରଦେଶରେ ତାଲିବାନ ପକ୍ଷରୁ ଆକ୍ରମଣ।  
  • ୧୧ ମେ ୨୦୨୧: ଆଫଗାନିସ୍ତାନ ରାଜଧାନୀ କାବୁଲ ନିକଟସ୍ଥ ନେରଖ ଜିଲ୍ଲାକୁ ଦଖଲ କରିନେଲା ତାଲିବାନ। ଏହା ପର ଠାରୁ ଦେଶର ବଢିଚାଲିଲା ଆତଙ୍କବାଦୀ ଆକ୍ରମଣ ଘଟଣା।  
  • ୭ ଜୁନ ୨୦୨୧: ତାଲିବାନ ସହ ହୋଇଥିବା ଲଢେଇରେ ପ୍ରାଣ ହରାଇଥିଲେ ୧୫୦ ଆଫଗାନୀ ସୈନ୍ୟ। ଦେଶର ୩୪ ପ୍ରଦେଶ ମଧ୍ୟରୁ ୨୬ ପ୍ରଦେଶରେ ଜାରି ରହିଥିଲା ସଂଘର୍ଷ।  
  • ୨୨ ଜୁନ ୨୦୨୧: ଉତ୍ତର ଆଫଗାନିସ୍ତାନରେ ଆକ୍ରମଣ କରିବା ସହ ଦେଶର ୫୦ ଜିଲ୍ଲାକୁ ଦଖଲ କରିନେଇଥିଲା ତାଲିବାନ।
  • ୨ ଜୁଲାଇ ୨୦୨୧: ବିଗତ ୨୦ ବର୍ଷ ଧରି ଚାଲିଥିବା ପ୍ରତ୍ୟେକ୍ଷ ଆତଙ୍କବାଦ ବିରୋଧି ଲଢେଇରୁ ହଟିଯିବା ସହ ଆଫଗାନ ବଗରାମ ଏୟାରବେସ ଖାଲି କରିଥିଲା ଆମେରିକା ସେନା।    
  • ୫ ଜୁଲାଇ ୨୦୨୧: ଆଫଗାନ ସରକାରଙ୍କ ସହ ଆଲୋଚନା କରିବା ଅଗଷ୍ଟ ସୁଦ୍ଧା ଲିଖିତ ପ୍ରସ୍ତାବ ଦେବାକୁ   ଜଣାଇଲା ତାଲିବାନ। 
  • ୨୧ ଜୁଲାଇ ୨୦୨୧: ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେବା ସତ୍ତ୍ୱେ ଦେଶର ଅଧା ଜିଲ୍ଲାକୁ ଦଖଲ କରିସାରିଥିଲା ତାଲିବାନ।
  • ୨୬ ଜୁଲାଇ ୨୦୨୧: ଚଳିତ ମେ ମାସରୁ ଜୁନ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଚାଲିଥିବା ସଂଘର୍ଷରେ ୨୪୦୦ ଆଫଗାନ ନାଗରିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ପ୍ରକାଶିତ ରିପୋର୍ଟରେ ଦର୍ଶାଇଥିଲା ଜାତିସଂଘ। 
  • ୬ ଅଗଷ୍ଟ ୨୦୨୧: ପ୍ରଥମ ଥର ପାଇଁ ଦେଶର କୌଣସି ପ୍ରଦେଶର ରାଜଧାନୀକୁ ଦଖଲ କରିବାରେ ସଫଳ ହୋଇଥିଲା  ତାଲିବାନ। ଏହି ଦିନ ଜରାଞ୍ଜ ଏବଂ ପରେ କୁନ୍ଦୁକ ପ୍ରଦେଶ ରାଜଧାନୀ ତାଲିବାନ ଦଖଲକୁ ଆସିଯାଇଥିଲା।
  • ୧୩ ଅଗଷ୍ଟ ୨୦୨୧: କନ୍ଧାର, ହୈରାତ ସମେତ ଦେଶର ୪ ପ୍ରଦେଶର ରାଜଧାନୀକୁ ଦଖଲ କରିବା ସହ ଆଫଗାନ ସେନାର ପୂର୍ବତନ କମାଣ୍ଡର ଇସମାଇଲ ଖାନଙ୍କୁ ବନ୍ଦୀ କରିନେଇଥିଲା ତାଲିବାନ। ଯିଏକି ତାଲିବାନ ବିରୋଧି ଲଢେଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
  • ୧୪ ଅଗଷ୍ଟ ୨୦୨୧: ମଜାର ଏ ଶରିଫ୍, ଲାଗୋର ପ୍ରଦେଶ ରାଜଧାନୀ ପୁଲ ଏ ଆଲମ, ଜଲାଲାବାଦ ସହରକୁ ଦଖଳ କରିବା ସହ କାବୁଲକୁ ଘେରିନେଇଥିଲା ତାଲିବାନ।
  • ୧୫ ଅଗଷ୍ଟ ୨୦୨୧: ଆଫଗାନିସ୍ତାନର ରାଜଧାନୀ କାବୁଲ ସହରରେ ପହଞ୍ଚିବା ସହ କ୍ଷମତା ହସ୍ତାନ୍ତର ଆଫଗାନ ସରକାରଙ୍କୁ ଚେତାବନୀ ଦେଲା ତାଲିବାନ।