UFO in Delhi: ଦିଲ୍ଲୀରେ ଦେଖାଗଲା UFO! ସମସ୍ତଙ୍କୁ ଚକିତ କରିଦେଲା ଭାଇରାଲ ଫଟୋ
Advertisement
Article Detail0/zeeodisha/odisha1435419

UFO in Delhi: ଦିଲ୍ଲୀରେ ଦେଖାଗଲା UFO! ସମସ୍ତଙ୍କୁ ଚକିତ କରିଦେଲା ଭାଇରାଲ ଫଟୋ

Delhi UFO News: ଆଜିର ଆଧୁନିକ ବିଜ୍ଞାନ ଯୁଗରେ ୟୁଏଫଓ କୌଣସି ରହସ୍ୟ ଠାରୁ କମ ନୁହେଁ। ବିଶ୍ୱର ବିଭିନ୍ନ ସ୍ଥାନରେ ୟୁଏଫଓ ଦେଖା ଯାଇଥିବାର ଦାବି କରାଯାଉଛି। ହେଲେ ଏହାର ବାସ୍ତବତାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିବାରେ ଲାଗିଛି।

UFO in Delhi: ଦିଲ୍ଲୀରେ ଦେଖାଗଲା UFO!  ସମସ୍ତଙ୍କୁ ଚକିତ କରିଦେଲା ଭାଇରାଲ ଫଟୋ

UFO in Delhi: ଆଜିର ଅତ୍ୟାଧୁନିକ ଯୁଗରେ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଛି ସଭ୍ୟ ଏବଂ ବିକଶିତ ମାନବ ସମାଜ। ହେଲେ ବିଶ୍ୱ ବ୍ରହ୍ମାଣ୍ଡରେ ଏପରି ଅନେକ ଜନିଷ ରହିଛି ଯାହାର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇ ପାରିନାହିଁ ବିଜ୍ଞାନ। ଯାହା ମଧ୍ୟରେ ରହିଛି ଚର୍ଚ୍ଚିତ ମହାକାଶୀୟ ପିଣ୍ଡ କୁହାଯାଉଥିବା ଅଜ୍ଞାତ ଉଡନ୍ତା ବସ୍ତୁ ୟୁଏଫଓ। ଏକବିଂଶ ଶତାବ୍ଦୀରେ ମଧ୍ୟ ମାନବ ସମାଜ ପାଇଁ ପ୍ରହେଳିକା ଅର୍ଥାତ କୌଣସି ରହସ୍ୟ ଠାରୁ କମ ନୁହେଁ ୟୁଏଫଓ। 

ସଦ୍ୟ ଏହି ରହସ୍ୟମୟ ମହାକାଶୀୟ ପିଣ୍ଡ ଅଜ୍ଞାତ ଉଡନ୍ତା ବସ୍ତୁ (Unidentified Flying Object) ୟୁଏଫଓ (UFO) ବାବଦରେ ଆସିଛି ଏକ ଚମକାଇବା ଭଳି ଖବର। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ (National Capital Delhi) ବସନ୍ତକୁଞ୍ଜ (Vasant Kunj Area) ଅଞ୍ଚଳରେ ଏକ ୟୁଏଫଓ ଦୃଶ୍ୟମାନ ହୋଇଥିବାର ଦାବି କରାଯାଇଥିଲା। ମାତ୍ର ଯେତେବେଳେ ଏହାର ଫଟୋ ଭାଇରାଲ ହେଲା ସେତେବେଳେ ପ୍ରକୃତ କଥା ସାମ୍ନାକୁ ଆସିଲା। 

Also Read: Shocking News: ପ୍ରଶାନ୍ତ ମହାସାଗରରେ ଉଡୁଥିବାର ଦେଖାଗଲା UFO, ରେକର୍ଡିଂ କଲେ ପାଇଲଟ

ଦିୱାଲି ପର ଠାରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗୁରୁତର ହେବାରେ ଲାଗିଛି। ଯାହାର ଫଳସ୍ୱରୂପ ରାଷ୍ଟ୍ରୀୟ ରାଜଧାନୀରେ ନିଶ୍ୱାସ ପ୍ରଶ୍ୱାସ ନେବା ଏପରିକି କୌଣସି ଜିନିଷକୁ ଦେଖିବା ମଧ୍ୟ ଏକ କଷ୍ଟକର କାର୍ଯ୍ୟ ହୋଇପଡ଼ିଛି। ସଦ୍ୟ ଏହାର ଏକ ଉଦାହରଣ ହେଉଛି ପାଣି ଟାଙ୍କି। ଯାହାର ଫଟୋ ଖୁବ ଭାଇରାଲ ହୋଇଛି। ଯାହାକୁ ୩୯ ହଜାର ଲୋକ ପସନ୍ଦ କରିଥିବା ବେଳେ ୪ ହଜାର ଲୋକ ରିଟ୍ୱିଟ କରିଛନ୍ତି।

ଗୁରୁତର ବାୟୁ ପ୍ରଦୂଷଣ କାରଣରୁ ଦିଲ୍ଲୀରେ ଅନେକ ଜିନିଷକୁ ସ୍ପଷ୍ଟ ଭାବେ ଦେଖିବା ସମ୍ଭବ ପର ହେଉନାହିଁ। ଯାହା ଫଳ ସ୍ୱରୂପ ଏକ ପାଣି ଟାଙ୍କି ୟୁଏଫଓ ଭ୍ରମ ସୃଷ୍ଟି କରିଥିଲେ। ଦିଲ୍ଲୀ ବସନ୍ତକୁଞ୍ଜ ଅଞ୍ଚଳରେ ଗୋଟିଏ ପାଣି ଟାଙ୍କିର ଉପର ଭାଗ ଏକ ଅଜ୍ଞାତ ଉଡନ୍ତା ବସ୍ତୁ ଭଳି ଦେଖାଯାଉଥିଲା। ଯାହାକୁ ଅନେକ ଲୋକେ କେବଳ ଦେଖିବା ମାତ୍ରେ ୟୁଏଫଓ ବୋଲି ଦାବି କରିଥିଲେ। ହେଲେ ଯେତେବେଳେ ଏହାର ଫଟୋ ସୋସିଆଲ ମିଡ଼ିଆ ଜରିଆରେ ଭାଇରାଲ ହୋଇଥିଲା ସେତେବେଳେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା।

Also Read: Shocking News: ଏଲିଅନଙ୍କୁ ସ୍ୱାଗତ କରିବା ପାଇଁ ଏହି ଦେଶରେ ନିର୍ମାଣ ହେଲା ସ୍ୱତନ୍ତ୍ର କେନ୍ଦ୍ର

ଭାରତ ଅପେକ୍ଷା ଯୁକ୍ତରାଷ୍ଟ୍ର ଆମେରିକାରେ ୟୁଏଫଓ ଦେଖାଯିବା ଘଟଣା ଅଧିକ ଘଟିଛି। ଏପରିକି ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଆଗୁଆ ଥିବା ଆମେରିକା ଭଳି ଦେଶରେ ୟୁଏଫଓ କୌଣସି ରହସ୍ୟ ଠାରୁ କମ ନୁହେଁ। ଅନେକ ଆମେରିକୀୟ ନାଗରିକ ଦେଶର ବିଭିନ୍ନ ସ୍ଥାନରେ ୟୁଏଫଓ ଦେଖିଥିବାର ଦାବି କରିଛନ୍ତି। ପୁରୁଣା ତଥ୍ୟକୁ ଛାଡି଼ଦେଲେ ପ୍ରାୟ ୩ ବର୍ଷ ପୂର୍ବେ ଅର୍ଥାତ୍ ଗତ ୨୦୧୯ ବର୍ଷରେ ୬୨୮୧ ମାମଲା ପଞ୍ଜୀକୃତ ହୋଇଥିଲା। ଯେଉଁଥିରେ ୟୁଏଫଓ ଦେଖାଯାଇଥିବାର ଦାବି କରାଯାଇଥିଲା। ଏହାର ପର ବର୍ଷ ଅର୍ଥାତ୍ ୨୦୨୦ ବର୍ଷରେ ୟୁଏଫଓ ସହ ଜଡିତ ୭୨୬୭ ମାମଲା ପଞ୍ଜୀକୃତ ହୋଇଥିଲା। ଏହି ସମସ୍ତ ଘଟଣାର  ଆମେରିକାରେ ଯେଉଁ ସହରରେ ଘଟିଛି ତାହାର ତଥ୍ୟ ସଂଗ୍ରହ କରାଯିବା ସହ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ସବୁଠାରୁ ରହସ୍ୟପୂର୍ଣ୍ଣ କଥା ଏହା ଯେ କେବଳ ଆମେରିକୀୟ ସହରରେ ୟୁଏଫଓ ଦେଖାଯାଉଛି। ହେଲେ ଏହା ପଛରେ ରହିଥିବା ରହସ୍ୟର ପର୍ଦ୍ଦାଫାଶ ଆଜି ପର୍ଯ୍ୟନ୍ତ କରାଯାଇ ପାରିନାହିଁ। 

Also Read: ବିଜ୍ଞାନ ଯୁଗରେ ମଧ୍ୟ ରହସ୍ୟପୂର୍ଣ୍ଣ ରହିଛି ୟୁଏଫଓ, ଜାଣନ୍ତୁ ଏହାର ଇତିହାସ...

ୟୁଏଫଓ ଦେଖାଯିବା ଘଟଣାରେ ଆମେରିକାର ଆରିଜୋନା ରାଜ୍ୟର ସେଡୋନା ସହର ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କାରୋଲିନା, ତୃତୀୟ ସ୍ଥାନରେ ମର୍ଟଲ ବିଚ୍, ଚତୁର୍ଥ ସ୍ଥାନରେ କାଲିଫର୍ନିଆର ପାଟରସନ ଏବଂ ପଞ୍ଚମ ସ୍ଥାନରେ ଫ୍ଲୋରିଡାର ନେପଲସ୍ ରହିଛି। ଏହି ଅଞ୍ଚଳରେ ୟୁଏଫଓ ସହ ଜଡ଼ିତ ସର୍ବାଧିକ କାର୍ଯ୍ୟକଳାପ ରେକର୍ଡ କରାଯାଇଛି। ବର୍ତ୍ତମାନ ୟୁଏଫଓ ବୋଲି ଦାବି କରା ଯାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଆକାଶରେ ଭାସମାନ ମେଘ ପରି ଏକ ବସ୍ତୁ ୟୁଏଫଓ ବୋଲି ଦାବି କରାଯାଇଥିଲା।