ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପଡିବ ପୂର୍ଣ୍ଣଛେଦ!
Advertisement
Article Detail0/zeeodisha/odisha1128684

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପଡିବ ପୂର୍ଣ୍ଣଛେଦ!

Russia-Ukraine crisis: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ । ଋଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ୟୁକ୍ରେନର ଅନେକ ପ୍ରମୁଖ ସହର ଧ୍ୱଂସ ହୋଇଯାଇଛି ।

(ଫାଇଲ ଫଟୋ)

Ukraine Russia War: ୟୁକ୍ରେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଥିବା ଋଷର ପ୍ରତିନିଧୀଙ୍କ ମୁଖ୍ୟ କହିଛନ୍ତି ଯେ ୟୁକ୍ରେନର ନିରପେକ୍ଷ ସ୍ଥିତିକୁ ନେଇ ଉଭୟ ପକ୍ଷ ଏକ ଚୁକ୍ତି କରିଛନ୍ତି । ୟୁକ୍ରେନ ସହିତ ଅନେକ ରାଉଣ୍ଡ ଆଲୋଚନା କରିଥିବା ଋଷର ପ୍ରତିନିଧିମଣ୍ଡଳର ଅଧ୍ୟକ୍ଷ ଭ୍ଲାଦିମିର ମେଡିନସ୍କି ଶୁକ୍ରବାର ଦିନ କହିଛନ୍ତି ଯେ ୟୁକ୍ରେନ୍ର ନାଟୋରେ ଯୋଗଦେବା ଏବଂ ନିରପେକ୍ଷ ଦୃଢ଼ତାକୁ ନେଇ ଉଭୟ ପକ୍ଷ ମତଭେଦକୁ ଦୂର କରିବାକୁ ଯାଉଛନ୍ତି ।

ମେଡିନ୍ସକିଙ୍କ ମନ୍ତବ୍ୟକୁ ଋଷର ନ୍ୟୁଜ୍ ଏଜେନ୍ସିଗୁଡିକ କହିଛି ଯେ ନିରପେକ୍ଷ ସ୍ଥିତି ଏବଂ ନାଟୋର ସଦସ୍ୟତା ଠାରୁ ୟୁକ୍ରେନର ଦୂରତା ହେଉଛି ଏକ ପ୍ରମୁଖ ଆଲୋଚନା ଏବଂ ଉଭୟ ପକ୍ଷ ଏହି ପ୍ରସଙ୍ଗରେ ପରସ୍ପରର ନିକଟତର ହେବାକୁ ଯାଉଛନ୍ତି ।

ଲୋକମାନେ ନିଜେ କରନ୍ତୁ ନିଜ ଭାଗ୍ୟର ନିର୍ଣ୍ଣୟ

ସେ କହିଛନ୍ତି ଯେ ୟୁକ୍ରେନକୁ ସାମରିକ ନିବୃତ କରିବା ପାଇଁ ଉଭୟ ପକ୍ଷ ବର୍ତ୍ତମାନ ପ୍ରାୟ 'ଅଧା ରାସ୍ତା'ରେ ଅଛନ୍ତି । ମେଡିନସ୍କି ସୂଚାଇ ଦେଇଛନ୍ତି ଯେ ୟୁକ୍ରେନ୍ର ଋଷ ସମର୍ଥିତ ପୂର୍ବ ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ କ୍ୱିଭ ଜୋର ଦେଉଥିବାବେଳେ ଋଷ ବିଶ୍ୱାସ କରୁଛି ଯେ ଏହି ଅଞ୍ଚଳର ଲୋକଙ୍କୁ ନିଜ ଭାଗ୍ୟ ନିର୍ଣ୍ଣୟ କରିବାକୁ ଦିଆଯାଉ ।

ବାସ୍ତବରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ । ଋଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ୟୁକ୍ରେନର ଅନେକ ପ୍ରମୁଖ ସହର ଧ୍ୱଂସ ହୋଇଯାଇଛି । ଅନ୍ୟପକ୍ଷରେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାଉଛନ୍ତି । ବିନାଶର ପରିମାଣ ଏତେ ଯେ ମିଳିତ ଜାତିସଂଘ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନରେ ଅତି କମରେ ୮୧୬ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଏଥି ସହିତ ମିଳିତ ଜାତିସଂଘ ଆକଳନ କରିଛି ଯେ ଯୁଦ୍ଧ ଆରମ୍ଭରୁ ୟୁକ୍ରେନ ଭିତରେ ପ୍ରାୟ ୬.୫ ନିୟୁତ ଲୋକ ବିସ୍ଥାପିତ ହୋଇଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନ କହିଛି ଯେ ଋଷ ପକାଇଥିବା ଅନେକ ବୋମା ବିସ୍ଫୋରଣ ହୋଇ ନାହିଁ, ଏହାକୁ ନିଷ୍କ୍ରିୟ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିବ ।

ଏହା ବି ପଢ଼ନ୍ତୁ: ପିତାମାତା ଜୀବିତ ଥିବା ପର୍ଯ୍ୟନ୍ତ ସମ୍ପତ୍ତି ଉପରେ ହକ୍ ଜତାଇ ପାରିବ ନାହିଁ ପୁଅ: ହାଇକୋର୍ଟ

ଏହା ବି ପଢ଼ନ୍ତୁ: ମୋଦି ସରକାରଙ୍କୁ ଚେତାବନୀ ସହ ଏହି ଅନୁରୋଧ କଲେ ରାହୁଲ