Ukraine Russia War: ଜାଣନ୍ତୁ କ'ଣ ରହିଛି ଯୁଦ୍ଧର ମୁଖ୍ୟ କାରଣ?
Advertisement
Article Detail0/zeeodisha/odisha1109074

Ukraine Russia War: ଜାଣନ୍ତୁ କ'ଣ ରହିଛି ଯୁଦ୍ଧର ମୁଖ୍ୟ କାରଣ?

Russia Ukraine Conflict: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ଜାରି ରହିଛି । ଉଭୟ ଦେଶର ସେନା ପରସ୍ପରକୁ ଟକ୍କର ଦେଉଛନ୍ତି । ଚାରିଆଡେ ବିନାଶ ଦୃଶ୍ୟମାନ ହେଉଛି । ଏପରି ପରିସ୍ଥିତିରେ, ଏହା ଜାଣିବା ଆବଶ୍ୟକ ଯେ, ଏହି ବିବାଦର ପ୍ରକୃତ କାରଣ କ'ଣ? 

 

Ukraine Russia War: ଜାଣନ୍ତୁ କ'ଣ ରହିଛି ଯୁଦ୍ଧର ମୁଖ୍ୟ କାରଣ?

Ukraine Russia War: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ଜାରି ରହିଛି । ଉଭୟ ଦେଶର ସେନା ପରସ୍ପରକୁ ଟକ୍କର ଦେଉଛନ୍ତି । ଚାରିଆଡେ ବିନାଶ ଦୃଶ୍ୟମାନ ହେଉଛି । ଏପରି ପରିସ୍ଥିତିରେ, ଏହା ଜାଣିବା ଆବଶ୍ୟକ ଯେ, ଏହି ବିବାଦର ପ୍ରକୃତ କାରଣ କ'ଣ? ସୋଭିଏତ୍ ୟୁନିଅନ୍ ସମୟରେ ବନ୍ଧୁ ଥିବା ଏହି ଦୁଇ ଦେଶଗୁଡ଼ିକ କାହିଁକି ଏବେ ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି? ଜାଣନ୍ତୁ ସଂକ୍ଷିପ୍ତ ଭାବରେ...

  • ୟୁକ୍ରେନର ପଶ୍ଚିମ ସୀମା ୟୁରୋପ ଏବଂ ପୂର୍ବରେ ଋଷିଆ ସୀମା ସହ ଜଡିତ । ୧୯୯୧ ମସିହା ପର୍ଯ୍ୟନ୍ତ, ୟୁକ୍ରେନ ସୋଭିଏତ୍ ୟୁନିଅନର ଏକ ଅଂଶ ଥିଲା ।
  • ୨୦୧୩ ମସିହାରୁ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା, ସେତେବେଳେ ୟୁକ୍ରେନର ତତ୍କାଳ ରାଷ୍ଟ୍ରପତି ଭିକ୍ଟର ୟାମୁକୋଭିଚ୍ ବିରୋଧରେ କିଭରେ ପ୍ରଦର୍ଶନ ଆରମ୍ଭ କରିଥିଲା କାରଣ ତାଙ୍କୁ ଋଷର ସମର୍ଥନ ରହିଥିଲା ।
  • ୟାନୁକୋଭିଚଙ୍କୁ ଆମେରିକା-ବ୍ରିଟେନ୍ ସମର୍ଥିତ ବିକ୍ଷୋଭକାରୀଙ୍କ ବିରୋଧ ଯୋଗୁଁ ୟାନୁକୋଭିଚଙ୍କୁ ଫେବୃଆରୀ ୨୦୧୪ରେ ଦେଶ ଛାଡ଼ି ଯିବାକୁ ବାଧ୍ୟହୋଇଥିଲେ ।
  • ଏଥିରେ ଉତକ୍ଷୀପ୍ତ ହୋଇ ଦକ୍ଷିଣ ୟୁକ୍ରେନର କ୍ରିମିୟାକୁ କବ୍ଜା କରିଥିଲା ଋଷ । ଏହା ପରେ ସେ ସେଠାରେ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରିଥିଲା । ପରେ ବିଚ୍ଛିନ୍ନତାବାଦୀମାନେ ପୂର୍ବ ୟୁକ୍ରେନର ବଡ଼ ଅଂଶ ଦଖଲ କରିଥିଲେ ।
  • ୨୦୧୪ ପରଠାରୁ ଋଷ ସମର୍ଥକ ବିଛିନ୍ନତାବାଦୀ ଏବଂ ୟୁକ୍ରେନ୍ ସେନାଙ୍କ ମଧ୍ୟରେ ଡୋନବାସ ସୀମାରେ ଷଙ୍ଘର୍ଷ କରୁଥିଲେ ।
  • ପୂର୍ବରୁ ଯେତେବେଳେ ୧୯୯୧ରେ ୟୁକ୍ରେନ ସୋଭିଏତ ୟୁନିଅନରୁ ଅଲଗା ହେଲା, ଏହାପରେ ମଧ୍ୟ କ୍ରିମିୟାକୁ ନେଇ ଦୁଇ ଦେଶ ମଧ୍ୟରେ ଅନେକ ବିବାଦ ଲାଗି ରହିଥିଲା ।
  • ୨୦୧୪ ପରେ ପାଶ୍ଚାତ୍ୟ ଦେଶଗୁଡିକ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଲଗାତାର ବିବାଦକୁ ରୋକିବା ପାଇଁ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିଲେ । ୨୦୧୫ ମସିହାରେ ବେଲାରୁଷର ରାଜଧାନୀ ମିନସ୍କରେ ଫ୍ରାନ୍ସ ଏବଂ ଜର୍ମାନୀ ଉଭୟଙ୍କ ମଧ୍ୟରେ ଶାନ୍ତି ଏବଂ ଅସ୍ତ୍ରବିରତି ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।
  • ଏବେ ନାଟୋ ସହିତ ଘନିଷ୍ଠତା ଏବଂ ବନ୍ଧୁତା ସ୍ଥାପନ କରିବାକୁ ଆରମ୍ଭ କରିଥିଲା ୟୁକ୍ରେନ୍ । ନାଟୋ ସହିତ ୟୁକ୍ରେନର ଭଲ ସମ୍ପର୍କ ଅଛି । ୧୯୪୯ ମସିହାରେ ତତ୍କାଳୀନ ସୋଭିଏତ୍ ୟୁନିଅନକୁ ମୁକାବିଲା କରିବା ପାଇଁ ନାଟୋ ଅର୍ଥାତ୍ 'ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ' ଗଠନ କରାଯାଇଥିଲା । ନାଟୋ ସହ ୟୁକ୍ରେନ୍ ସମ୍ପର୍କ ଋଷକୁ ବିଚଳିତ କରୁଥିଲା ।
  • ଆମେରିକା ଏବଂ ବ୍ରିଟେନ ସମେତ ବିଶ୍ୱର ୩୦ଟି ଦେଶ ନାଟୋର ସଦସ୍ୟ ଅଛନ୍ତି । ଯଦି କୌଣସି ଦେଶ ଆଉଏକ ତୃତୀୟ ଦେଶ ଉପରେ ଆକ୍ରମଣ କରେ, ତେବେ ନାଟୋର ସମସ୍ତ ସଦସ୍ୟ ଦେଶ ଏକଜୁଟ ହୋଇ ଏହାର ମୁକାବିଲା କରିଥାନ୍ତି । ଋଷ ଚାହୁଁଛି ନାଟୋ ନିଜକୁ ବିସ୍ତାର ନକରୁ । ଏହି ଦାବି ନେଇ ୟୁକ୍ରେନ୍ ସମେତ ପଶ୍ଚିମ ଦେଶଗୁଡ଼ିକ ଉପରେ ଋଷ ରାଷ୍ଟ୍ରପତି ପୁତିନ୍ ଚାପ ପକାଉଥିଲେ ।
  • ଶେଷରେ ଆମେରିକା ଏବଂ ଅନ୍ୟ ଦେଶର ପ୍ରତିବନ୍ଧକକୁ ଖାତିର ନକରି ଗୁରୁବାର ଦିନ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ଋଷ । ତେବେ ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରିବାକୁ ବର୍ତ୍ତମାନ ସୁଦ୍ଧା ନାଟୋ, ଆମେରିକା ଏବଂ ଅନ୍ୟ ଦେଶ ଗୁଡ଼ିକ ଘୋଷଣା କରିନାହାଁନ୍ତି ଋଷ ସେମାନେ ପରୋକ୍ଷରେ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି, ତେଣୁ ଏହି ଯୁଦ୍ଧ କ’ଣ ହେବ ତାହା କହିବା କଷ୍ଟକର । ଯଦି ୟୁରୋପ ଏବଂ ଆମେରିକୀୟ ଦେଶ ଯଦି ଋଷ ବିରୋଧରେ ମିଲିଟାରୀ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ସମଗ୍ର ଦେଶ ପାଇଁ ବିପଦ ସୃଷ୍ଟି କରିପାରେ ।

ଏହା ବି ପଢ଼ନ୍ତୁ: ଦେଶ ଛାଡିବାକୁ ମନା କଲେ ଜେଲେନସ୍କି, ଆମେରିକାକୁ କହିଲେ- ମୋତେ ହତିଆର ଦରକାର

ଏହା ବି ପଢ଼ନ୍ତୁ: ଆପଣଙ୍କ ଆଧାରକାର୍ଡରୁ କେତେ ଲୋକ ନେଇଛନ୍ତି SIM, ଏହି ସରକାରୀ ୱେବସାଇଟରୁ ପାଆନ୍ତୁ ତଥ୍ୟ