Four storey building collapsed: ଆଜାଦ ମାର୍କେଟରେ ନିର୍ମାଣାଧିନ କୋଠା ଭୁଷୁଡି ତିନି ମୃତ, ୬ ନିଖୋଜ
Advertisement
Article Detail0/zeeodisha/odisha1343669

Four storey building collapsed: ଆଜାଦ ମାର୍କେଟରେ ନିର୍ମାଣାଧିନ କୋଠା ଭୁଷୁଡି ତିନି ମୃତ, ୬ ନିଖୋଜ

Four storey building collapsed: ନୂଆଦିଲ୍ଲୀର ଆଜାଦ ମାର୍କେଟରେ ଅଜୟ ଜୈନ ନାମକ ଜଣେ ବ୍ୟକ୍ତିଙ୍କର ଏକ ନିର୍ମାଣଧିନ କୋଠାର କାମ ଚାଲିଥିଲା। ହେଲେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ୍ କୋଠାଟି ଭୁଷୁଡିଥିଲା। ଫଳରେ କୋଠାର ଭଗ୍ନାବଶେଷ ତଳେ ୧୦ରୁ ଊର୍ଦ୍ଧ୍ୱ ଶ୍ରମିକମାନେ ଫଶି ଯାଇଥିଲେ।

Four storey building collapsed: ଆଜାଦ ମାର୍କେଟରେ ନିର୍ମାଣାଧିନ କୋଠା ଭୁଷୁଡି ତିନି ମୃତ, ୬ ନିଖୋଜ

Building Collapsed, ନୂଆଦିଲ୍ଲୀ: ନୂଆଦିଲ୍ଲୀ ଆଜାଦ ମାର୍କେଟ (Azad Market) ରେ ଅଘଟଣ ଘଟିଛି। ନିର୍ମାଣଧିନ ଚାରି ମହଲା କୋଠା ଭୁଷୁଡି ତିନି ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି। ଏବେବି କୋଠା ମଧ୍ୟରେ ପାଞ୍ଚରୁ ଛଅ ଜଣ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଦମକଳ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛନ୍ତି। ଓଭରଲୋଡିଂ କାରଣରୁ କୋଠାଟି ଭୁଷୁଡିଥିବା ଅନୁମାନ କରାଯାଉଛି। ତେବେ କିପରି ଅଘଟଣ ଘଟିଲା ସେନେଇ ପୋଲିସ ଛାନଭିନ ଚଳାଇଛି।

ନୂଆଦିଲ୍ଲୀର ଆଜାଦ ମାର୍କେଟରେ ଅଜୟ ଜୈନ ନାମକ ଜଣେ ବ୍ୟକ୍ତିଙ୍କର ଏକ ନିର୍ମାଣଧିନ କୋଠାର କାମ ଚାଲିଥିଲା। ହେଲେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ୍ କୋଠାଟି ଭୁଷୁଡିଥିଲା। ଫଳରେ କୋଠାର ଭଗ୍ନାବଶେଷ ତଳେ ୧୦ରୁ ଊର୍ଦ୍ଧ୍ୱ ଶ୍ରମିକମାନେ ଫଶି ଯାଇଥିଲେ। ପରେ ପୋଲିସକୁ ଏନେଇ ସୂଚନା ଦିଆଯାଇଥିଲା। କୋଠା ଭୁଷୁଡିବାର ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ସହାୟତାରେ କୋଠାର ଭଗ୍ନାବଶେଷ ତଳୁ ତିନି ଜଣଙ୍କ ମୃତଦେହ ବାହାର କରାଯାଇଛି। ଏବେ ବି ପ୍ରାୟ ୬ ଜଣ ଭଙ୍ଗା କୋଠା ତଳେ ଫସି ରହିଥିବା ସନ୍ଦେହ କରାଯାଉଛି। ଫଳରେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି।

Also Read: ଗୁଣି-ଗାରେଡି ସନ୍ଦେହରେ ୩ ଜଣ ମହିଳାଙ୍କୁ ପିଟିପିଟି ହତ୍ୟା, ୮ ଜଣ ଗିରଫ

ଅଗ୍ନିଶମ ବାହିନୀ ଅଧିକାରୀ (Delhi Fire Service)ଙ୍କ କହିବା ଅନୁସାରେ, ସକାଳ ପ୍ରାୟ  ୮ଟା ୩୦ ମିନିଟ ସମୟରେ ସେ ଆଜାଦ ମାର୍କେଟରେ କୋଠା ଭୁଶୁଡିଥିବା ଖବର ପାଇଥିଲେ। ପରେ ଦମକଳ ବାହିନୀର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା। କୋଠା ମଧ୍ୟରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ମେଡିକାରେ ଭର୍ତ୍ତି କରାଯାଇଥିଲା। ତେବେ, ଏହି ଅଘଟଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଆହତଙ୍କ ଚିକିତ୍ସା ଜାରି ରହିଛି। ତେବେ, ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

 

ସେପଟେ ଉତ୍ତର ଦିଲ୍ଲୀ ଡେପ୍ୟୁଟି କମିଶନର ସାଗର ସିଂକାଲଶି (Deputy Commissioner of Police) କହିଛନ୍ତି ଯ, କୋଠାଟି ଓଭରଲୋଡିଂ କାରଣରୁ ଭୁଷୁଡି ପଡିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ତେବେ ଏହି କୋଠାରେ କେହି ରହୁ ନଥିବା ସେ କହିଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ମଧ୍ୟ ସାମିଲ ହୋଇଛି। ଅଣଓସାରିଆ ରାସ୍ତା କାରଣରୁ ଉଦ୍ଧାର କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ପାଇଁ ଘଟଣାସ୍ଥରେ ଜେସିପି ପହଞ୍ଚି ପାରୁ ନାହିଁ। 

Also Read: Red sandal wood smuggling: 'ପୁଷ୍ପା' ଫେରାର! ଓଡ଼ିଶାରୁ ଚେନ୍ନାଇ ଚୋରାଚାଲାଣ ବେଳେ 

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କୋଠା ମଧ୍ୟରେ ୧୫ରୁ ଅଧିକ ଶ୍ରମିକ କାର୍ଯ୍ୟ କରୁ ଥିଲେ ଏବଂ ସେମାନଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଥିଲେ। ତେବେ, ଏହା ପୂର୍ବରୁ ମଧ୍ୟ ନର୍ଥଇଷ୍ଟ ଦିଲ୍ଲୀର ମୁସ୍ତଫାବାଦରେ ଏକ ତିନି ମହଲା କୋଠା ଭିଷୁଡି ପଡିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ପରିବାରର ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଗତ ଜୁଲାଇ ୨୪ରେ ଏହି ଅଘଟଣ ଘଟିଥିଲା। କୋଠାଟି ୧୭ରୁ ୧୮ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା।