Union Budget 2022 : ଗୃହ ଓ ସହରୀ ଯୋଜନା ପାଇଁ ବଡ଼ ଘୋଷଣା, ପରିବାର ପିଛା ଖର୍ଚ୍ଚ ହେବ ଏତିକି ଟଙ୍କା
Advertisement
Article Detail0/zeeodisha/odisha1086057

Union Budget 2022 : ଗୃହ ଓ ସହରୀ ଯୋଜନା ପାଇଁ ବଡ଼ ଘୋଷଣା, ପରିବାର ପିଛା ଖର୍ଚ୍ଚ ହେବ ଏତିକି ଟଙ୍କା

କେନ୍ଦ୍ରୀୟ ବଜେଟ ୨୦୨୨ରେ ପ୍ରାୟ ସମସ୍ତ ବିଭିଗକୁ ସମାନ ଗୁରୁତ୍ୱ ଦିଆଯାଇଛି। ଗୃହ ଓ ସହରୀ ଯୋଜନା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୪୮ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦି ସରକାରର ୧୦ମ ବଜେଟ ଉପସ୍ଥାପନା କରାଯାଇଛି। ଚତୁର୍ଥ ଥର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ମହାମାରୀ କୋରୋନାରେ ଭୁଷୁଡି ଯାଇଥିବା ଦେଶର ଅର୍ଥବ୍ୟବସ୍ଥାକୁ ବଳ ଦେବା ପାଇଁ ବଜେଟ ୨୦୨୨-୨୩ରେ ଟେଷ୍ଟା କରାଯାଇଛି। ଚଳିତ ବର୍ଷ ବଜେଟ ସାଧାରଣ ବର୍ଗକୁ ସୁହାଇଲା ଭଳି ହୋଇଥିବା ଅର୍ଥନୈତିଜ୍ଞମାନେ ମତ ପ୍ରକାଶ କରିଛନ୍ତି।

କେନ୍ଦ୍ରୀୟ ବଜେଟ ୨୦୨୨ରେ ପ୍ରାୟ ସମସ୍ତ ବିଭିଗକୁ ସମାନ ଗୁରୁତ୍ୱ ଦିଆଯାଇଛି। ଗୃହ ଓ ସହରୀ ଯୋଜନା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୪୮ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ୨୦୨୨-୨୩ରେ ଏହି ଯୋଜନାର ୮୦ ଲକ୍ଷ ଘର ନିର୍ମାଣ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୬୦ ହଜାର ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି।

Also Read: Union Budget 2022 LIVE: ବଦଳିଲା ନାହିଁ TAX ସ୍ଲାବ; ଜାଣନ୍ତୁ କ'ଣ ମହଙ୍ଗା ଓ କ'ଣ ଶସ୍ତା

 

ସେହିପରି ବର୍ଷ ୨୦୨୨-୨୩ରେ ପ୍ରତି ଘରକୁ ନଳ ଯୋଗେ ପାଣି ଯୋଗାଇବାକୁ ମୋଦି ସରକାର ଯୋଜନା କରିଛନ୍ତି। ଏଥିରେ ତିନି କୋଟି ୮୦ ଲକ୍ଷ ପରିବାର ଉପକୃତ ହେବ। ନଳ ପାଣି ଯୋଜନା ପାଇଁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯଦି ଏହାକୁ ବଣ୍ଟନ କରାଯାଏ ତେବେ ପରିବାର ପିଛା ୧୫୭୮ ଟଙ୍କା ୯୪ ପଇସା ପଡିବ। ସହରୀ ବିକାଶ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କହିଛନ୍ତି।

ଅର୍ବାନ ପ୍ଲାନିଂ ବା ସହରୀ ଯୋଜନାରେ ପାଞ୍ଚଟି ଶିକ୍ଷାନୁଷ୍ଠାନର ବିକାଶ କରାଯିବ। ଏଥିପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସହରରେ ଗୃହ ନିର୍ମାଣକୁ ନେଇ ନୂଆ ଆଇନ ଆସିବ। ସହରାଞ୍ଚଳରେ ସର୍ବସାଧାରଣ ପରିବହନକୁ ପ୍ରୋତ୍ସାହନ ଦିଆଯିବ। ସମସବାୟ ସମିତିର ମିନିମମ୍ ଅଲର୍ନେଟିଭ୍ ଟ୍ୟାକ୍ସକୁ ୧୫ ପ୍ରତିଶତକୁ ହ୍ରାସ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।