Union Budget 2023: କେମିତି ପ୍ରସ୍ତୁତ ହୁଏ ସାଧାରଣ ବଜେଟ, ଲାଗିଥାଏ କେତେ ସମୟ
Advertisement
Article Detail0/zeeodisha/odisha1530878

Union Budget 2023: କେମିତି ପ୍ରସ୍ତୁତ ହୁଏ ସାଧାରଣ ବଜେଟ, ଲାଗିଥାଏ କେତେ ସମୟ

Union Budget 2023 Update: ଏହା ହେଉଛି ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ। ଏହି ମନ୍ତ୍ରଣାଳୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଦେଶକୁ ବାର୍ଷିକ ବଜେଟ୍ ଦେବା । ଏହାକୁ ପ୍ରସ୍ତୁତ କରିବାରେ ଅର୍ଥନୀତିଜ୍ଞ, ଅର୍ଥନୀତି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ବିଶେଷଜ୍ଞ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। 

Union Budget 2023: କେମିତି ପ୍ରସ୍ତୁତ ହୁଏ ସାଧାରଣ ବଜେଟ, ଲାଗିଥାଏ କେତେ ସମୟ

Union Budget 2023: ଚାକିରୀ କରୁଥିବା ଲୋକମାନେ ଏକ ମାସ ପାଇଁ ନିଜର ଏକ ବଜେଟ୍ ପ୍ରସ୍ତୁତ କରିବାରେ ଝାଳ ବାହାରିଯାଏ। ହେପେ ଆପଣ କେବେ ଭାବିଛନ୍ତି କି ସମଗ୍ର ଦେଶ ପାଇଁ ବଜେଟ୍ ତିଆରି କରିବା କେତେ ବଡ଼ ଆହ୍ୱାନ ? ଦେଶର ସମସ୍ତ ଆବଶ୍ୟକତା ପୂରଣ କରିବା ଏବଂ ରାଜ୍ୟର ବିଭିନ୍ନ ମନ୍ତ୍ରଣାଳୟ ଏବଂ ଯୋଜନା ପାଇଁ ବଜେଟ୍ ପ୍ରସ୍ତୁତ କରିବା ଏତେ ସହଜ ନୁହେଁ । ଏହା ଏକ ଲମ୍ବା ଏବଂ ଜଟିଳ ପ୍ରକ୍ରିୟା । ଏହା କରିବା ପାଇଁ ସମ୍ପୂର୍ଣ୍ଣ ଶ୍ରେୟ ଅର୍ଥ ମନ୍ତ୍ରଣାଳୟକୁ ଯାଇଥାଏ । ପ୍ରତିବର୍ଷ ଫେବୃଆରୀ ୧ ରେ ଦେଶର ସାଧାରଣ ବଜେଟ୍ ପ୍ରସ୍ତୁତ କରାଯାଏ । 

ଦେଶର ରାଜଧାନୀର ସଂସଦ ଗୃହ ନିକଟରେ ରାଇସିନା ହିଲକୁ ଏକ ରାସ୍ତା ଯାଇଥାଏ। ୧୯୨୯ ରେ ଏହା ଉପରେ ନର୍ଥ ବ୍ଲକ୍ ନିର୍ମାଣ କରାଯାଇଥିଲା । ମାରୁନ୍ ବିଲ୍ଡିଂକୁ ସ୍ଥପତି ହର୍ବର୍ଟ ବେକର୍ ଡିଜାଇନ୍ କରିଥିଲେ, କିନ୍ତୁ ପରେ ଏଡୱାର୍ଡ ଲୁଟିନ୍ସଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା କୁହାଯାଉଥିଲା ।  ଏହା ହେଉଛି ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ। ଏହି ମନ୍ତ୍ରଣାଳୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଦେଶକୁ ବାର୍ଷିକ ବଜେଟ୍ ଦେବା । ଏହାକୁ ପ୍ରସ୍ତୁତ କରିବାରେ ଅର୍ଥନୀତିଜ୍ଞ, ଅର୍ଥନୀତି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ବିଶେଷଜ୍ଞ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। 

କେମିତି ପ୍ରସ୍ତୁତ ହୁଏ ଦେଶର ସାଧାରଣ ବଜେଟ୍
ବଜେଟ ପ୍ରସ୍ତୁତ କରିବା ଲାଗି ଦାୟିତ୍ୱ ଅର୍ଥ ସଚିବ, ରାଜସ୍ୱ ସଚିବ ଓ ବ୍ୟୟ ସଚିବଙ୍କ ପାଖରେ ରହିଥାଏ। ଏମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱ ବହନ କରେ। ଏମାନଙ୍କର କଥାବାର୍ତ୍ତା ଓ ନିଷ୍ପତ୍ତି କୁ ନେଇ ଅର୍ଥମନ୍ତ୍ରୀଙ୍କ ସହ ଲଗାତାର କଥାବାର୍ତ୍ତା ଚାଲିଥାଏ। ଏମିତି ଅନେକ ସମୟରେ ଖବର ରହିଛି ଯେ, ବେଳେ ବେଳେ ବହୁ ବିଳମ୍ବିତ ରାତି ଯାଏଁ ମଧ୍ୟ ବୈଠକ ବସିଥାଏ। କେବେ କେବେ ବୈଠକ ନର୍ଥ ବ୍ଲକରେ ହେବା ସହ ଅର୍ଥମନ୍ତ୍ରୀଙ୍କ ଘରେ ମଧ୍ୟ ହୋଇଥାଏ। ଅର୍ଥ ସଚିବ କେବେକେବେ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ବୈଠକ କରିଥାନ୍ତି। ଏହାସହ ବଜେଟ ପ୍ରସ୍ତୁତ ପାଇଁ ବିଭିନ୍ନ ଚ୍ୟାମ୍ବର, ବିଭିନ୍ନ ସଂସ୍ଥା,ବିଭିନ୍ନ ସଂଗଠନ ସହିତ କଥାବାର୍ତ୍ତା କରାଯାଇ ତାଙ୍କ ରାଏ ମଧ୍ୟ ଗ୍ରହଣ କରାଯାଏ। ଏମାନଙ୍କୁ ଛାଡିଲେ ଅତିରିକ୍ତ ସଚିବ ବ୍ୟୟ, ନୀତି ଆୟୋଗର ସଦସ୍ୟ ଓ ରାଷ୍ଟ୍ରୀୟ ବିଶେଷଜ୍ଞ ମଧ୍ୟ ଏହି ବଜେଟ ପ୍ରସ୍ତୁତିରେ ସାହାଯ୍ୟ କରିଥାନ୍ତି।

ଗୋପନୀୟ ରଖାଯାଏ ବଜେଟ
ବଜେଟ ପ୍ରସ୍ତୁତ ପ୍ରକ୍ରିୟା ଏତେ ଗୋପନୀୟ ଭାବେ ହୋଇଥାଅ ଯେ, ଯାହାର ଖବର ଅର୍ଥମନ୍ତ୍ରୀଙ୍କ ସହ ତାଙ୍କ ଟିମ୍ ଓ ପ୍ରଧାନମନ୍ତ୍ରୀ ଜାଣିଥାନ୍ତି। ନିଜ ପରିବାର ସହ ମଧ୍ୟ ସମୟ ଅତିବାହିତ କରିପାରନ୍ତିନି ଅର୍ଥମନ୍ତ୍ରାଳୟର ଅଧିକାରୀ । ବଜେଟ ପ୍ରକ୍ରିୟାକୁ ଗୋପନୀୟ ରଖିବାକୁ ସେମାନେ ନିଜ ପରିଜନଙ୍କ ପାଖରୁ ଦୂରେଇ ରୁହନ୍ତି । ବଜେଟ ଉପସ୍ଥାପନାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ତାଙ୍କୁ ଫୋନ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଥାଏ। ସେହିପରି ଏହି ସମୟରେ ବିନା କାରଣରେ ନର୍ଥ ବ୍ଲକରେ ବୁଲାବୁଲି କରିବା ମଧ୍ୟ ଭୟଙ୍କର ସାବ୍ୟସ୍ତ ହୋଇପାରେ। ପୂର୍ବରୁ ବଜେଟ୍ ୨୮ ଫେବୃଆରୀରେ ଉପସ୍ଥାପନା କରାଯାଉଥିଲା। ସେବେ ଫେବୃଆରୀ ମାସର ତୃତୀୟ ସପ୍ତାହ ବେଳକୁ ବଜେଟ ପୁରା ଭାବେ ପ୍ରସ୍ତୁତ ହୋଇଯାଉଥିଲା। ଏହାକୁ ପ୍ରସ୍ତୁତ କରି ନର୍ଥ ବ୍ଲକର ସେହି ରୁମରେ ରଖାଯାଏ ଯେଉଁଠାରେ ସୁରକ୍ଷା ବଳୟ ଅଭୈଦ ଅଟେ।

  • ସାଧାରଣ ବଜେଟ  ଦେଶର ସବୁ ମନ୍ତ୍ରାଳୟ ଓ ବିଭାଗର ପୂରା ବର୍ଷର ଖର୍ଚ୍ଚକୁ ଜାଣିବା ପାଇଁ କରାଯାଇଥାଏ। 
  • କେଉଁ କେଉଁ ଯୋଜନା ଉପରେ ପ୍ରତିବର୍ଷ କେତେ ଖର୍ଚ୍ଚ କରିବା ଦରକାର ସେହିସବୁ ସୂଚନା ଏହି ବଜେଟରେ ହୋଇଥାଏ।
  • ସାଧାରଣ ବଜେଟରେ ଏକ ବିତ୍ତିୟ ବର୍ଷ ମାନେ ୧ ଏପ୍ରିଲ ରୁ ୩୧ ମାର୍ଚ୍ଚ କୁ ଲେଖାଯାଇଥାଏ। 
  • ରେଳ ବଜେଟ ପ୍ରଥମେ ସାଧାରଣ ବଜେଟ ସହ ଥିଲା 
  • ମାତ୍ର ପରେ ରେଳ ବଜେଟକୁ ପରେ ସାଧାରଣ ବଜେଟରୁ ପୃଥକ କରାଯାଇଥିଲା।