କେନ୍ଦ୍ର ଗୃହମନ୍ତ୍ରୀ Amit Shahଙ୍କ କାର୍ଯ୍ୟାଳୟରୁ ଆସିଲା ଏହି ନିର୍ଦ୍ଦେଶ
Advertisement
Article Detail0/zeeodisha/odisha1098464

କେନ୍ଦ୍ର ଗୃହମନ୍ତ୍ରୀ Amit Shahଙ୍କ କାର୍ଯ୍ୟାଳୟରୁ ଆସିଲା ଏହି ନିର୍ଦ୍ଦେଶ

ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ମୁଖ୍ୟ, NIA, CBI,NCBମୁଖ୍ୟଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମେଡାଲ ପାଇଁ ନାମ ସୁପାରିସ କରିବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ତଦନ୍ତ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କଲେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଏବଂ ପୋଲିସ ବାହିନୀର ସଦସ୍ୟଙ୍କୁ ଏହି ପଦକ ପ୍ରଦାନ କରାଯାଇଥାଏ।

ଫାଇଲ ଫଟୋ

ନୂଆଦିଲ୍ଲୀ: 'ଉତ୍କର୍ଷ ତଦନ୍ତ ପାଇଁ ଗୃହମନ୍ତ୍ରୀଙ୍କ ପଦକ' ପାଇଁ ନାମ ସୁପାରିସ କରିବାକୁ ସମସ୍ତ  ରାଜ୍ୟ ଏବଂ UTର ପୋଲିସ ମୁଖ୍ୟ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୩୦ ସୁଦ୍ଧା ନାମ ସୁପାରିସ କରିବାକୁ ନିର୍ଦ୍ଦେଶ ହୋଇଛି। ନିର୍ଦ୍ଧାରିତ ତାରିଖ ପରେ ନାମ ସୁପାରିସ କଲେ ତାହା ଗୃହୀତ ହେବା ନାହିଁ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ୧୦ ଫେବୃଆରୀରେ ଜାରି କରାଯାଇଥିବା ବିବୃତିରେ ପ୍ରକାଶ କରାଯାଇଛି।

ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ମୁଖ୍ୟ, NIA, CBI,NCBମୁଖ୍ୟଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମେଡାଲ ପାଇଁ ନାମ ସୁପାରିସ କରିବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କଲେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଏବଂ ପୋଲିସ ବାହିନୀର ସଦସ୍ୟଙ୍କୁ ଏହି ପଦକ ପ୍ରଦାନ କରାଯାଇଥାଏ। ଅପରାଧ ଅନୁସନ୍ଧାନରେ ଉଚ୍ଚ ବୃତ୍ତିଗତ ମାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ଏବଂ ତଦନ୍ତକାରୀ ଅଫିସରଙ୍କ ତଦନ୍ତ କ୍ଷେତ୍ରରେ ଉତ୍କର୍ଷତାକୁ ଚିହ୍ନଟ କରି ସମ୍ମନିତ କରିବା ପାଇଁ ୨୦୧୮ରେ ଏହି ମେଡାଲକୁ ଆରମ୍ଭ କରାଯାଇଥିଲା।

Also Read: ଆଜିର ରାଶିଫଳ: ଜାଣନ୍ତୁ, କେମିତି କଟିବ ଆପଣଙ୍କର ଦିନ?

ହେଡ କନଷ୍ଟେବଳଙ୍କ ଠାରୁ ଆରମ୍ଭ କରି ପୋଲିସର ଅଧୀକ୍ଷକଙ୍କ ପର୍ଯ୍ୟନ୍ତ ପଦବୀର  ଅଧିକାରୀଙ୍କ ସୁପାରିସ ଅନଲାଇନରେ ଦାଖଲ କରିବାକୁ କୁହାଯାଇଛି। ୟୁଜର ID ଏବଂ ପାସୱାର୍ଡ ବ୍ୟବହାର କରି www.investigationmedal.mha.gov.in ମାଧ୍ୟମରେ ଏହି ସୁପାରିସ ଦାଖଲ କରାଯିବ। ଯାହାକି ସମ୍ମାନଜନକ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ୍ ପଦକ କିମ୍ବା ସମ୍ମାନଜନକ ସେବା ପାଇଁ ପୋଲିସ୍ ପଦକ ପାଇଁ ବର୍ତ୍ତମାନ ବ୍ୟବହୃତ ହେଉଛି।