ଆମେରିକା ରାଷ୍ଟ୍ରପତି ସରକାରୀ ଟ୍ୱିଟର ଆକାଉଣ୍ଟ 'POTUS' ହେବ Reset, ହଟିଯିବେ ସମସ୍ତ ଫଲୋର୍ସ
Advertisement
Article Detail0/zeeodisha/odisha831897

ଆମେରିକା ରାଷ୍ଟ୍ରପତି ସରକାରୀ ଟ୍ୱିଟର ଆକାଉଣ୍ଟ 'POTUS' ହେବ Reset, ହଟିଯିବେ ସମସ୍ତ ଫଲୋର୍ସ

ଓବାମାଙ୍କ ସମସ୍ତ ଫଲୋର୍ସ କ୍ଷମତା ହସ୍ତାନ୍ତରଣ ପରେ ଟ୍ରମ୍ପଙ୍କୁ ମିଳିଥିବା ପିଓଟୋୟୁଏସ୍ ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରୁଥିଲେ। 

ଆମେରିକା ରାଷ୍ଟ୍ରପତି ସରକାରୀ ଟ୍ୱିଟର ଆକାଉଣ୍ଟ 'POTUS' ହେବ Reset, ହଟିଯିବେ ସମସ୍ତ ଫଲୋର୍ସ

ୱାଶିଂଟନ: ଟ୍ୱିଟର ବ୍ୟବହାର କରୁଥିବା ଲୋକଙ୍କ ସବୁଠାରୁ ଖରାପ ସମୟ ସେତେବେଳେ ଆସିଥାଏ ଯେତେବେଳେ ତାଙ୍କର ସମସ୍ତ ଫଲୋର୍ସ ତାଙ୍କ ପାଖରୁ ହଟିଯାନ୍ତି। ବୁଧବାର ଏପରି ସମାନ ଘଟଣା ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ଟ୍ୱିଟର ଆକାଉଣ୍ଟ କ୍ଷେତ୍ରରେ ଘଟିବାକୁ ଯାଉଛି।          

ଦେଶରେ ସରକାର ବଦଳିବା ସହ ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଆମେରିକା ରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟ ରିସେଟ (Twitter Account Reset) କରିବାକୁ ଯୋଜନା କରିଛନ୍ତି। ଏହା ଦ୍ୱାରା ଏହି ଟ୍ୱିଟର ହ୍ୟାଣ୍ଡଲ ସହ ଜଡିତ ସମସ୍ତ ଫଲୋର୍ସ ହଟିଯିବେ।       

ପ୍ରେସିଡେଣ୍ଟ ଅଫ ଦି ୟୁନାଇଟେଡ ଷ୍ଟେଟ୍ସ (President of the United States-POTUS) ପିଓଟୋୟୁଏସ୍୪୫ ନାମରେ ବ୍ୟବହୃତ ହେଉଥିବା ଟ୍ୱିଟର ହ୍ୟାଣ୍ଡେଲ (@POTUS) ଅର୍ଥାତ ୪୫ତମ ଆମେରିକୀୟ ରାଷ୍ଟ୍ରପତିଙ୍କ ନାମରେ ବ୍ୟବହୃତ ହେଉଥିବା ଆକାଉଣ୍ଟ ଆର୍କାଇଭ୍ (Twitter Account Archive) ହୋଇଯିବ। ବର୍ତ୍ତମାନର ବିଦାୟୀ ରାଷ୍ଟ୍ରପତିଙ୍କ ପୂର୍ବରୁ ଦେଶର ୪୪ତମ ରାଷ୍ଟ୍ରମୁଖ୍ୟ ବାରାକା ଓବାମାଙ୍କ ନାମରେ ପରିଚାଳିତ ହେଉଥିବା ପିଓଟୋୟୁଏସ୍୪୪ ଆର୍କାଇଭ୍ ହୋଇସାରିଛି। 

Also Read: ବାଇଡେନଙ୍କ ଟିମରେ ୨୦ ପ୍ରବାସୀ, ଭାରତକୁ ମିଳିବ ବଡ ଫାଇଦା

 

ଓବାମାଙ୍କ ସମସ୍ତ ଫଲୋର୍ସ କ୍ଷମତା ହସ୍ତାନ୍ତରଣ ପରେ ଟ୍ରମ୍ପଙ୍କୁ ମିଳିଥିବା ପିଓଟୋୟୁଏସ୍ ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରୁଥିଲେ। ଟ୍ରମ୍ପଙ୍କୁ ଫଲୋ କରୁଥିବା ଫଲୋର୍ସ ଯେଉଁମାନେ ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ଆକାଉଣ୍ଟକୁ ଫଲୋ କରୁଛନ୍ତି ସେମାନଙ୍କୁ ପିଓଟୋୟୁଏସ୍ ଆକାଉଣ୍ଟ ଅନୁସରଣ କରିବାକୁ ବିକଳ୍ପ ଦିଆଯିବ। ହେଲେ ଟ୍ୱିଟର ଏପରି ନିଷ୍ପତ୍ତିକୁ ନେଇ ସନ୍ତୁଷ୍ଟ ନୁହେଁ ଶାାସକ ଡେମୋକ୍ରାଟିକ ପାର୍ଟ।

ନବନିର୍ବାଚିତ ଆମେରିକା ରାଷ୍ଟ୍ରପତିଙ୍କ ଡିଜିଟାଲ୍ ବ୍ୟାପାର ନିର୍ଦ୍ଦେଶକ ରବି ଫାଲେହର୍ଟି ଗତ ସପ୍ତାହରେ ଟ୍ୱିଟ୍ କରି କହିଛନ୍ତି ଫଲୋର୍ସ ଲାଗି  ଆକାଉଣ୍ଟ ରିସେଟ କରିବାକୁ ଯୋଜନା ସମ୍ପୂର୍ଣ୍ଣ ଅନୁପଯୁକ୍ତ। ଏନେଇ ଟ୍ୱିଟର ପକ୍ଷରୁ କୁହାଯାଇଛି  ଆକାଉଣ୍ଟ ରିସେଟ କରିବା ଦ୍ୱାରା ଲୋକଙ୍କୁ ନୂଆ ଆକାଉଣ୍ଟକୁ ଅନୁସରଣ କରିବା ନକରିବାର ବିକଳ୍ପ ରହିଛି।

Also Read: ହ୍ୱାଇଟ ହାଉସ ଯିବା ପୂର୍ବରୁ ଭାବବିହ୍ୱଳ ବାଇଡେନ

 

ଆପତ୍ତିଜନକ ତଥା ବିଭ୍ରାନ୍ତିକର ଟ୍ୱିଟ କରିବା କାରଣରୁ ଟ୍ୱିଟର ବିଦାୟୀ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲ "ରିଅଲଡୋନାଲ୍ଡ ଟ୍ରମ୍ପ" ଆକାଉଣ୍ଟ (@realDonaldTrump) ଉପରେ ସବୁଦିନ ପାଇଁ ପ୍ରତିବନ୍ଧକ ଲଗାଇଛି। 

Also Read: ଶପଥ ପୂର୍ବରୁ Washington Lockdown; ଟ୍ରମ୍ପଙ୍କ ଲାଗି ରାଜରାସ୍ତାରେ ବୁଲିଲା ଟ୍ୟାଙ୍କ

 

ଜାନୁଆରୀ ୨୦ ତାରିଖ ବୁଧବାର ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ତାଙ୍କୁ ପିଓଟୋୟୁଏସ୍ ଟ୍ୱିଟର ହ୍ୟାଣ୍ଡେଲ ହସ୍ତାନ୍ତର କରାଯିବ। ଏହା ସହିତ ଟ୍ରମ୍ପଙ୍କ କାର୍ଯ୍ୟକାଳ ସହିତ ଜଡିତ ପିଓଟୋୟୁଏସ୍ ଆକାଉଣ୍ଟ ଏବଂ ଫାଷ୍ଟେ ଲେଡି ଅଫ୍ ଦି ୟୁନାଇଟେଡ ଷ୍ଟେଟ୍ସ-ଏଫଏଲଓଟିୟୁଏସ (First Lady of the United States-FLOTUS) ଆକାଉଣ୍ଟ ଆର୍କାଇଭ ହୋଇଯିବ। 

ଏହି ସମୟରେ, ଫେସବୁକ୍ ଏହାର ନୀତିରେ ପରିବର୍ତ୍ତନ କରିନାହିଁ। ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ ପରିଚାଳନା ଭାର ଏବେ ନୂତନ ପ୍ରଶାସନକୁ ହସ୍ତାନ୍ତର ହେବା ପରେ ଏହାର ସରକାରୀ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେତକି ଫଲୋର୍ସ ରହିବେ ଯେତିକି ବର୍ତ୍ତମାନ ଅଛନ୍ତି।