ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣାରେ ଲଭ ଜୀହାଦ ବିରୁଦ୍ଧରେ ଆଇନ ପ୍ରସ୍ତୁତ କରିବାକୁ ଏକ ପ୍ରସ୍ତୁତି ଚାଲିଛି।
Trending Photos
ନୂଆଦିଲ୍ଲୀ: 'ଲଭ ଜେହାଦ' (Love Jihad)ବିରୁଦ୍ଧରେ ଆଇନ ପ୍ରଣୟନ କରିବାକୁ ନେଇ ବିତର୍କ ଜାରି ରହିଛି। ଗୋଟିଏ ପଟେ ବିଭିନ୍ନ ରାଜ୍ୟର ସରକାର ଏ ସମ୍ପର୍କିତ ଆଇନ ପ୍ରସ୍ତୁତ କରିବାକୁ ନେଇ ଯୋଜନା କରୁଥିବା ବେଳେ ଏହାକୁ ସମ୍ବିଧାନ ବିରୋଧି ଭାବେ ଦର୍ଶାଇଛନ୍ତି ହାଇଦ୍ରାବାଦ ଲୋକସଭା ସାଂସଦ (Hyderabad Lok Sabha MP)ତଥା ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ-ଏଆଇଏମଆଇଏମ (AIMIM-All India Majlis-e-Ittehadul Muslimeen)ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ (Asaduddin Owaisi)ନେତୃତ୍ୱାଧିନ।
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ହାଇଦ୍ରାବାଦ ଲୋକସଭା ସାଂସଦ କହିଛନ୍ତି, "ଲଭ ଜେହାଦ ବିରୁଦ୍ଧରେ ଆଇନ ପ୍ରଣୟନ ସମ୍ବିଧାନ ଆତ୍ମାର ବିରୋଧ ସହ ସମାନ। ଯଦି ଏହି ଆଇନ ପ୍ରଣୟନ ହେବ ତାହେଲେ ସ୍ୱତନ୍ତ୍ର ବିବାହ ଆଇନକୁ ରଦ୍ଦ କରାଯିବା ଆବଶ୍ୟକ। ଏହି ନିୟମ ସମ୍ବିଧାନର ଧାରା ୧୪-୨୧ ବିରୁଦ୍ଧ। "
ଲଭ ଜେହାଦ ପ୍ରସଙ୍ଗରେ ହାଇଦ୍ରାବାଦ ସାଂସଦ ଦେଇଥିବା ବୟାନ ଉପରେ ପ୍ରତିଜବାବ ରଖିଛନ୍ତି ବିଜେପିର ଅଗ୍ନିବର୍ଷୀ ନେତା (Firebrand BJP Leader)ତଥା କେନ୍ଦ୍ରମନ୍ତ୍ରୀ (Union Minister)ଗିରିରାଜ ସିଂହ (Giriraj Singh)। ଏନେଇ ସେ କହିଛନ୍ତି, " ଓୱେସି ଭଳି ଲୋକେ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚିନ୍ତା କରୁଛନ୍ତି। ସାମାଜିକ ସୌହାର୍ଦ୍ଦ୍ୟ ପାଇଁ ଲଭ ଜେହାଦ ବିରୋଧରେ ଆଇନ ପ୍ରଣୟନ କରିବା ଆବଶ୍ୟକ। କିଛି ଲୋକ ଜାଣିଶୁଣି ସାରା ଦେଶରେ ସାମାଜିକ ସୌହାର୍ଦ୍ଦ୍ୟ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ପ୍ରତିଦିନ ଏଭଳି ଘଟଣା ସବୁଠାରେ ଘଟୁଛି। "
ଅଧିକ ପଢନ୍ତୁ: 'ହିନ୍ଦୁସ୍ତାନ' ଶବ୍ଦ କହିବାକୁ ନେଇ ନାରାଜ ଓୱେସୀଙ୍କ ବିଧାୟକ; ବିଧାନସଭାରେ ଜୋରଦାର ହଙ୍ଗାମା
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣାରେ ଲଭ ଜୀହାଦ ବିରୁଦ୍ଧରେ ଆଇନ ପ୍ରସ୍ତୁତ କରିବାକୁ ଏକ ପ୍ରସ୍ତୁତି ଚାଲିଛି। ଉତ୍ତରପ୍ରଦେଶରେ ଗୃହ ବିଭାଗ ମଧ୍ୟ ଏ ସମ୍ପର୍କିତ ପ୍ରସ୍ତାବିତ ଆଇନ୍ ପ୍ରସ୍ତୁତ କରିଛି। ପରବର୍ତ୍ତୀ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ ହୋଇପାରେ ବୋଲି ସମ୍ଭାବନା ରହୁଛି। ଏହା ସହିତ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ କହିଛନ୍ତି ଶୀଘ୍ର ଏହି ଆଇନ ପ୍ରଣୟନ କରାଯିବା ଆବଶ୍ୟକ। ଏହି ଆଇନର ଆବଶ୍ୟକତା ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର ଏବଂ ଗୃହମନ୍ତ୍ରୀ ଅନିଲ ଭିଜ କହିଛନ୍ତି।