Unlucky Friday: ୨୪ ଘଣ୍ଟା ମଧ୍ୟରେ ଘଟିଲା ଏହି ୫ଟି ବଡ଼ ଘଟଣା, ମନେ ରଖିବ ୨୦୨୨
Advertisement
Article Detail0/zeeodisha/odisha1508124

Unlucky Friday: ୨୪ ଘଣ୍ଟା ମଧ୍ୟରେ ଘଟିଲା ଏହି ୫ଟି ବଡ଼ ଘଟଣା, ମନେ ରଖିବ ୨୦୨୨

Unlucky Friday 2022: ଆଉ କିଛି ଦିନ ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ଆସିବ ନୂଆବର୍ଷ । ହେଲେ ନୂଆବର୍ଷ ଆସିବା ପୂର୍ବରୁ ଏମିତି କିଛି ଘଟଣା ଯାହା ସାରା ଦେଶ ସହ ରାଜ୍ୟକୁ ଚିନ୍ତାରେ ପକାଇଥିଲା। ରାତି ନପାହୁଣୁ ମିଳିଥିଲା କେବଳ ମୃତ୍ୟୁର ଖବର । ଦୁଇ ଦୁଇଟି ମୃତ୍ୟୁ ଖବର ପରେ ଆସିଥିଲା କେବଳ ଦୁର୍ଘଟଣାର ଖବର।

Unlucky Friday: ୨୪ ଘଣ୍ଟା ମଧ୍ୟରେ ଘଟିଲା ଏହି ୫ଟି ବଡ଼ ଘଟଣା, ମନେ ରଖିବ ୨୦୨୨

Unlucky Friday: ୨୦୨୨ ଡିସେମ୍ବର ୩୦ । ସମସ୍ତେ ନୂଆବର୍ଷ ଆସିବା ନେଇ ପ୍ରସ୍ତୁତି ଜାରି ରଖିଛନ୍ତି। ହେଲେ ଅଶୁଭ ଶୁକ୍ରବାର ଦିନ କିଛି ଏମିତି ଘଟଣା ଘଟିଗଲା ଯାହା ରାଜ୍ୟ ସହ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଗଲା। ରାତି ନପାହୁଣୁ ମିଳିଥିଲା କେବଳ ମୃତ୍ୟୁର ଖବର । ଏହି ୨୪ ଘଣ୍ଟାରେ କିଛି ଏମିତି ଘଟିଥିଲା ଯାହା ଆଜି ଦିନ ତମାମ ସମସ୍ତଙ୍କ ମନରେ ଛାପି ହୋଇ ରହିଗଲା । 

ପ୍ରଥମ ଖବର ଟି ଥିଲା କିମ୍ବଦନ୍ତୀ ବ୍ରାଜିଲର ଫୁଟବଲ ଖେଳାଳି ତଥା ଫୁଟବଲର ଯାଦୁଗର ପେଲେଙ୍କର ଦେହାନ୍ତ। ପେଲେ (Pele) ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।  ପେଲେ ବିଗତ କିଛି ସମୟ ଧରି କିଡନୀ ଓ ପ୍ରୋଷ୍ଟେଟ ରୋଗରେ ପୀଡିତ ଥିଲେ । ୨୧ ବର୍ଷର ଫୁଟବଲ କ୍ୟାରିୟର ମଧ୍ୟ ସେ ୧୩୬୩ ମ୍ୟାଚରେ ୧୨୮୧ ଗୋଲ ସ୍କୋର କରିବାର ବିଶ୍ୱ ରେକର୍ଡ କରିଛନ୍ତି । ପେଲେ (Pele) ହେଉଛନ୍ତି ଏକମାତ୍ର ଫୁଟବଲ ଖେଳାଳି ଯିଏ ତିନିଥର ବିଶ୍ୱକପ ଜିତିଛନ୍ତି । ସେ ୧୯୫୮, ୧୯୬୨ ଏବଂ ୧୯୭୦ରେ ଫୁଟବଲ ବିଶ୍ୱକପ ଜିତିଥିବା ବ୍ରାଜିଲ ଦଳରେ ସାମିଲ ଥିଲେ । ୨୦୦୦ ମସିହାରେ ତାଙ୍କୁ ଫିଫା ପ୍ଲେୟାର ଅଫ୍ ଦି ସେଞ୍ଚୁରୀ ପୁରସ୍କାର ମିଳିଥିଲା ​। ଗତ ବର୍ଷ ସେପ୍ଟେମ୍ବରରେ ତାଙ୍କର ଅନ୍ତଃନଳୀ ଅସ୍ତ୍ରୋପଚାର କରାଯାଇଥିଲା ଓ ଏକ ଟ୍ୟୁମର ବାହାର କରାଯାଇଥିଲା । ସେ ସାଓ ପାଉଲୋର ଆଇନଷ୍ଟାଇନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। 

ଏହାର କିଛି ସମୟ ପରେ ଆସିଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ମା ହୀରାବେନଙ୍କ ମୃତ୍ୟୁ ଖବର । ୧୦୦ ବର୍ଷ ବୟସରେ ହୀରାବେନ ମୋଦି (Heeraben Modi) ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଅହମ୍ମଦାବାଦର ଜାତିସଂଘ ମେହେଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପିଏମ ମୋଦି (PM Modi) ନିଜେ ଟ୍ୱିଟରରେ ଏକ ଭାବପ୍ରବଣ ବାର୍ତ୍ତା ଲେଖ ନିଜ ମା’ଙ୍କ ନିଧନ ବିଷୟରେ ସୂଚନା ଦେଇଛନ୍ତି । ମା’ଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି (PM Modi) ଲେଖିଥିଲେ ଯେ, "ଗୌରବମୟ ଶତାବ୍ଦୀର ଭଗବାନଙ୍କ ପାଦତଳେ ବିରାମ... ମା'ଙ୍କ ମଧ୍ୟରେ ମୁଁ ସର୍ବଦା ସେହି ତ୍ରିମୂର୍ତ୍ତୀଙ୍କୁ ଅନୁଭବ କରିଛି, ଯେଉଁଥିରେ ଏକ ତପସ୍ୱୀଙ୍କ ଯାତ୍ରା, ନିଷ୍କାମ କର୍ମାଯୋଗୀଙ୍କ ପ୍ରତୀକ ଏବଂ ମୂଲ୍ୟବୋଧର ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ କରିଛି । 

ଗଣମାଧ୍ୟମର ଶିରୋନାମାରେ ଚାଲିଥିବା ଏହି ଖବର ନସରୁଣୁ ଆସିଥିଲା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଦୁର୍ଘଟଣା ଜନିତ ଖବର ।  ଶୁକ୍ରବାର ସକାଳେ ଋରକୀର ନାରସନ ସୀମାରେ ହାମଦପୁର ଝାଲ ନିକଟରେ ଋଷଭ ପନ୍ତଙ୍କ କାର ଧକ୍କା ହୋଇଥିଲା । ଗାଡିର ସ୍ଥିତିକୁ ଦେଖି ସ୍ପିଡକୁ ଆକଳନ କରାଯାଇପାରେ । ଋଷଭ ପନ୍ତଙ୍କ ମୁଣ୍ଡ, ପିଠି ଏବଂ ଗୋଡରେ ଗଭୀର ଆଘାତ ଲାଗିଛି । ସୂଚନା ଅନୁସାରେ, ଯେଉଁ ସ୍ଥାନରେ ଭାରତୀୟ କ୍ରିକେଟର ଋଷଭ ପନ୍ତ (Rishabh Pant) ଙ୍କ କାର ଦୁର୍ଘଟଣାଗ୍ରସ୍ତ (Rishabh Pant Car Accident) ହୋଇଥିଲା, ତାହା ଏକ ବ୍ଲାକସ୍ପଟ ସ୍ଥାନ । ଦୁର୍ଘଟଣାର କାରଣ ହଠାତ୍ ଆଖି ଲାଗିଯିବା ବୋଲି ଅନୁମାନ କରାଯାଉଛି । ଋଷଭ ପନ୍ତ କାରରେ ଏକୁଟିଆ ଥିଲେ, ସେ ନିଜେ ଗାଡି ଚଳାଉଥିଲେ । ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସାକରାଯାଉଛି। ବିସିସିଆଇ ସମସ୍ତ ଖର୍ଚ୍ଚ ବହନ କରିବା ସହ ଋଷଭଙ୍କ ପରିବାର ସହ ଯୋଗାଯୋଗରେ ଅଛି। 

ଅନ୍ୟପରେ ରାଜ୍ୟରେ ଘଟିଥିଲା ଦୁଇଟି ବଡ ଘଟଣା। ଆଜି ସକାଳ ସମୟରେ କେନ୍ଦ୍ରାପଡ଼ା ଦୁହୁରିଆ ଜମଧର ଛକ ନିକଟରେ ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଥିବା ନେଇ ଖବର ଆସିଲା । ଏକ ଅଟୋ ଉପରେ ଅଜଣା ଗାଡ଼ି ଚଢ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅଟୋ ଚାଳକଙ୍କ ସହ ଅନ୍ୟ ଦୁଇଜଣ ଥିବା ଜଣାପଡିଥିଲା । ସେହିପରି ଓଡି଼ଶାରେ ମୃତ୍ୟୁ ହୋଇଥିବା ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଛି। କୁହାଯାଉଛି ମୃତ୍ୟୁ ପୂର୍ବରୁ ଏହି ପର୍ଯ୍ୟଟକ  ଭୁବନେଶ୍ୱରର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିର ପାଖରେ ଏକ ଫଟୋ ଉଠାଇଥିଲେ ଯାହା ଏବେ ଭାଇରାଲ ହେଉଛି। ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏ ଘଟଣାରେ ଛାନଭିନ୍ କରୁଥିବା ବେଳେ ଆଣ୍ଟୋଭୋଙ୍କ ଚପଲ ପାଇଥିବା ଖବର ରହିଛି। ସେପଟେ ହୋଟେଲ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।