ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ବିରୁଦ୍ଧରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଏବେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି। ଏହି କ୍ରମରେ କେନ୍ଦ୍ର ପରେ ଏବେ ଉତ୍ତର ପ୍ରଦେଶ ସରକାର ଉପଦ୍ରବୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରି ସାରିଛନ୍ତି।    


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀ ସଂଲଗ୍ନ ଏନସିଆର (NCR) ସୀମାକୁ ଲାଗି ରାଜ୍ୟର ପଶ୍ଚିମ ଭାଗରେ ଅବସ୍ଥିତ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଯେଉଁ ଠାରେ କୃଷକଙ୍କ ପକ୍ଷରୁ ଧାରଣ ଦିଆଯାଉଛି ସେହି ଧାରଣାସ୍ଥଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୟୁପି ସରକାର। ଯଦି କୌଣସି ବିକ୍ଷୋଭକାରୀ ସରକାରଙ୍କ ଏହି ଆଦେଶଳକୁ ଉଂଲଘନ କରନ୍ତି ତାହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରଶାସନକୁ ସରକାରୀ ନିର୍ଦ୍ଦେଶ ମିଳିଛି।               


Also Read: କୃଷକ ଆନ୍ଦୋଳନରେ ଫାଟ; ୩୦୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ


ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଯେଉଁଠି ଆନ୍ଦୋଳନ ଚାଲିଛି ତାହାକୁ ଖାଲି କରିବା ଲାଗି ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଲେଣୀ ସାଧାରଣ ଲୋକ। ଗାଜିଆବାବ ସୀମା ଠାରେ ସାଧାରଣ ଲୋକ ଆନ୍ଦୋଳନରତ କୃଷକଙ୍କ ବିରୁଦ୍ଧରେ ହଙ୍ଗମା କରିଛନ୍ତି। ଏପରିକି ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଛି।   


Also Read: ଆନ୍ଦୋଳନରୁ ଓହରିଲେ ୨ କୃଷକ ସଙ୍ଗଠନ; ରାକେଶ ଟିକେତଙ୍କ ଆତ୍ମହତ୍ୟା ଧମକ 


ଗାଜିପୁର ବର୍ଡର ଠାରେ ଏବେ ପୋଲିସ ଫ୍ଲାଗ ମାର୍ଚ୍ଚ କରୁଛି। ଗାଜିଆବାଦ ମହାନଗର ନିଗମ ଦ୍ୱାରା ଆନ୍ଦୋଳନସ୍ଥଳରେ ଆନ୍ଦୋଳନକାରୀଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ସୁବିଧାକୁ ହଟାଇ ଦିଆଯାଇଛି। ଯେପରିକି ସଫେଇ, ପାଣି, ଶୌଚାଳୟ ସୁବିଧାକୁ ହଟାଇ ଦିଆଯାଇଛି। କେବଳ ସେଠାରେ ୨ଟି ଶୌଚାଳୟ ରଖାଯାଇଛି। ପୂର୍ବରୁ ବୁଧବାର ସନ୍ଧ୍ୟାରେ ଗାଜିପୁର ସୀମାନ୍ତ ଅଞ୍ଚଳରେ ବିଦ୍ୟୁତ କାଟ କରାଯାଇଛି। 


Also Read: Farmer Protest: ହିଂସାକାଣ୍ଡ ପରେ Delhi-NCR ଅଞ୍ଚଳରେ ଇଣ୍ଟରନେଟ ବନ୍ଦ, ୧୫ କମ୍ପାନୀ ଅତିରିକ୍ତ ଅର୍ଦ୍ଧ ସାମରିକ ବଳ ମୁତୟନ


 


ଅନ୍ୟପଟେ ପଶ୍ଚିମ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ କୃଷି ଆଇନକୁ ବିରୋଧ କରି ଗତ ୪୦ ଦିନ ଧରି ଆନ୍ଦୋଳନ କରୁଥିବା କୃଷକ ଅଭିଯୋଗ କରିଛନ୍ତି ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଛି।  ପୋଲିସ ଏପରିକି ସେମାନଙ୍କ ଟେଣ୍ଟ ଉଚ୍ଛେଦ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଲାଠି ଚାର୍ଜରେ ଆନ୍ଦୋଳନକାରୀ ଆହତ ହେବା ଘଟମାରେ ହୋଇଥିବା ଅଭିଯୋଗକୁ ବାଗପତ ଅତିରିକ୍ତ ଜିଲ୍ଲାପାଳ ଅସ୍ୱୀକାର କରିବା ସହ କହିଛନ୍ତି ବିକ୍ଷୋଭକାରୀଙ୍କ ଉପରେ କୌଣସି ବଳ ପ୍ରୟୋଗ କରାଯାଇ ନାହିଁ। ଶାନ୍ତିପୂର୍ଣ୍ଣ ଉପାୟରେ କୃଷକଙ୍କ ଧାରଣା ବନ୍ଦ କରାଯାଇଛି। ପୋଲିସ ଚାଷୀଙ୍କୁ ହଟାଇବାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଲାଠି ଚାର୍ଜ କରାଯାଉଥିବାର ଦେଖାଯାଉଛି। ଏପରିକି କୃଷକ ନେତା ବ୍ରଜପାଲ ସିଂଙ୍କୁ ଗିରଫ କରାଯାଇଛି।


Also Read: ଖାଲି ହେଉଛି ଧାରଣାସ୍ଥଳ; ରଦ୍ଦ ହେବ କୃଷକଙ୍କ ସଂସଦ ମାର୍ଚ୍ଚ!


କେବଳ ବାଗପତ ନୁହେଁ ଗାଜିଆବାଦ ଜିଲ୍ଲାପାଳ ଆନ୍ଦୋଳନରତ କୃଷକଙ୍କୁ ଧାରଣାସ୍ଥଳ ଖାଲି କରିବାକୁ ଶେଷ ସମୟ ପ୍ରଦାନ କରିଥିଲେ। ଗୁରୁବାର ରାତି ସୁଦ୍ଧା ସୀମା ଖାଲି କରିବାକୁ ସେମାନଙ୍କୁ କୁହାଯାଇଛି। ଯୋଗୀ ସରକାର ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ସୀମାନ୍ତବର୍ତ୍ତୀ ଜିଲ୍ଲାରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏହାକୁ ଅବମାନନା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏସପିଙ୍କୁ ଜଣାଇ ଦିଆଯାଇଛି। ଗୃହ ବିଭାଗର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।