କୃଷକ ଆନ୍ଦୋଳନରେ ଫାଟ; ୩୦୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ୍
Advertisement
Article Detail0/zeeodisha/odisha836740

କୃଷକ ଆନ୍ଦୋଳନରେ ଫାଟ; ୩୦୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ୍

କୃଷି ଆଇନ ୨୦୨୦ ବିରୁଦ୍ଧରେ ଦିଲ୍ଲୀରେ କୃଷକଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ କରାଯାଇଥିବା ଟ୍ରାକ୍ଟର ରାଲି ବେଳେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। 

କୃଷକ ଆନ୍ଦୋଳନରେ ଫାଟ; ୩୦୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ୍

ନୂଆଦିଲ୍ଲୀ: କୃଷି ଆଇନ ୨୦୨୦ ବିରୁଦ୍ଧରେ ଦିଲ୍ଲୀରେ କୃଷକଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ କରାଯାଇଥିବା ଟ୍ରାକ୍ଟର ରାଲି ବେଳେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଯେଉଁଥିରୁ ବର୍ତ୍ତି ପାରିନାହିଁ ଦିଲ୍ଲୀ ପୋଲିସ। 
ଏଭଳି କାଣ୍ଡ ଭିଆଇଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 

ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ କୃଷି ଆନ୍ଦୋଳନରେ ଯୋଗ ଦେଇଥିବା କୃଷକ ସଙ୍ଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ନୂଆ କୃଷି ଆଇନ ବିରୁଦ୍ଧରେ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀ ହରିୟାଣା ସୀମାରେ ଚାଲିଥିବା ଆନ୍ଦୋଳନରୁ ଓହରି ଯାଇଛନ୍ତି ୨ ସଙ୍ଗଠନ ଅଖିଳ ଭାରତୀୟ କିସାନ ସଂଘର୍ଷ ସମନ୍ୱୟ ସମିତି ଏବଂ ରାଷ୍ଟ୍ରୀୟ କିସାନ ମଜଦୂର ସଙ୍ଗଠନ। 

ଅନ୍ୟପଟେ ଭାରତୀୟ କିସାନ ୟୁନିୟନ ମଧ୍ୟ ଏହି କୃଷକ ଆନ୍ଦୋଳନକୁ ବନ୍ଦ କରିବାକୁ ଘୋଷଣା କରିଛି। ରାଷ୍ଟ୍ରୀୟ କିସାନ ମଜଦୂର ସଙ୍ଗଠନ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଏମ ସିଂହ କହିଛନ୍ତି ଆମ ସଙ୍ଗଠନ ଏହି କୃଷି ଆନ୍ଦୋଳନରୁ ଓହରିଯାଉଛି।    

Also Read: Farmer Protest Update: ହିଂସାକାଣ୍ଡ ପରେ ହେପାଜତରେ ୨୦୦, ଟାର୍ଗେଟରେ ଯୋଗେନ୍ଦ୍ର ଯାଦବ

 

ସାଧାରଣତନ୍ତ୍ର ଦିବସରେ ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡ ଲାଗି ବିଏନ ସିଂହ ସରକାରଙ୍କ ଉପରେ  ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏନେଇ ସେ କହିଛନ୍ତି ରାଲି ୧୧ଟା ବେଳେ ଆରମ୍ଭ0 ହେବାର ଥିଲା ହେଲେ ଯଦି ୮ଟା ବେଳେ ଏହା  ଆରମ୍ଭ ହେଲା ତାହେଲେ ସେତେବେଳେ ସରକାର କେଉଁଠି ଥିଲେ।      

ଗାଜିପୁର ବର୍ଡର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଏନ ସିଂହ କୃଷି ଆଇନକୁ ବିରୋଧ କରୁଥିବା ସେପରି ବ୍ୟକ୍ତିଙ୍କୁ ଆମେ ଅନୁସରଣ କରିପାରିବୁ ନାହିଁ ଯାହାର ଦୃଷ୍ଟିକୋଣ ଭିନ୍ନ। ମୁଁ ସେମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ରାଷ୍ଟ୍ରୀୟ କିସାନ ମଜଦୂର ସଙ୍ଗଠନ ତୁରନ୍ତ ଏହି ଆନ୍ଦୋଳନରୁ ସଙ୍ଗଠନକୁ ପ୍ରତ୍ୟାହାର କରୁଛୁ। 
 

Also Read: Tractor Ralley: ହିଂସାକାଣ୍ଡରେ ୧୦୯ ପୋଲିସ ଆହତ, ୪୫ ଟ୍ରମା ସେଣ୍ଟର ସ୍ଥାନାନ୍ତର

ଦିଲ୍ଲୀ ହିଂସାକାଣ୍ଡ ଘଟଣାକୁ ନେଇ ଗୁଇନ୍ଦା ବିଭାଗ ଏବେ ସୋସିଆଲ ମିଡିଆ ଉପରେ ସତର୍କ ନଜର ପକାଇଛି। କୃଷକ ଆନ୍ଦୋଳନକୁ ନେଇ ବିବାଦୀୟ ପୋଷ୍ଟ କରୁଥିବା ଲୋକ ଏବେ ପୋଲିସ ରାଡାର ମଧ୍ୟକୁ ଆସିଯାଇଛନ୍ତି। ଅନ୍ୟପଟେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ପକ୍ଷରୁ ୩୦୦ ଆକାଉଣ୍ଟ ସସପେଣ୍ଡ କରିଛି। ଏହି ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ କିଛି ଅସମାଜିକ ବ୍ୟକ୍ତି ଏଭଳି ସମ୍ବେଦନଶୀଳ ଘଟଣାକୁ ଉତ୍ତେଜନାପୂର୍ଣ୍ଣ  କରିବାକୁ ଉଦ୍ୟମ କରୁଥିଲେ। 

Also Read:  Farmers Protest: ହିଂସାକାଣ୍ଡ ପରେ ଟ୍ରେଣ୍ଡ କରିଲା #ArrestYogendraYadav

ଏନେଇ ଟ୍ୱିଟର ପ୍ରବକ୍ତାଙ୍କ ପକ୍ଷରୁ କୁହାଯାଇଛି ହିଂସା, ଦୁର୍ବ୍ୟବହାର, ଧମକାଇବା, ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଟ୍ୱିଟର ବ୍ୟବହାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏପରି ବିବାଦୀୟ  ପୋଷ୍ଟ ଅଫଲାଇନ ମାଧ୍ୟମରେ ମାହୋଲକୁ ଖରାପ କରିପାରେ। ଏପରି ଧରଣର ୩୦୦ ୩୦୦ ଆକାଉଣ୍ଟ ସସପେଣ୍ଡ କରିଛି ଟ୍ୱିଟର। ହିଂସାକାଣ୍ଡ ଭିଆଇବା ଲାଗି ବ୍ୟବହୃତ ହେଉଥିବା ହ୍ୟାସଟ୍ୟାଗ ଏବେ ଟ୍ରେଣ୍ଡ ସେକ୍ସନ ଠାରେ  ବ୍ୟବହାରୀଙ୍କୁ ଦୃଶ୍ୟମାନ ହେବ ନାହିଁ।