ଜନସଂଖ୍ୟା ନିୟନ୍ତ୍ରଣ କରିବେ ଯୋଗୀ ସରକାର, ଆଣିବାକୁ ଯାଉଛନ୍ତି ଏହି ନିୟମ
Advertisement
Article Detail0/zeeodisha/odisha938328

ଜନସଂଖ୍ୟା ନିୟନ୍ତ୍ରଣ କରିବେ ଯୋଗୀ ସରକାର, ଆଣିବାକୁ ଯାଉଛନ୍ତି ଏହି ନିୟମ

ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ଜନସଂଖ୍ୟା ନୀତି ୨୦୨୧-୩୦ (New Population Policy 2021-30) ସମ୍ବନ୍ଧରେ ଏକ ଉପସ୍ଥାପନା ସମୀକ୍ଷା କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ରାଜ୍ୟର ବିକାଶ ଓ ସମସ୍ତ ନାଗରିକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। 

ଫାଇଲ ଫଟୋ

ଲକ୍ଷ୍ନୌ: ସମସ୍ତ ନାଗରିକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସଂଖ୍ୟା ନିୟନ୍ତ୍ରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବଢୁଥିବା ଜନସଂଖ୍ୟାକୁ ରୋକିବା ପାଇଁ ୟୁପି ସରକାର ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଏକ ନୂତନ ଜନସଂଖ୍ୟା ନୀତି ୨୦୨୧-୩୦ ଆଣିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଜୁଲାଇ ୧୧ରେ ଜନସଂଖ୍ୟା ଦିବସରେ ଏହି ନୀତି ଲାଗୁ କରିବେ।

ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ଜନସଂଖ୍ୟା ନୀତି ୨୦୨୧-୩୦ (New Population Policy 2021-30) ସମ୍ବନ୍ଧରେ ଏକ ଉପସ୍ଥାପନା ସମୀକ୍ଷା କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ରାଜ୍ୟର ବିକାଶ ଓ ସମସ୍ତ ନାଗରିକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଜନସଂଖ୍ୟା ନିୟନ୍ତ୍ରଣ ମାଧ୍ୟମରେ ଆସନ୍ତାକାଲିର ସ୍ୱପ୍ନ ସାକାର ହୋଇପାରିବ। ଏହି ନୂତନ ନୀତିରେ ଜନସଂଖ୍ୟା ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଶେଷ ଧ୍ୟାନ ଦିଆଯିବ। ଏଥିପାଇଁ ନିରନ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କୁ କହିବା ଉଚିତ ଯେ ଏକ ଛୋଟ ପରିବାର ସମୃଦ୍ଧିର ଆଧାର ଅଟେ। ଜନସଂଖ୍ୟାକୁ ସ୍ଥିର କରି ସମାଜର ମୋଳିକ ଆବଶ୍ୟକତା ପୂରଣ ହୋଇପାରିବ।

Also Read: ମୋଦି ମନ୍ତ୍ରିମଣ୍ଡଳର ସବୁଠାରୁ ଧନୀ ମନ୍ତ୍ରୀ କିଏ? ଜାଣନ୍ତୁ ଗରିବ ମନ୍ତ୍ରୀଙ୍କ ନାଁ ମଧ୍ୟ, କେବଳ ଏହି ୮ ଜଣ ମନ୍ତ୍ରୀ ନୁହଁନ୍ତି କୋଟିପତି 

ନୂତନ ଜନସଂଖ୍ୟା ନୀତି ୨୦୨୧-୩୦ ଅନୁଯାୟୀ, ୨୦୨୧ରୁ ୨୦୩୦ ମଧ୍ୟରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ଅଧୀନରେ ଦିଆଯାଇଥିବା ଗର୍ଭନିରୋଧକ ପଦକ୍ଷେପଗୁଡ଼ିକର ଉପଲବ୍ଧତା ବୃଦ୍ଧି ସହିତ ନିରାପଦ ଗର୍ଭପାତ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବ। ବଢୁଥିବା ଜନସଂଖ୍ୟା ହାରକୁ ଦୂର (Population Control) କରିବା ସହିତ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ମାଧ୍ୟମରେ ନବଜାତକ ଏବଂ ମାତୃ ମୃତ୍ୟୁହାରକୁ ହ୍ରାସ କରିବା ଏବଂ ନପୁଂସକତା/ ବନ୍ଧ୍ୟାକରଣ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବ। ନୂତନ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି ୧୧ରୁ ୧୯ ବର୍ଷ ବୟସ୍କଙ୍କୁ ପୁଷ୍ଟିକର ଖାଦ୍ୟ, ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଉତ୍ତମ ପରିଚାଳନା ବ୍ୟତୀତ ବୃଦ୍ଧମାନଙ୍କର ଯତ୍ନ ନେବା ପାଇଁ ବ୍ୟାପକ ବ୍ୟବସ୍ଥା କରିବା।

ଉଲ୍ଲେଖନୀୟ ଯେ, ଉତ୍ତର ପ୍ରଦେଶର ବଢୁଥିବା ଜନସଂଖ୍ୟାକୁ ରୋକିବା ପାଇଁ ରାଜ୍ୟର ଆଇନ କମିଶନ ଏକ ଆଇନର ଡ୍ରାଫ୍ଟ ଉପରେ ବିଚାର କରୁଛନ୍ତି। ଆୟୋଗର ଅଧ୍ୟକ୍ଷ ଆଦିତ୍ୟନାଥ ମିତ୍ତଲ ନିକଟରେ କହିଥିଲେ ଯେ, ରାଜ୍ୟର ଜନସଂଖ୍ୟା ବୃଦ୍ଧି ଯାଞ୍ଚ ପାଇଁ ଏକ ଆଇନ ପ୍ରସ୍ତାବ ଉପରେ ଆୟୋଗ କାର୍ଯ୍ୟ ଆରମ୍ଭ କରିଛି। ଏହି ଡ୍ରାଫ୍ଟ ପ୍ରସ୍ତୁତ ହୋଇ ଦୁଇ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ। ସେ କହିଥିଲେ ଯେ, ଏହି ପ୍ରସ୍ତାବ ଅନୁଯାୟୀ ବହୁବିବାହ ଏବଂ ଅନ୍ୟାନ୍ୟ ଦିଗ ଉପରେ ବିଚାର କରାଯାଉଛି। ଏହା ଆୟୋଗର କେବଳ ପରାମର୍ଶ ହେବ ଏବଂ ଏହାକୁ ଗ୍ରହଣ କରିବ କି ନାହିଁ ତାହା ସରକାର (Yogi Adityanath Govt) ଙ୍କ ଉପରେ ନିର୍ଭର କରିବ।