ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ହାଇଭୋଲ୍ଟେଜ ଡ୍ରାମା
Advertisement

ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ହାଇଭୋଲ୍ଟେଜ ଡ୍ରାମା

ନୂଆ ମୋଡ ନେବାରେ ଲାଗିଛି ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ପୀଡିତାଙ୍କ ଗାଁରେ ରାଜନେତା ଓ ସାମ୍ବାଦିତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ସେପଟେ ବିଜେପି ନେତା ଦେଉଛନ୍ତି ଚାଞ୍ଚଲ୍ୟକର ବୟାନ ।

ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ହାଇଭୋଲ୍ଟେଜ ଡ୍ରାମା

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଘଟଣାକୁ ପ୍ରାୟ ୨୦ ଦିନ ବିତିଗଲାଣି । ଜୀବନ ସହ ସଂଗ୍ରାମ କରି ନ୍ୟାୟକୁ ଅପକ୍ଷାରେ ଗତ ୨୯ ତାରିଖରେ ଚୀର ଦିନ ପାଇ ନିରବ ହୋଇଗଲେ ପୀଡିତା । ସେପଟେ ବିଗତ ୪ ଦିନ ହେଲା ପୀଡିତାଙ୍କ ପରିବାର ଲୋକଙ୍କ ଉପରେ ପୋଲିସ ଚଳାଇଛି ଗୁଣ୍ଡାରାଜ ।

ବର୍ତ୍ତମାନ ହାଥରସ ପୋଲିସ ଛାଉଣିରେ ପରିବର୍ତ୍ତନ ହୋଇଛି । ମାସକ ପାଇଁ ପୀଡିତାଙ୍କ ଗାଁରେ ଧାରା ୧୪୪ ଲାଗିଛି । ସ୍ଥାନୀୟ ପୋଲିସ ପକ୍ଷରୁ ଗାଁକୁ ସିଲ କରିବା ସହ ସାମ୍ବାଦିକ ଓ ରାଜନେତାଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି । ସେପଟେ ପୀଡିତାଙ୍କ ପରିବାରକୁ ଗୃହବନ୍ଦୀ କରିବା ସହ ସମସ୍ତଙ୍କ ମୋବାଇଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି ।

ହାଥରସ ମାମଲାକୁ ନେଇ ଏବେ ସାରାଦେଶ ଆନ୍ଦୋଳିତ ହୋଇଛି । ସମସ୍ତ ଗଣମାଧ୍ୟମରେ ଏହି ଘଟଣାକୁ ନେଇ ଚର୍ଚ୍ଚା ବି ଯୋର ଧରିଛି। ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେଲା ପରେ ଆକ୍ସନ ମୁଡରେ ଆସିଛି ଯୋଗୀ ସରକାର । କାର୍ଯ୍ୟରେ ଅବହେଳା ପାଇଁ ସ୍ଥାନୀୟ ଏସପିଙ୍କ ସମେତ ୫ ଜଣ ପୋଲିସକର୍ମୀଙ୍କୁ ତତ୍କାଳ ନିଲମ୍ବିତ କରିଛି ।

ପୀଡିତାଙ୍କ ଗାଁରେ ଲଗାଯାଇଥିବା କଟକଣାକୁ ନେଇ ଅଜବ ସଫେଇ ଦେଇଛନ୍ତି ରାଷ୍ଟ୍ରମନ୍ତ୍ରୀ ମହେଶ ଚନ୍ଦ୍ର ଗୁପ୍ତା । ତାଙ୍କର କହିବା ଅନୁସାରେ, ଗାଁରେ ମୁତୟନ କିଛି ପୋଲିସକର୍ମୀ କରୋନା ପଜିଟିଭ୍ ବାହାରିଛନ୍ତି । ସଂକ୍ରମଣ ଆଉ ନ ବଢିବା ତଥା ଲୋକଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି କଟକଣ ଲଗା ଯାଇଛି ବୋଲି ଗୁପ୍ତା କହିଛନ୍ତି ।

ପୋଲିସ ଓ ପୀଡିତାଙ୍କ ପରିବାରର ଦ୍ୱନ୍ଦାତ୍ମକ ବୟାନ ମଧ୍ୟରେ ମାମଲାରେ ଆସିଛି ନୂଆ ମୋଡ । ସରଗରମ ମାହୋଲ ଭିତରେ ସମସ୍ତଙ୍କୁ ଚକିତ କରିଛି ପୂର୍ବତନ ବିଧାୟକ ତଥା ବିଜେପି ନେତା ରାଜବୀର ସିଂହ ପହେଲବାନଙ୍କ ବୟାନ । ପୀଡିତାଙ୍କୁ ତାଙ୍କ ମାଆ ଓ ଭାଇ ହତ୍ୟା କରିଥିବା ରାଜୀବ ଅଭିଯୋଗ ଆଣିଛନ୍ତି । କେବଳ ଏତିକି ନୁହିଁ, ମାମଲାର ୪ ଅଭିଯୁକ୍ତ ନିର୍ଦ୍ଦୋଶ ଏବଂ ସେମାନଙ୍କୁ ଫସେଇ ଦିଆଯାଇଥିବା ସେ କହିଛନ୍ତି ।

ଯୋଗୀ ସରକାରଙ୍କ ନିର୍ଦ୍ଦେଶରେ ଏସଆଇଟି ଗଠନ କରାଯାଇ ମାମଲାର ତଦନ୍ତ ଚାଲିଛି । ସେପଟେ ଅଭିଯୁକ୍ତଙ୍କ ସପକ୍ଷରେ ବାହାରିଛନ୍ତି ପ୍ରାୟ ୧୨ ଖଣ୍ଡ ଗାଁ । ସେଠାରେ ମାମଲାକୁ ନେଇ ପଞ୍ଚାୟତ ବି ବସିଥିବା ସୂଚନା ମିଳିଛି । ତେବେ ଆବଶ୍ୟକ ହେଲେ ଲାଏଡିଟେକସନ ଟେଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାଆରେ ଏଫଆଇଆର ରୁଜୁ କରାଯାଇଛି । ଅନ୍ୟପଟେ ସଦର ଏସଡିଏମ ପ୍ରେମ ପ୍ରକାଶ ମୀନା ଟିଏମସି ସାଂସଦ ପ୍ରିତିମା ମଣ୍ଡଳ ଓ ପୂର୍ବତନ ସାଂସଦ ମମତା ଠାକୁରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।