Ghaziabad: ରାସ୍ତା ବନ୍ଦ କରି ପଢାଗଲା ନମାଜ, ବିରୋଧ କଲା ହିନ୍ଦୁ ସଙ୍ଗଠନ, ଦାଏର ହେଲା ଏଫଆଇଆର
Advertisement

Ghaziabad: ରାସ୍ତା ବନ୍ଦ କରି ପଢାଗଲା ନମାଜ, ବିରୋଧ କଲା ହିନ୍ଦୁ ସଙ୍ଗଠନ, ଦାଏର ହେଲା ଏଫଆଇଆର

Controversy for Namaz: ସ୍ଥାନୀୟ ଲୋକ କହିଛନ୍ତି ଯେ ରାସ୍ତା ବନ୍ଦ କରି ନମାଜ ପଢାଯିବା କାରଣରୁ ସେମାନଙ୍କୁ ଯାତାୟାତ କରିବାରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। 

Ghaziabad: ରାସ୍ତା ବନ୍ଦ କରି ପଢାଗଲା ନମାଜ, ବିରୋଧ କଲା ହିନ୍ଦୁ ସଙ୍ଗଠନ, ଦାଏର ହେଲା ଏଫଆଇଆର

Ghaziabad Namaz Controversy: ସଡ଼କ ବନ୍ଦ କରି ନମାଜ ପଢିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ଖୋଡା ଥାନା ଅଧିନସ୍ଥ ଦୀପକ ବିହାର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ରାସ୍ତାରେ ନମାଜ ପଢିବାକୁ ନେଇ ଆପତ୍ତି ଉଠାଇଛି ହିନ୍ଦୁ ସଙ୍ଗଠନ। ରାସ୍ତାରେ ନମାଜ ପଢାଯିବା ଘଟଣାରେ ଟ୍ୱିଟ୍ କରି ପୋଲିସ ପ୍ରଶାସନକୁ ଅବଗତ କରାଯାଇଥିଲା। ଏହି ଘଟଣା ବାବଦରେ ଖବର ପାଇବା ପରେ ପୋଲିସ ଇମାମ ଏବଂ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ବର୍ତ୍ତମାନ ଉତ୍ତର ପ୍ରଦେଶ ପୋଲିସ ରାଜ୍ୟର ଗାଜିଆବାଦ ଜିଲ୍ଲାରେ ନମାଜ ପଢିଥିବା ଲୋକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡି଼ଛି।

ରାସ୍ତାରେ ନମାଜ ପଢାଯିବା (Offer Namaz on Road) ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ (Vishwa Hindu Parishad) ଜିଲ୍ଲା ମନ୍ତ୍ରୀ ବିକାଶ ମିଶ୍ରା। ଏନେଇ ସେ କହିଛନ୍ତି ଯେ ମୁଁ ନିଜେ ନମାଜ ପଢିବାର ଭିଡିଓ (Namaz Video) ଟ୍ୱିଟ୍ କରିଛି। ଯେଉଁଠାରେ ନମାଜ ପଢାଯାଇଛି ସେଠାରେ ଏକ ମସଜିଦ (Mosque) ରହିଛି। ଯାହାକୁ ପୂର୍ବରୁ ଏକ ଏକ ମଦ୍ରାସା ଭାବରେ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହାକୁ ଏକ ମସଜିଦରେ ପରିଣତ କରାଯାଇଛି। ଏହାକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଲାଗି ରହିଥିଲା। ସେଠାରେ  ଆଉ ଅଧିକ ନିର୍ମାଣ କାର୍ଯ୍ୟ କରାଯାଉନାହିଁ। 

Also Read: Shocking News: ରୂପ ବଦଳାଇ ସନ୍ଥ ବେଶରେ ମନ୍ଦିରରେ ପଶିଲେ ମୁସଲିମ ଯୁବକ, ଆଉ ତାପରେ...

ଏହି ମସଜିଦ ଠାରୁ ୫୦୦ ମିଟର ମଧ୍ୟରେ ଆଉ ଏକ ବଡ ମସଜିଦ ରହିଛି। ସେଠାରେ ବହୁ ସଂଖ୍ୟକ ଲୋକ ନମାଜ ପଢିପାରିବେ। ହେଲେ ସେମାନେ ସେଠାରେ ନମାଜ ପଢୁନାହାଁନ୍ତି। ଏକ ହିନ୍ଦୁ ପ୍ରାଧାନ୍ୟ ଅଞ୍ଚଳରେ (Hindu Dominated Area) ସେମାନେ ଜାଣିଶୁଣି ରାସ୍ତା ବନ୍ଦ କରି ନମାଜ ପଢୁଛନ୍ତି। ହିନ୍ଦୁଙ୍କୁ (Hindu) ହଇରାଣ କରିବା ପାଇଁ ଏଠାରେ ନମାଜ ପଢାଯାଉଛି। ମୁଁ ଟ୍ୱିଟ୍ କରିବା ପରେ ଗାଜିଆବାଦ ଏସଏସପି (Ghaziabad SSP) ନିଜେ ଏହି ଘଟଣା ବିଷୟରେ ଜାଣିଲେ। ଏହା ପରେ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିଲା। ଏସଏସପି ଆମକୁ ଆଶ୍ୱାସନା ଦେଇଛନ୍ତି ଯେ ବର୍ତ୍ତମାନ ଠାରୁ ରାସ୍ତାରେ  ନମାଜ ପଢିବାକୁ ଦିଆଯିବ ନାହିଁ। 

Also Read: Durga Puja Clash: କୀର୍ତ୍ତନ ସମୟରେ ହଙ୍ଗାମା, ଛୁରୀ ବୁଲାଇବା ସହ ମାଡ଼ ମାରିଲେ ଉପଦ୍ରବୀ

ସ୍ଥାନୀୟ ଲୋକ କହିଛନ୍ତି ଯେ ରାସ୍ତା ବନ୍ଦ କରି ନମାଜ ପଢାଯିବା କାରଣରୁ ସେମାନଙ୍କୁ ଯାତାୟାତ କରିବାରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ମସଜିଦ ପରିସରରେ ନମାଜ ପଢାଯିବା ଆବଶ୍ୟକ। ନମାଜ ପାଇଁ ରାସ୍ତା ବନ୍ଦ କରିବା ଠିକ୍ ନୁହେଁ। ପୋଲିସ ରାସ୍ତାରେ ନମାଜ ପଢିବାକୁ ବନ୍ଦ କରିବା ଆବଶ୍ୟକ। ରାସ୍ତା ବନ୍ଦ କରି ନମାଜ ପଢିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।