Shocking News: ରେଳ ଷ୍ଟେସନ ଠାରେ ଠିଆ ହୋଇଥିବା ଟ୍ରେନରେ ଲାଗିଲା ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁପଡିଲେ ଲୋକ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1514292

Shocking News: ରେଳ ଷ୍ଟେସନ ଠାରେ ଠିଆ ହୋଇଥିବା ଟ୍ରେନରେ ଲାଗିଲା ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁପଡିଲେ ଲୋକ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Fire in EMU Train:  ଅଗ୍ନିକାଣ୍ଡ ସଂସ୍ପର୍ଷରେ କୌଣସି ଯାତ୍ରୀ ଆସିନାହାଁନ୍ତି କିମ୍ବା ଏହା ଦ୍ୱାରା କୌଣସି ବଡ ଧରଣର ଦୁର୍ଘଟଣା ଘଟିନାହିଁ। ବୁଧବାର ସକାଳେ ଇଏମୟୁ ଟ୍ରେନ୍ ୦୪୦୯୭ ଗାଜିଆବାଦ ରେଳ ଷ୍ଟେସନସ୍ଥିତ ୨ ନମ୍ବର ପ୍ଲାଟଫର୍ମ ଠାରେ ଛିଡା ହୋଇଥିଲା। ହେଲେ ହଠାତ୍ ଏହି ଟ୍ରେନର ଏକ ବଗିରେ ନିଆଁ ଲାଗି ଯାଇଥିଲା। 

Shocking News: ରେଳ ଷ୍ଟେସନ ଠାରେ ଠିଆ ହୋଇଥିବା ଟ୍ରେନରେ ଲାଗିଲା ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁପଡିଲେ ଲୋକ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Ghaziabad Railway Station: ଉତ୍ତର ପ୍ରଦେଶର ଗାଜିଆବାଦ ରେଳ ଷ୍ଟେସନ ଠାରେ ଘଟିଯାଇଛି ଏକ ଅପ୍ରତ୍ୟାଶିତ ଘଟଣା। ଏଠାର ଛିଡା ହୋଇଥିବା ଏକ ଟ୍ରେନରେ ନିଆଁ ଲାଗିଯିବା କାରଣରୁ ରେଳ ଷ୍ଟେସନ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ନିଆଁ ଲାଗିବା ସମ୍ପର୍କରେ ଜାଣିବା ପରେ ଲୋକେ ଦୌଡାଦୌଡ଼ି କରିବାରେ ଲାଗିଥିଲେ। କିଛି ଲୋକ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ ବଗି ମଧ୍ୟରୁ ଡେଇଁ ପଡିଥିବାର ଦେଖାଯାଇଥିଲା। ସମଗ୍ର ରେଳ ଷ୍ଟେସନ ପରିସରରେ ଦୌଡାଦୌଡି କରିବା ଭଳି ପରିସ୍ଥିତି ଉପୁଜିଥିଲା। ତୁରନ୍ତ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଅବଗତ କରାଯାଇଥିଲା। ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ।

ଆଶ୍ୱସ୍ତିର କଥା ହେଉଛି ଅଗ୍ନିକାଣ୍ଡ ସଂସ୍ପର୍ଷରେ କୌଣସି ଯାତ୍ରୀ ଆସିନାହାଁନ୍ତି କିମ୍ବା ଏହା ଦ୍ୱାରା କୌଣସି ବଡ ଧରଣର ଦୁର୍ଘଟଣା ଘଟିନାହିଁ। ବୁଧବାର ସକାଳେ ଇଏମୟୁ ଟ୍ରେନ୍ ୦୪୦୯୭ (EMU Train 04097) ଗାଜିଆବାଦ ରେଳ ଷ୍ଟେସନସ୍ଥିତ (Ghaziabad Railway Station) ୨  ନମ୍ବର ପ୍ଲାଟଫର୍ମ ଠାରେ ଛିଡା ହୋଇଥିଲା। ହେଲେ ହଠାତ୍ ଏହି ଟ୍ରେନର ଏକ ବଗିରେ ନିଆଁ ଲାଗି ଯାଇଥିଲା। ଏହା ପରେ ଟ୍ରେନରେ ଉପସ୍ଥିତ ରହିଥିବା ଯାତ୍ରୀ ଭୟଭୀତ ହୋଇ ବଗିରୁ ଡେଇଁବା ଆରମ୍ଭ କଲେ। ନିଆଁ ବଗିର ଉପର ଭାଗରେ ଲାଗିଥିଲା। ଯେଉଁ କାରଣରୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।

ଏହି ଘଟଣାରେ ମିଳିଥିବା ଖବର ଅନୁସାରେ ଏଫଓବି ଠାରେ ପେଣ୍ଟ୍ କାମ ଚାଲିଥିଲା। ଏହି ଟ୍ରେନ୍ ପେଣ୍ଟ୍ କାମ କରାଯାଉଥିବା ସ୍ଥାନ ତଳେ ଛିଡା ହୋଇଥିଲା। ଏହି ସମୟରେ ଇଏମୟୁ ଟ୍ରେନର ଡ୍ରାଇଭର କ୍ୟାବିନ ବଗି (EMU Train Driver Cabin Coach) ଉପରେ ପେଣ୍ଟ ଡବା ପଡି ଯାଇଥିଲା। ଏହି କାରଣରୁ ଟ୍ରେନର ଉପର ଭାଗରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର କ୍ୟାବିନ ଉପରେ ନିଆଁ ଲାଗିଥିବାର ଦେଖି ଲୋକେ ପାଟିତୁଣ୍ଡ କରିବା ଆରମ୍ଭ କରି ଦେଇଥିଲେ।

ତରବରିଆ ଭାବେ ରେଳବାଇ ଅଧିକାରୀ ଅଗ୍ନିଶମ ବିଭାଗକୁ (Fire Department) ନିଆଁ ଲାଗିବା ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଖବର ପାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭାଇବା ପରେ ଗାଜିଆବାଦ ରେଳ ଷ୍ଟେସନ ଠାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ଇଏମୟୁ ଟ୍ରେନ୍ ୦୪୦୯୭ ଗାଜିଆବାଦ।