ତାଙ୍କୁ ମାଡ଼ ମରାଯାଇ ଜବରଦସ୍ତ ତାଙ୍କୁ ଦାଢି କାଟିବା ନେଇ ମଧ୍ୟ ଆରୋପ ରହିଛି। ଖୋଦ୍ ନିଜେ ଟ୍ୱିଟର ଏଭଳି ଖବର ମାନିପୁଲେଟଡ ମିଡିଆ କହିଥାଏ ମାତ୍ର ଏହି ଭିଡିଓ ମାମଲରେ ଟ୍ୱିଟର (Twitter) କିଛି କହିନାହିଁ ।
Trending Photos
ନୂଆଦିଲ୍ଲୀ: ଟ୍ୱିଟରକୁ ଲାଗିଛି ବଡ଼ ଝଟକା । ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କୁ ମାଡ଼ ମାରିବା ଘଟଣାରେ ସାମ୍ପ୍ରଦାୟିକ ରଙ୍ଗ ଦେବା ପ୍ରସଙ୍ଗରେ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯୋଗୀ ଆଦିତ୍ୟନାଥ ସରକାର ଟ୍ୱିଟର ବିରୋଧରେ ଏତଲା ଦାୟର କରିଛନ୍ତି। ଏହି ମାମଲାରେ ଅନ୍ୟ ୮ ଜଣଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। ଟ୍ୱିଟର ଉପରେ ଏ ଅଭିଯୋଗ କରାଯାଇଛି ଯେ, ଏଭଳି ଭିଡିଓ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ଭିଡିଓକୁ ଏମିତି ରଙ୍ଗ ଦିଆଯାଇଛି ଯେ, ଯେମିତି ଏକ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଆକ୍ରମଣ କରାଗଲା । ତାଙ୍କୁ ମାଡ଼ ମରାଯାଇ ଜବରଦସ୍ତ ତାଙ୍କୁ ଦାଢି କାଟିବା ନେଇ ମଧ୍ୟ ଆରୋପ ରହିଛି। ଖୋଦ୍ ନିଜେ ଟ୍ୱିଟର ଏଭଳି ଖବର ମାନିପୁଲେଟଡ ମିଡିଆ କହିଥାଏ ମାତ୍ର ଏହି ଭିଡିଓ ମାମଲରେ ଟ୍ୱିଟର (Twitter) କିଛି କହିନାହିଁ ।
ବାସ୍ତବରେ ପୀଡ଼ିତ ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ, ତାଙ୍କୁ ମାଡ଼ ମାରିଥିବା ଲୋକମାନେ ତାଙ୍କୁ 'ଜୟ ଶ୍ରୀ ରାମ' କହିବାକୁ ବାଧ୍ୟ କରିଥିଲେ। ଏହି ମାମଲାକୁ ପୋଲିସ ସାମ୍ପ୍ରଦାୟିକ (Communal) ନୁହେଁ ବୋଲି କହିଛି। ସେ କହିଛନ୍ତି ଯେ ଯେଉଁମାନେ ସୁଫି ଅବଦୁଲ ସମାଦଙ୍କୁ ମାଡ଼ ମାରିଥିଲେ ସେମାନଙ୍କ ମଧ୍ୟରେ ପ୍ରାୟ ୬ ଜଣ ହିନ୍ଦୁ ଏବଂ ମୁସଲମାନ ମଧ୍ୟ ଥିଲେ ଏବଂ ତାଙ୍କ ଦ୍ୱାରା ବିକ୍ରି ହୋଇଥିବା ତାବିଜ କୁ ନେଇ ସମସ୍ତେ ଅସନ୍ତୁଷ୍ଟ ଥିଲେ। ଏହି ଘଟଣାରେ ପୋଲିସ କିଛି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
Also Read: Jioକୁ ଟକ୍କର ଦେବ BSNL, ଶହେରୁ କମ୍ ଟଙ୍କାରେ ମିଳୁଛି ୧୫ ଜିବି ଡାଟା
କଣ ଥିଲା ପୁରା ଘଟଣା:
ପୀଡ଼ିତ ବ୍ୟକ୍ତି ସୁଫି ନିଜ ଏତଲାରେ ଏକଥା କହିନଥିଲେ କି ତାଙ୍କ ଦାଢି କାଟିବା ସହ 'ଜୟ ଶ୍ରୀ ରାମ' (Jay Shree Ram) କହିବାକୁ ବାଧ୍ୟ କରାଯାଇଥିଲା । ଅନ୍ୟପଟେ ଘଟଣାର ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି ଯେ, ଅନ୍ୟ ମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ । ସେଥିପାଇଁ ପୋଲିସ ଟିମ ସ୍ଥାନେ ସ୍ଥାନେ ଚଢାଉ କରିବା ସହ ଯାଞ୍ଚ ଜାରି ରଖିଛି । ଅନ୍ୟପଟେ କୁହାଯାଇଛି ଯେ, ସୁଫି ତନ୍ତ୍ର ମନ୍ତ୍ର ଜାଣିଛି । ସେହିପରି ମାଡ଼ ମାରିଥିବା ଯୁବକଙ୍କ ମଧ୍ୟରୁ ଜଣଙ୍କ ପରିବାର ଲୋକଙ୍କୁ ଖରାପ ନଜରର ବଞ୍ଚାଇବା ପାଇଁ ସୁଫି ତାବିଜ ଦେଇଥିଲେ ହେଲେ ତାହାର କୌଣସି ପ୍ରଭାବ ପଡ଼ିନଥିଲା । ଯାହାଫଳରେ ଦୁହିଁଙ୍କ ଭିତରେ ଅସନ୍ତୋଷ କୁହୁଳିଥିଲା । ଯାହାଫଳରେ ଏଭଳି ଏକ ଭିଡିଓ (Viral Video)ରେ ମାରପିଟ ସହ ଦାଢି କାଟିବା ଓ 'ଜୟ ଶ୍ରୀ ରାମ' କହିବା ନେଇ ଦେଖାଦେଇଛି ।
Also Read: Bihar Politics: ନୀତିଶ କୁମାରଙ୍କ ଅପରେସନ୍ LJP, ଚିରାଗ ପରେ ଏହି ନେତାଙ୍କ ପାଳି
ଏ ଘଟଣା ପ୍ରଘଟ ହେବା ପରେ କଂଗ୍ରେସ ନେତା (Congress Leader) ରାହୁଲ ଗାନ୍ଧୀ (Rahul Gandhi)ଟ୍ୱିଟ କରି କହିଛନ୍ତି ଯେ, ମୁଁ ମାନିବାକୁ ନାରାଜ କି ଶ୍ରୀରାମଙ୍କ ଭକ୍ତ ଏମିତି ବି କରିପାରନ୍ତି । ଏହାସହ ନିଜ ଟ୍ୱିଟରରେ ଅନେକ କିଛି ସମାଲୋଚନା କରିବା ପରେ ତାଙ୍କ ଟ୍ୱିଟରରେ ଜବାବ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ (Yogi Adityanath) ।