ଭାରତ ରଚିଲା ଇତିହାସ, ହାସଲ କଲା ୨୦୦ କୋଟି ଟିକାକରଣ ଟାର୍ଗେଟ
Advertisement
Article Detail0/zeeodisha/odisha1261615

ଭାରତ ରଚିଲା ଇତିହାସ, ହାସଲ କଲା ୨୦୦ କୋଟି ଟିକାକରଣ ଟାର୍ଗେଟ

Corona Vaccine: ଭାରତରେ କୋରୋନା ଟିକାକରଣ (Vaccination) ସଂଖ୍ୟା ଦୁଇଶହ କୋଟି ଅତିକ୍ରମ କରିଛି । ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଭାରତ ୨୦୦ କୋଟିରୁ ଅଧିକ ଡୋଜରେ ଟିକାକରଣ ସଂଖ୍ୟା ଅତିକ୍ରମ କରିଥିଲା ।

ସାଙ୍କେତିକ ଫଟୋ

Vaccination: କୋରୋନା ଟିକାକରଣରେ (Coronavirus vaccination) ଆଉ ଏକ ରେକର୍ଡ କରି ଭାରତ ଦୁଇ ବିଲିୟନ ଅର୍ଥାତ ଦୁଇଶହ କୋଟି ଅତିକ୍ରମ କରିଛି । ଜୁଲାଇ ୧୭ ରବିବାର ଦିନ ଟିକାକରଣ (Vaccination) ବିଷୟରେ ଭାରତରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଥିଲା । ଦୁଇ ବିଲିୟନରୁ ଅଧିକ ଡୋଜ କୋରୋନା ଟିକା ଦେଇଥିବା ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଏହି କାରନାମା କରିପାରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ (Mansukh Mandaviya) ଏହି ସୂଚନା ଦେଇଛନ୍ତି ।

ବାସ୍ତବରେ ଭାରତରେ କୋରୋନା ଟିକାକରଣର ସଂଖ୍ୟା ଦୁଇ ବିଲିୟନ ଅତିକ୍ରମ କରିଛି । ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଭାରତ ୨୦୦ କୋଟିରୁ ଅଧିକ ଡୋଜରେ ଟିକାକରଣ ସଂଖ୍ୟା ଅତିକ୍ରମ କରିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ ଏହା ଆମ ପାଇଁ ଗର୍ବର ବିଷୟ । ଏହି ସଫଳତା ପାଇଁ ମୁଁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଉଛି ।

ଟିକାକରଣର ବର୍ତ୍ତମାନ ସ୍ଥିତି
ରବିବାର ଦିନ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ କୋ-ୱିନ ପୋର୍ଟାଲରେ ସମୁଦାୟ ୨,୦୦,୦୦,୧୫,୬୩୧ ଲୋକଙ୍କୁ ଟିକାକରଣ କରାଯାଇଛି । ଏଥିମଧ୍ୟରେ ୧,୦୧,୯୦,୭୩,୮୯୧ ଲୋକ ପ୍ରଥମ ଡୋଜ, ୯୨,୫୯,୨୬,୮୮୦ ଲୋକ ଦ୍ୱିତୀୟ ଡୋଜ ଟିକା ଓ ୫,୫୦,୧୪,୮୬୦ ଲୋକ ବୋଷ୍ଟର ଡୋଜ ନେଇଥିବା ବ୍ୟକ୍ତି ଅନ୍ତର୍ଭୁକ୍ତ । ବର୍ତ୍ତମାନ ୧୪,୮୮୩ ଜାଗାରେ ଟିକାକରଣ ଚାଲିଛି, ସେଥିମଧ୍ୟରୁ ୧୪,୧୬୬ ଟି ସରକାରୀ କେନ୍ଦ୍ର ହୋଇଥିବାବେଳେ ୭୧୭ ଟି ଘରୋଇ କେନ୍ଦ୍ର ଅଟେ । 

୧୬ ଜାନୁଆରୀ ୨୦୨୧ ରେ ଆରମ୍ଭ ହୋଇଥିଲା ଟିକାକରଣ
ଦେଶରେ ଟିକାକରଣ ୧୬ ଜାନୁୟାରୀ ୨୦୨୧ ରେ ଆରମ୍ଭ ହୋଇଥିଲା । ୨୧ ଅକ୍ଟୋବର ୨୦୨୧ ରେ ଦେଶ ପ୍ରଥମ ୧୦୦ କୋଟି ଟିକାକରଣର ଲକ୍ଷ୍ୟ ହାସଲ କରିଥିଲା । ଠିକ୍ ନଅ ମାସ ପରେ, ଟିକାକରଣ ସଂଖ୍ୟା ପ୍ରାୟ ୨୦୦ କୋଟିରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ୧.୦୨ ବିଲିୟନ ଜନସଂଖ୍ୟା ଅଛି, ଯେଉଁମାନେ ଅତି କମରେ ଗୋଟିଏ ଟିକା ଗ୍ରହଣ କରିଛନ୍ତି । ୨୦୨୧ ଶେଷ ସୁଦ୍ଧା ସରକାର ଦୁଇ ବିଲିୟନ ଟିକା ଡୋଜର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ସାତ ମାସ ବିଳମ୍ୱରେ ଏହି ଲକ୍ଷ୍ୟ ହାସଲ କରାଯାଇଛି । 

ଏହା ବି ପଢ଼ନ୍ତୁ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ଜଗଦୀପ ଧନଖର ହେବେ NDA ପ୍ରାର୍ଥୀ

ଏହା ବି ପଢ଼ନ୍ତୁ: ରାଷ୍ଟ୍ରପତି ନିର୍ବାଚନକୁ ନେଇ AAP କଲା ଘୋଷଣା, କହିଲା- ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ, କିନ୍ତୁ ..