ନୂଆଦିଲ୍ଲୀ: "ମୋ ନାଁଟି ଉଇ. ମାଟିରେ ଥାଇ. କାଠକୁ ଖାଇ. ପେଟ ପୁରାଇ. ମୋ ନାଁଟି ଉଇ" ଏହି କବିତାକୁ ଆପଣ ପିଲାଦିନେ ସ୍କୁଲରେ ପଢିଥିବେ। ହେଲେ ଏବେ ଉଇର କାରନାମା ଶୁଣିଲେ ଆପଣ ତାଜୁବ ହୋଇଯିବେ। ମାଟି ବଦଳରେ ଉଇ ବ୍ୟାଙ୍କରେ ଏପରି ଏକ କାମ କରିଛି ଯାହାକୁ ସହଜେ ବିଶ୍ୱାସ କରିହେବ ନାହିଁ।


COMMERCIAL BREAK
SCROLL TO CONTINUE READING

କ'ଣ  ଆପଣ ଜଣେ ଗ୍ରାହକ ଭାବେ ବ୍ୟାଙ୍କ ଳକରରେ (Bank Locker) ଜମା ଟଙ୍କା ରଖିଛନ୍ତି? ଆପଣ ତୁରନ୍ତ ବ୍ୟାଙ୍କ ଯାଇ ଆପଣଙ୍କୁ ମିଳିଥିବା ଲକର ସ୍ଥିତି କିପରି ରହିଛି ତାହା ଯାଞ୍ଚ କରିନିଅନ୍ତୁ। ଆମେ ଆପଣଙ୍କୁ ଏପରି କହିବାର କାରଣ ହେଉଛି ଗୁଜୁରାଟ ସ୍ଥିତ ବଡୋଦରା ଠାରେ ଏପରି ଏକ ଘଟଣା ଘଟିଛି  ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ।      


ଏଠାକାର ରେହାନାବେନ କୁତୁବୁଦ୍ଦିନ ଡେସରବାଲା ନାମକ ଜଣେ ବ୍ୟକ୍ତି ୨ ମାସ ପୂର୍ବରୁ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଏକ ଲକର ଭଡା ନେଇଥିଲେ। ଲକର ନମ୍ବର ୨୫୨ରେ ୨.୨୦ ଲକ୍ଷ ଟଙ୍କା ଜମା ରଖିଥିଲ। ବେଶ ଲମ୍ବା ସମୟ ଧରି ବ୍ୟାଙ୍କକୁ ଯାଇ ନଥିଲେ ସେ। କାରଣ ତାଙ୍କୁ ଅଧିକ ନଗଦ ଟଙ୍କା ଦରକାର ନଥିଲା।


Also Read: Budget 2020: ବ୍ୟାଙ୍କ ବୁଡ଼ିଲେ ବି ଗ୍ରାହକ ହେବେ ମାଲାମାଲ୍ !


ଯେତେବେଳେ ରେହାନବେନ୍ ବ୍ୟାଙ୍କ ଲକରରେ ରଖାଯାଇଥିବା ନଗଦ ଟଙ୍କା ଆଣିବାକୁ ଯାଇଥିଲେ, ସେତେବେଳେ ତାଙ୍କ ହୋସ ଉଡିଯାଇଥିଲା। ତାଙ୍କୁ ମିଳିଥିବା ଲକରରେ ସେ ରଖିଥିବା ଟଙ୍କାକୁ ଉଇ ଖାଇ ଦେଇଥିବାର ଦେଖିବାକୁ ପାଇଥିଲେ। ଏ ଘଟଣା ପରେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି କ୍ଷତିପୂରଣ ଦାବି କରିଛନ୍ତି।


Also Read: ଭାରତ ଗସ୍ତରେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ, ପିଏମ ମୋଦି ଓ ଅର୍ଥ ମନ୍ତ୍ରୀଙ୍କ ସହ କରିବେ ସାକ୍ଷାତ


ଏନେଇ ଆରବିଆଇ ପକ୍ଷରୁ କୁହାଯାଇଛି ଲକର ଭଡା ଦେବାବେଳେ ବ୍ୟାଙ୍କ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେବା ଆବଶ୍ୟକ। ହେଲେ ବ୍ୟାଙ୍କରୁ ଏହା ପ୍ରାୟତ କରାଯାଇନଥାଏ। ନିୟମ ଅନୁସାରେ ଲକରରେ ରଖାଯାଇଥିବା ସାମଗ୍ରୀର କୌଣସି ଦାୟିତ୍ୱ ବ୍ୟାଙ୍କ ଗ୍ରହଣ କରିନଥାଏ। କାରଣ ଗ୍ରାହକ ଲକରରେ କ'ଣ ରଖିଛନ୍ତି ତାହା ବ୍ୟାଙ୍କ ଜାଣି ନଥାଏ। ଏହି କାରଣରୁ ବ୍ୟାଙ୍କ କୌଣସି କ୍ଷତିପୂରଣ ଦେବାକୁ ବାଧ୍ୟ ନୁହେଁ। ଚୋରି କିମ୍ବା ଅନ୍ୟ କୌଣସି ଅପରାଧିକ କାର୍ଯ୍ୟ କ୍ଷେତ୍ରରେ ବ୍ୟାଙ୍କ ଦ୍ୱାରା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ହେଲେ ପ୍ରାକୃତିକ କାରଣରୁ ହୋଇଥିବା କ୍ଷତି କାରଣରୁ ବ୍ୟାଙ୍କ କୌଣସି  କ୍ଷତିପୂରଣ ଦେଇନଥାଏ।