Budget 2020: ବ୍ୟାଙ୍କ ବୁଡ଼ିଲେ ବି ଗ୍ରାହକ ହେବେ ମାଲାମାଲ୍ !
Advertisement
Article Detail0/zeeodisha/odisha633846

Budget 2020: ବ୍ୟାଙ୍କ ବୁଡ଼ିଲେ ବି ଗ୍ରାହକ ହେବେ ମାଲାମାଲ୍ !

ସରକାରୀ ହେଉ କି ଘରୋଇ, ଜମା ଟଙ୍କାରେ ବିପଦ ନାହିଁ

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବଜେଟରେ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଏବେ ବ୍ୟାଙ୍କରେ ଟଙ୍କା ରଖିବା ଆହୁରି ସୁରକ୍ଷିତ ହେବ । ବ୍ୟାଙ୍କ ଘାଟାରେ ଚାଲିଲେ ବି ଗ୍ରାହକଙ୍କ ପାଇଁ କୌଣସି ବିପଦ ନାହିଁ । କେନ୍ଦ୍ର ସରକାର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ବ୍ୟାଙ୍କ ବୁଡ଼ିଲେ ଗ୍ରାହକଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ମିଳିବ । ପୂର୍ବରୁ ବୀମା ରାଶି ଏକ ଲକ୍ଷ ଟଙ୍କା ଥିଲା । ଉଭୟ ସରକାରୀ ଏବଂ ଘରୋଇ ବ୍ୟାଙ୍କର ଗ୍ରାହକ ନିଜ ଜମା ରାଶିକୁ ସୁରକ୍ଷିତ ମଣିପାରିବେ । 

ଆଜି ସଂସଦରେ ଉପସ୍ଥାପନ ହୋଇଛି ବଜେଟ-୨୦୨୦ । ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ବଜେଟରେ ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ । ବର୍ତ୍ତମାନ ସମୟରେ ବ୍ୟାଙ୍କ ଗୁଡ଼ିକ ବୁଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଗ୍ରାହାକଙ୍କ ପାଇଁ ଖୁସି ଖବର ଆଣି ଦେଇଛନ୍ତି ନିର୍ମଲା । ଏ କ୍ଷେତ୍ରରେ ବୀମା ରାଶିକୁ ୧ ଲକ୍ଷରୁ ବୃର୍ଦ୍ଧି କରି ୫ ଲକ୍ଷ କରାଯାଇଛି

୪ ବ୍ୟାଙ୍କରେ ବିଲୀନ ହେବ ୧୦ ସରକାରୀ ବ୍ୟାଙ୍କ

କେନ୍ଦ୍ର ସରକାର ଦେଶର ୧୦ ସରକାରୀ ବ୍ୟାଙ୍କକୁ ବିଲୟ କରିବେ । ୧୦ ସରକାରୀ ବ୍ୟାଙ୍କକୁ ବିଲୟ କରି ୪ ବଡ଼ ବ୍ୟାଙ୍କରେ ପରିଣତ କରିବା ପାଇଁ ଯୋଜନା ହୋଇଛି । ଏହା ବ୍ୟତୀତ ସରକାର ଖୁବ ଶୀଘ୍ର IDBI bankର ବିନିବେଶ କରିବେ । IDBI bankରେ ଧିରେ ଧିରେ ଶେୟାର ବିକ୍ରି କରିବେ କେନ୍ଦ୍ର ସରକାର । 

ଆହୁରି ପଢ଼ନ୍ତୁ; Budget 2020: ଚାଷୀଙ୍କ ପାଇଁ '୧୬ ସୂତ୍ରୀ ଯୋଜନା', ଜାଣନ୍ତୁ କ'ଣ ରହିଛି ଯୋଜନାରେ

ବ୍ୟାଙ୍କ ପାଇଁ ଅର୍ଥ ମନ୍ତ୍ରାଳୟର ଏହି ସବୁ ଘୋଷଣା

ସରକାରୀ ବ୍ୟାଙ୍କର ଅବସ୍ଥା ଠିକ ଅଛି ଏବଂ ଗ୍ରାହକଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ଅଟେ । 
IDBI bankରେ ଶେୟାର ଧିରେ ଧିରେ ବ୍ରିକ୍ରି କରିବେ ସରକାର । 
ବ୍ୟାଙ୍କ ବୁଡ଼ିଲେ ମିଳିବ ୫ ଲକ୍ଷର ବୀମା ରାଶି ।
ଗ୍ରାହକଙ୍କ ସୁବିଧା ପାଇଁ ଘରୋଇ ବ୍ୟାଙ୍କ ଉପରେ କଡ଼ା ନିୟମ ଲାଗୁ ହେବ । 
୩୦ ହଜାର ୭୫୭ କୋଟି ଟଙ୍କା ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଦିଆଯିବ । 

ଆହୁରି ପଢ଼ନ୍ତୁ; Budget 2020: LICକୁ ନେଇ ବଡ଼ ଘୋଷଣା