ବୁଡିଯିବ ଆଉ ଏକ ବ୍ୟାଙ୍କ
Advertisement
Article Detail0/zeeodisha/odisha802554

ବୁଡିଯିବ ଆଉ ଏକ ବ୍ୟାଙ୍କ

ପୂର୍ବରୁ ୨୦୧୭ ନଭେମ୍ବରରୁ "କରାଡ ଜନତା ସହାକାରୀ ବ୍ୟାଙ୍କ" ଲିମିଟେଡ୍ ଉପରେ ଆରବିଆଇ କେତେକ କଟକଣା ଜାରି କରିଥିଲା।

ବୁଡିଯିବ ଆଉ ଏକ ବ୍ୟାଙ୍କ

ମୁମ୍ବାଇ: ମହାରାଷ୍ଟ୍ରର କରାଡ ଠାରେ ଅବସ୍ଥିତ "କରାଡ ଜନତା ସହାକାରୀ ବ୍ୟାଙ୍କ" (Karad Janata Sahakari Bank) ଲିମିଟେଡ ଲାଇସେନ୍ସକୁ ବାତିଲ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ-ଆରବିଆଇ (RBI-Reserve Bank of India)। ଲାଇସେନ୍ସ ବାତିଲ ହେବା ପରେ ଏହି ବ୍ୟାଙ୍କ ବର୍ତ୍ତମାନ ବନ୍ଦ ରହିବ। ହେଲେ ଆଶ୍ୱସ୍ତିକର କଥା ଏହି ବ୍ୟାଙ୍କର ପଇସା ଜମା କରିଥିବା ୯୯ ପ୍ରତିଶତ ଜମାକାରୀ ସେମାନଙ୍କ ଟଙ୍କା ପୁଣି ଫେରସ୍ତ ପାଇବେ।

ପୂର୍ବରୁ ୨୦୧୭ ନଭେମ୍ବରରୁ "କରାଡ ଜନତା ସହାକାରୀ ବ୍ୟାଙ୍କ" ଲିମିଟେଡ୍ ଉପରେ ଆରବିଆଇ କେତେକ କଟକଣା ଜାରି କରିଥିଲା। ରିଜର୍ଭ ବ୍ୟାଙ୍କ ମଧ୍ୟ ଏହି ବ୍ୟାଙ୍କକୁ ଲିକ୍ୱିଡେଟର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଆରବିଆଇ ଅନୁଯାୟୀ ଧାରା ୨୨ ନିୟମ ଅନୁଯାୟୀ, ବ୍ୟାଙ୍କ ପାଖରେ ଆଉ ପୁଞ୍ଜି ନାହିଁ ଏବଂ ଆୟ କରିବାର କୌଣସି ଉତ୍ସ ନାହିଁ। କରାଡ ବ୍ୟାଙ୍କ ବ୍ୟାଙ୍କିଂ ରେଗୁଲେସନ ୧୯୪୯  ଧାରା ୫୬ ଅନୁସାର ମାନଦଣ୍ଡ ପୂରଣ କରିନଥିଲା। ଯେଉଁ କାରଣରୁ ଏହାର ଲାଇସେନ୍ସ ବାତିଲ ହୋଇଯାଇଥିଲା।

ଆରବିଆଇ କହିଛି ବର୍ତ୍ତମାନ ଏହି ବ୍ୟାଙ୍କକୁ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବା ଜମାକାରୀଙ୍କ ସ୍ୱାର୍ଥରେ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ବ୍ୟାଙ୍କ ଜମାକାରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଦେଇପାରିବ ନାହିଁ। ଡିଆଇସିଜିସି ଅଧିନିୟମ ୧୯୬୧ (DICGC Act 1961) ଅନୁସାରେ ଜମାକାରୀଙ୍କୁ ବ୍ୟାଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ କରାଯିବ। ଆଶ୍ୱସ୍ତିକର କଥା ଏହା ୯୯ ପ୍ରତିଶତ ଜମାକାରୀଙ୍କୁ ସେମାନେ ରଖିଥିବା ଟଙ୍କା ଫେରିପାଇବେ।