ଲକ ଡାଉନ 4.0: ୩୦ ଜିଲ୍ଲାକୁ ମିଳିବ ନାହିଁ ଆଶ୍ୱସ୍ତି
Advertisement
Article Detail0/zeeodisha/odisha682571

ଲକ ଡାଉନ 4.0: ୩୦ ଜିଲ୍ଲାକୁ ମିଳିବ ନାହିଁ ଆଶ୍ୱସ୍ତି

କୋରୋନା ମୁକାବିଲା ପାଇଁ ଦେଶ ବ୍ୟାପୀ ଲକ ଡାଉନ 4.0 ଲାଗୁ ହେବା ନେଇ ବିଚାର ବିମର୍ଶ ଜାରି ରହିଛି |  ବର୍ତ୍ତମାନ ସ୍ଥିତିରେ ୩୦ଟି ଜିଲ୍ଲାକୁ ଲକ ଡାଉନ 4.0 ବେଳେ କୌଣସିି ପ୍ରକାର ଆଶ୍ୱସ୍ତି ଦିଆଯିବ ନାହିଁ | 

ଲକ ଡାଉନ 4.0: ୩୦ ଜିଲ୍ଲାକୁ ମିଳିବ ନାହିଁ ଆଶ୍ୱସ୍ତି

ନୂଆଦିଲ୍ଲୀ: ବିଶ୍ୱ ସମେତ ସମଗ୍ର ଦେଶରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସର ମୁକାବିଲା ଲାଗି ଲାଗୁ ହୋଇଛି ଲକ ଡାଉନ | ଭାରତରେ ଜାରି ହୋଇଥିବା ଲକ ଡାଉନର ତୃତୀୟ ପର୍ଯ୍ୟାୟ ଅବଧି ଆଜି ଶେଷ ହେଉଛି | ଏହା ପରେ ଲକ ଡାଉନ 4.0 ବାବଦରେ କୌଣସି ପରିସ୍ଥିତିରେ ଘୋଷଣା ହୋଇପାରେ | ଏପରିକି ପିଏମ ମୋଦି ଏହାକୁ  ଆଗକୁ  ବଢାଇବା ନେଇ ଏସମ୍ପର୍କରେ ଇସାରା ଦେଇ ସାରିଛନ୍ତି |  

ଖବର ମିଳୁଛି ଯେ ଲାଗୁ ହେବାକୁ ଥିବା ଲକ 4.0 ସମ୍ପୂର୍ଣ୍ଣ ଭାବେ ନୂଆ ହେବ | ଏଥିରେ ପରିବର୍ତ୍ତନ ଅଣାଯିବା ସହ କେତେକ କ୍ଷେତ୍ରରେ କୋହଳ କରାଯିବ | ବର୍ତ୍ତମାନ ସମୟରେ ଏପରି ଖବର ଆସିଛି ଯେ, ଯେଉଁଠି ସର୍ବାଧିକ ପରିମାଣର କୋରୋନା ମାମଲା ରହିଛି | ଏହି ଜିଲ୍ଲାରେ ଲକ ଡାଉନ 4.0 ବେଳେ କୌଣସି ପ୍ରକାର ଆଶ୍ୱସ୍ତି ଦିଆଯିବ ନାହିଁ | କାରଣ ଏସବୁ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାର ୮୦ ପ୍ରତିଶତ ଅଛନ୍ତି |  

କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ସର୍ବଗ୍ରେ ରହିଛି ମହାରାଷ୍ଟ୍ର | ଏହି ପଶ୍ଚିମ ଭାରତୀୟ ରାଜ୍ୟର ରାଜଧାନୀ ଏବଂ ଆଇଟି ହବ୍ ପୁଣେ ସର୍ବାଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି | ଏହା ବ୍ୟତୀତ ଗ୍ରେଟର ଚେନ୍ନାଇ, ଅହମ୍ମଦାବାଦ, ଥାନେ, ଦିଲ୍ଲୀ, ଇନ୍ଦୋର, କୋଲକାତା, ଜୟପୁର, ନାସିକ, ଜୋଧପୁର, ଆଗ୍ରା, ତିରୁବଲ୍ଲୁର, ଔରଙ୍ଗାବାଦ, କୁଡ୍ଡାଲୋର, ଗ୍ରେଟର ହାଇଦ୍ରାବାଦ, ସୁରଟ, ଚେଙ୍ଗଲପଟ୍ଟୁ, ଅରିୟାଲୁର, କୁର୍ଣ୍ଣୁଲ, ଭୋପାଳ, ଅମୃତସର, ବିଲ୍ଲୁପୁରମ, ବଡୋଦରା, ଉଦୟପୁର, ପାଲଘର, ବରହମପୁର, ସୋଲାପୁର, ମେରଠ ଆଦି ଜିଲ୍ଲାରେ କୋରୋନା ମାମଲା ସର୍ବାଧିକ ରହିଛି |