ଶ୍ରମିକଙ୍କୁ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ଓ ଗୁଜୁରାଟ ସରକାରଙ୍କ ନିକଟରେ ଦାବି କଲେ ପ୍ରବାସୀ ଓଡ଼ିଆ ସମାଜ ସଂଘ
Advertisement
Article Detail0/zeeodisha/odisha694418

ଶ୍ରମିକଙ୍କୁ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ଓ ଗୁଜୁରାଟ ସରକାରଙ୍କ ନିକଟରେ ଦାବି କଲେ ପ୍ରବାସୀ ଓଡ଼ିଆ ସମାଜ ସଂଘ

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗୁଜୁରାଟ ସରକାର ଓ ଓଡିଶା ସରକାର ମିଳିତ ଭାବେ ପ୍ରବାସୀ ଶ୍ରମିକଙ୍କୁ କର୍ମ ନିଯୁକ୍ତି ସହ ବିହିତ ସୁବିଧା ସୁଯୋଗ ଯୋଗାଇ ଦେବା ଆବଶ୍ୟକ ହୋଇପଡିଛି । 

ଶ୍ରମିକଙ୍କୁ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ଓ ଗୁଜୁରାଟ ସରକାରଙ୍କ ନିକଟରେ ଦାବି କଲେ ପ୍ରବାସୀ ଓଡ଼ିଆ ସମାଜ ସଂଘ

ବ୍ରହ୍ମପୁର: ଗତ ତିନି ମାସରୁ ଉର୍ଦ୍ଧ ସମୟ ଧରି ଅଦୃଶ୍ୟ କୋରୋନାର ଭୟାବହତା ସାରା ବିଶ୍ୱରେ ଲାଗି ରହିଛି । ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରିଥୁବା ଅନେକ ଦାଦନ ଜୀବିକା ହରାଇ ହାତରେ ହାତ ବାନ୍ଧି ବସିଛନ୍ତି । ମୁଖ୍ୟତଃ ଗଂଜାମ ଜିଲ୍ଲାର ଲକ୍ଷ ଲକ୍ଷ ଦାଦନ ସୁରାଟରୁ ଜୀବିକା ହରାଇ ଘର ବାହୁଡା ହୋଇଥିବାବେଳେ ଆଗକୁ କରିବେ କଣ ତାକୁ ନେଇ ସମସ୍ତଙ୍କ ଚିନ୍ତା ବଢିଛି ।  ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଅସହାୟ ପ୍ରବାସୀଙ୍କୁ ପୁଣି ଥରେ କିଭଳି ଜୀବିକା ସହ ମୌଳିକ ଅଧିକାର ମିଳିବ ସେ ନେଇ ଆଗେଇ ଆସିଛି ସୁରାଟର ପ୍ରବାସୀ ଓଡ଼ିଆ ସମାଜ ସଂଘ । ଶ୍ରମିକଙ୍କୁ ଅନୁସଂଘୀକ ସୁବିଧା ଯୋଗାଇ ଦେବା ଲାଗି ରାଜ୍ୟ ସରକାର  ଓ ଗୁଜୁରାଟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।

ସବୁଠି ଦାଦାନଙ୍କ ବିକଳ ଅବସ୍ଥା । ଜୀବିକା ହରାଇବା ପରେ ଭୋକ ଉପବାସରେ ହନ୍ତସନ୍ତ ହେବାକୁ ବସିଲେଣି  ଲକ୍ଷ ଲକ୍ଷ ପରିବାର । ଗୋଟେ ପଟେ କୋରୋନାର ଭୟ ଆଉ ଗୋଟିଏ ପଟେ ପରିବାର ପ୍ରତିପୋଷଣର ଚିନ୍ତା ଘାରିଛି ଦାଦନଙ୍କୁ । ଯେଉଁଠି ଦିନେ ସେମାନଙ୍କୁ ଖୋଜା ପଡୁଥିଲା । ଆଜି ସେମାନେ ପାଲଟିଯାଇଛନ୍ତି ଅଲୋଡ଼ା । ଆମେ କହୁଛୁ ବିଗତ ୪୦ ବର୍ଷରୁ ଉର୍ଦ୍ଧ ସମୟ ଧରି ନିଜ ଭିଟା ମାଟି ଛାଡି ସୁରତରେ ଜୀବିକା ନିର୍ବାହ କରୁଥୁବା ପ୍ରବାସୀ ଓଡ଼ିଆଙ୍କ କଥା । କୋରୋନା ଯୋଗୁଁ ହଠାତ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଥିବାବେଳେ ବେସାହାରା ହୋଇପଡିଥିଲେ ସୁରାଟର ସୂତାକଳରେ କାମ କରୁଥବା ଲକ୍ଷ ଲକ୍ଷ ଓଡ଼ିଆ ଶ୍ରମିକ । ସ୍ଥାନୀୟ ପୋଲିସ ପ୍ରଶାସନର ଜୁଲୁମ ଓ କମ୍ପାନୀ ମାଲିକଙ୍କ ଅଣଦେଖା ଦାଦନଙ୍କ କଷ୍ଟକୁ ଦ୍ୱିଗୁଣିତ କରିଥିବା ହେତୁ କର୍ମ ମାଟି ଛାଡି ଘର ବାହୁଡା ହେଇଥିବା ଲକ୍ଷ ଲକ୍ଷ ଶ୍ରମିକ ଏବେ ନିଜର ମୌଳିକ ଅଧିକାର ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛନ୍ତି । 

ଆସିକା, ହିଂଜିଲି ଭଳି ବିଭିନ୍ନ ବ୍ଲକର ଶ୍ରମିକମାନେ ବର୍ଷ ବର୍ଷ ଧରି ଜୀବିକା ନପାଇ ସୁରାଟରେ ଦାଦନ ଖଟି ଆସୁଥିବା ବେଳେ ଓଡିଶା ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା ଦାବି କରିଛି ପ୍ରବାସୀ ଓଡ଼ିଆ ଶ୍ରମିକ ସଂଘ । ଅନେକ ସମୟରେ ସୂତାକଲ ମାଲିକଙ୍କ ଦ୍ୱାରା ଓଡ଼ିଆ ଶ୍ରମିକମାନେ ଶୋଷଣର ଶିକାର ହେଉଥିବା ବେଳେ ଏଥର ଓଡିଶା ସରକାରଙ୍କ ହସ୍ତକ୍ଷେପ ଲୋଡିଛି ପ୍ରବାସୀ ଓଡ଼ିଆ ସମାଜ । ଶ୍ରମିକଙ୍କୁ ପିଏଫ, ଇଏସାଇ ଭଳି ମୌଳିକ ଅଧିକାର ଯୋଗାଇଦେବା ସହ ପ୍ରତିଟି ଶ୍ରମିକଙ୍କ ପଞ୍ଜିକରଣ କରାଇବା ନେଇ ସଂଘ ପକ୍ଷରୁ ଦାବି ହୋଇଛି ।

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗୁଜୁରାଟ ସରକାର ଓ ଓଡିଶା ସରକାର ମିଳିତ ଭାବେ ପ୍ରବାସୀ ଶ୍ରମିକଙ୍କୁ କର୍ମ ନିଯୁକ୍ତି ସହ ବିହିତ ସୁବିଧା ସୁଯୋଗ ଯୋଗାଇ ଦେବା ଆବଶ୍ୟକ ହୋଇପଡିଛି ।