Advertisement
Article Detail0/zeeodisha/odisha762820
Zee OdishaOdisha National-Internationalରାଫେଲ ଉଡ଼ାଇବେ ବାରାଣସୀର ଏହି ସାହସୀ ଝିଅ

ରାଫେଲ ଉଡ଼ାଇବେ ବାରାଣସୀର ଏହି ସାହସୀ ଝିଅ

ଶିବାଙ୍ଗୀ (Shivangi  Singh) ଙ୍କ ପିଲାଦିନ ବିଷୟରେ ମା କହିଛନ୍ତି ଯେ, ସେ ଆରମ୍ଭରୁ ଜଣେ ଭଲ ଛାତ୍ରୀ ଥିଲେ । ପ୍ରାରମ୍ଭିକ ଶିକ୍ଷା ପରେ ସେ ଉଚ୍ଚଶିକ୍ଷା ପାଇଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)କୁ ଯାଇଥିଲେ ।

ରାଫେଲ ଉଡ଼ାଇବେ ବାରାଣସୀର ଏହି ସାହସୀ ଝିଅ

ବାରାଣାସୀ: ରାଫେଲ ଉଡ଼ାଇବେ ବାରାଣସୀ (Varanasi) ର ଝିଅ ଶିବାଙ୍ଗୀ ସିଂ (Shivangi Singh) । ପ୍ରଥମ ମହିଳା ଫ୍ଲାଇଟ୍ ଲେଫ୍ଟନାଣ୍ଟ ଭାବରେ ଯୁଦ୍ଧ ବିମାନ ରାଫେଲ (Rafale) ର ସ୍କ୍ୱାଡ୍ରନ୍ ଗୋଲ୍ଡେନ୍ ଏରୋରେ ସାମିଲ ହୋଇଛନ୍ତି ବାରାଣସୀର ଶିବାଙ୍ଗୀ ସିଂ । ଶିବାଙ୍ଗୀଙ୍କ ପୋଷ୍ଟିଂ ବର୍ତ୍ତମାନ ରାଜସ୍ଥାନରେ ଅଛି । ବାରାଣାସୀର ଫୁଲୱରିଆରେ ଶିବାଙ୍ଗୀଙ୍କ ଘର ରହିଛି । ଶିବାଙ୍ଗୀଙ୍କ ଏହି ସଫଳତା ଉପରେ ମାତା ସୀମା ସିଂ କହିଛନ୍ତି ଯେ ଝିଅ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାକୁ ପୂରଣ କରିଛନ୍ତି ।

ଶିବାଙ୍ଗୀଙ୍କ ପିଲାଦିନ ବିଷୟରେ ମା କହିଛନ୍ତି ଯେ, ସେ ଆରମ୍ଭରୁ ଜଣେ ଭଲ ଛାତ୍ରୀ ଥିଲେ । ପ୍ରାରମ୍ଭିକ ଶିକ୍ଷା ପରେ ସେ ଉଚ୍ଚଶିକ୍ଷା ପାଇଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)କୁ ଯାଇଥିଲେ । ଏକ ମାସର ବୈଷୟିକ ତାଲିମରେ ଉତ୍ତର୍ଣ୍ଣୀ ହେବା ପରେ ସେ ବର୍ତ୍ତମାନ ରାଫେଲ ଟିମର ଏକ ଅଂଶ ହୋଇପାରିଛନ୍ତି ।

ଅଧିକ ପଢ଼ନ୍ତୁ:-ଧୋନିଙ୍କ ୫ ବର୍ଷର ଝିଅକୁ ମିଳିଲା ଦୁଷ୍କର୍ମର ଧମକ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

Add Zee News as a Preferred Source

ଶିବାଙ୍ଗୀଙ୍କ ପିତା କୁମାରେଶ୍ୱର ସିଂ କହିଛନ୍ତି ଯେ ଆମକୁ ଗର୍ବ ଯେ ଆମର ଝିଅ ଦେଶର ନାଁ ଉଜ୍ଜ୍ୱଳ କରିବ । ସେ ବିଏଚୟୁରେ ଥିବା ଜାତୀୟ କ୍ୟାଡେଟ୍ କର୍ପସରେ ୭ ୟୁପି ଏୟାର ସ୍କ୍ୱାଡ୍ରନର ଅଂଶ ଥିଲେ । ସେ ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ BHU ର NCC କ୍ୟାଡେଟ୍ ଥିଲେ । ସେ ସନବିମ ଭଗବାନ୍ପୁରରୁ ବିଏସସି ମଧ୍ୟ କରିଥିଲେ । ୨୦୧୩ ରେ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡରେ ଶିବାଙ୍ଗୀ ଉତ୍ତରପ୍ରଦେଶ ଦଳକୁ ପ୍ରତିନିଧିତ୍ୱ କରିଛନ୍ତି । ସେ ୨୦୧୬ରେ ତାଲିମ ପାଇଁ ବାୟୁସେନା ଏକାଡେମୀରେ ଯୋଗ ଦେଇଥିଲେ । ଡିସେମ୍ବର ୧୬, ୨୦୧୭ରେ ସେ ହାଇଦ୍ରାବାଦର ବାୟୁସେନା ଏକାଡେମୀରେ ଯୁଦ୍ଧ ବିମାନ ପାଇଲଟ ଆଖ୍ୟା ପାଇଥିଲେ । ହାଇଦ୍ରାବାଦରେ ତାଲିମ ସମାପ୍ତ ହେବା ପରେ ଶିବାଙ୍ଗୀ ବର୍ତ୍ତମାନ ଏକ ମିଗ୍-21ର ଯୁଦ୍ଧ ବିମାନର ପାଇଲଟ୍ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଶୀତରେ ୪ ଗୁଣ ଅଧିକ ଶକ୍ତିଶାଳୀ ହେବ କୋରୋନା ଭୂତାଣୁ, କୋଭିଡ ବିଶେଷଜ୍ଞ ପ୍ୟାନେଲର ଚେତାବନୀ

ସରକାରୀ ୱେବସାଇଟ୍ PIB ରେ ମାର୍ଚ୍ଚ ୪,  ୨୦୨୦ରେ ପ୍ରକାଶିତ ସୂଚନା ଅନୁଯାୟୀ, ଭାରତୀୟ ସେନାରେ ୬,୮୯୨, ବାୟୁସେନାରେ ୧୮୭୮ ଏବଂ ନୌସେନାରେ ୬୮୫ ଜଣ ମହିଳା ଅଧିକାରୀ ଅଛନ୍ତି । ମହିଳାମାନେ ଭାରତୀୟ ବାୟୁସେନାରେ ଯେକୌଣସି ଶାଖା କିମ୍ବା ଷ୍ଟ୍ରିମରେ ଯୋଗ ଦେଇପାରିବେ ।

About the Author