Gyanvapi Mosque Case: ବାରଣାସୀ କୋର୍ଟଙ୍କ ବଡ଼ ଫଇସଲା, ହିନ୍ଦୁ ପକ୍ଷରୁ ଲାଗିଲା ଶକ୍ତ ଝଟକା
Advertisement
Article Detail0/zeeodisha/odisha1394734

Gyanvapi Mosque Case: ବାରଣାସୀ କୋର୍ଟଙ୍କ ବଡ଼ ଫଇସଲା, ହିନ୍ଦୁ ପକ୍ଷରୁ ଲାଗିଲା ଶକ୍ତ ଝଟକା


Gyanvapi Mosque Case: ବାରଣାସୀ ଜିଲ୍ଲା କୋର୍ଟର ବିଚାରପତି ଡ. ଏକେ ବିଶ୍ୱେସ ଗତ ସପ୍ତାହରେ ଜ୍ଞାନବାପୀକୁ ନେଇ କୋର୍ଟ ଦେଇଥିବା ରାୟକୁ ସଂରକ୍ଷିତ ରଖିଛନ୍ତି। ହିନ୍ଦୁ ପକ୍ଷ ଦ୍ୱାରା କାର୍ବନ ଡେଟିଂ ପାଇଁ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି। ତେବେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ ମାମଲାର ଅଗ୍ରଗତି ହେବ।

 

Gyanvapi Mosque Case: ବାରଣାସୀ କୋର୍ଟଙ୍କ ବଡ଼ ଫଇସଲା, ହିନ୍ଦୁ ପକ୍ଷରୁ ଲାଗିଲା ଶକ୍ତ ଝଟକା

Gyanvapi Mosque Case, ବାରଣାସୀ: ଦେଶର ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିସ ମସଜିଦ ମାମଲାରେ ବାରଣାସୀ ଜିଲ୍ଲା କୋର୍ଟ ଏକ ବଡ ରାୟ ଦେଇଛନ୍ତି। ଶୁକ୍ରବାର ବିଚାରପତି ଡ. ଏକେ ବିଶ୍ୱେସ ରାୟ ସଂରକ୍ଷିତ ରଖିଛନ୍ତି। ଗତ ସପ୍ତାହରେ କୋର୍ଟ, କଥିତ ଶିବଲିଙ୍ଗକୁ ନେଇ ଯେଉଁ ରାୟ ଦେଇଥିଲେ ତାହାକୁ ସଂରକ୍ଷିତ ରଖାଯାଇଛି। ଏହା ସହ ହିନ୍ଦୁ ପକ୍ଷ ଦ୍ୱାରା କାର୍ବନ ଡେଟିଂ ପାଇଁ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି। ମନ୍ଦିର ପରିସରରେ କାର୍ବନ ଡିଟିଂ ଓ କଥିତ ଶିବଲିଙ୍ଗର ବୈଜ୍ଞାନିକ ଯାଞ୍ଚ ପାଇଁ ଅପିଲ କରାଯାଇଥିଲା।

ବାରଣାସୀ ଜିଲ୍ଲା କୋର୍ଟର ବିଚାରପତି ଡ. ଏକେ ବିଶ୍ୱେସ ଗତ ସପ୍ତାହରେ ଜ୍ଞାନବାପୀକୁ ନେଇ କୋର୍ଟ ଦେଇଥିବା ରାୟକୁ ସଂରକ୍ଷିତ ରଖିଛନ୍ତି। ସେ କହିଛନ୍ତି ଯେ, ଗତ ୧୭ ମଇ ୨୦୨୨ରେ ସୁପ୍ରିମକୋର୍ଟ, କଥିତ ଶିବଲିଙ୍ଗଙ୍କୁ ସଂରକ୍ଷଣ କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏଭଳି ପରିସ୍ଥିତିରେ ଯଦି କାର୍ବନ ଡେଟିଂ ଟେକ୍ନୋଲୋଜି କିମ୍ବା ଗ୍ରାଉଣ୍ଡ ନାଇଟ୍ରେଟିଂ ରାଡାର ବ୍ୟବହାର କରାଯାଏ ତେବେ କଥିତ ଶିବଲିଙ୍ଗ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। ଯଦି ସେହି ଢାଞ୍ଚାର କିଛି ହୁଏ ତେବେ, ଏହା ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ ହେବ। ଏହା ବ୍ୟତୀତ ସାଧାରଣ ଜନତାଙ୍କ ଧାର୍ମିକ ଭାବନା ମଧ୍ୟ ଆହତ ହୋଇପାରେ।

Also Read: Archana Nag Case: କାହିଁକି ହାଇକୋର୍ଟ ଗଲା ହାଇପ୍ରୋଫାଇଲ୍ ବ୍ଲାକମେଲିଂ ମାମଲା?

ଗତ ସାତ ଅକ୍ଟୋବରରେ, ହିନ୍ଦୁ ଦଳ ଏହାର ସ୍ପଷ୍ଟୀକରଣ ଦାଖଲ କରି କହିଥିଲେ ଯେ, ବାଜୁଖାନାରୁ ମିଳିଥିବା ଶିବଲିଙ୍ଗ ସେମାନଙ୍କ ସୁଟର ଏକ ଅଂଶ। ଏହି କାରଣରୁ କଥିତ ଶିବଲିଙ୍ଗଙ୍କ କାର୍ବନ ଡେଟିଂ ପାଇଁ ଏକ ଦାବି କରାଯାଇଥିଲା। ଯାହାକୁ ବାରଣାସୀ କୋର୍ଟ ଖାରଜ କରିଦେଇଛନ୍ତି। ବାସ୍ତବରେ, ହିନ୍ଦୁ ଦଳ ଯାହାକୁ ଶିବଲିଙ୍ଗ ବୋଲି ଦାବି କରୁଛନ୍ତି, ମୁସଲମାନ ଦଳ ଏହାକୁ ଏକ ଫୁଆରା ବୋଲି କହୁଛନ୍ତି। ଚାରିଜଣ ମହିଳାଙ୍କ ଦ୍ୱାରା କଥିତ ଶିବଲିଙ୍ଗର କାର୍ବନ ଡେଟିଂ ଦାବି କରାଯାଇଥିଲା। 

ବସ୍ତୁର ବୟସ ଏବଂ ସମୟ ନିର୍ଣ୍ଣୟ କରିବାର ପଦ୍ଧତିକୁ କାର୍ବନ ଡେଟିଂ କୁହାଯାଏ। ଏଥିରୁ, ୨୦ ହଜାର ବର୍ଷ ପୁରୁଣା ବସ୍ତୁର ବୟସ ମଧ୍ୟ ଜାଣିହେବ। ୧୯୪୯ ମସିହାରେ କାର୍ବନ ଡେଟିଂ ପଦ୍ଧତି ଆବିଷ୍କୃତ ହୋଇଥିଲା। ତେଣୁ ହିନ୍ଦୁ ଦଳ କଥିତ ଶିବଲିଙ୍ଗର ବୟସ ଜାଣିବାପାଇଁ ଚାହିଁଥିଲେ। ଜ୍ଞାନବାପୀ ମସଜିଦର କାନ୍ଥ ନିକଟରେ ଥିବା ଶ୍ରୀଙ୍ଗାର ଗୌରୀଙ୍କୁ ପୂଜା କରିବାକୁ ଅନୁମତି ମାଗିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଆଉ ମସଜିଦରେ ସର୍ଭେ ସମୟରେ ଏକ ଶିବଲିଙ୍ଗ ସଦୃଶ୍ୟ ବସ୍ତୁ ଠାବ କରାଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ ମାମଲାର ଅଗ୍ରଗତି ହେବ।