Vicky Katrina Death Threat: କ୍ୟାଟ୍ରିନା-ବିକିଙ୍କୁ ମିଳିଲା ହତ୍ୟା ଧମକ; ଜାଣନ୍ତୁ ପୂରା ଘଟଣା
Advertisement
Article Detail0/zeeodisha/odisha1273178

Vicky Katrina Death Threat: କ୍ୟାଟ୍ରିନା-ବିକିଙ୍କୁ ମିଳିଲା ହତ୍ୟା ଧମକ; ଜାଣନ୍ତୁ ପୂରା ଘଟଣା

Vicky Katrina Death Threat: ସୋସିଆଲ ମିଡିଆରେ ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କୁ ହତ୍ୟା ଧମକ ମିଳିଛି । ଏହି ମାମଲାରେ ବିକି କୌଶଲ ମୁମ୍ବାଇର ସାଣ୍ଟାକ୍ରୁଜ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ସାଙ୍କେତିକ ଫଟୋ

Vicky Kaushal Katrina Kaif Death Threat: ବଲିଉଡ ଅଭିନେତା ବିକି କୌଶଲ (Vicky Kaushal) ଓ କ୍ୟାଟ୍ରିନା କୈଫଙ୍କୁ (Katrina Kaif) ସୋସିଆଲ ମିଡିଆରେ  (Social Media) ହତ୍ୟା ଧମକ ମିଳିଛି । ଏହି ମାମଲାରେ ବିକି ମୁମ୍ବାଇର (Mumbai) ସାଣ୍ଟାକ୍ରୁଜ ଥାନାରେ (Santacruz police station) ଅଭିଯୋଗ କରିଛନ୍ତି, ଏହା ପରେ ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଦିତ୍ୟ ରାଜପୁତ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଧମକ ଦେଇଥିବା ଅଭିଯୋଗ ହୋଇଛି । ବିକି କୌଶଲଙ୍କ ଅଭିଯୋଗ ଉପରେ ଆଦିତ୍ୟଙ୍କ ବିରୋଧରେ ପୋଲିସ ତଦନ୍ତ କରୁଛି ।

ବିକି କୌଶଲଙ୍କ ଅଭିଯୋଗ ଉପରେ ପୋଲିସ ଧାରା ୫୦୬ (୨), ୩୫୪ (D) IPC r / w ବିଭାଗ ୬୭ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ବିକି କୌଶଲ ଅଭିଯୋଗ କରିଛନ୍ତି ଯେ ଇନଷ୍ଟାଗ୍ରାମରେ ଏକ ମେସେଜ ମାଧ୍ୟମରେ ଜଣେ ବ୍ୟକ୍ତି ତାଙ୍କୁ ଧମକ ଦେଉଛ ନ୍ତି। ଏଥିସହ ସେ ଅଭିଯୋଗ କରିଛନ୍ତି ଯେ ସେହି ବ୍ୟକ୍ତି ତାଙ୍କ ପତ୍ନୀ ଯଥା କ୍ୟାଟ୍ରିନା କୈଫଙ୍କ ଉପରେ ନଜର ରଖିଛନ୍ତି ଓ ତାଙ୍କୁ ଧମକ ଦେଉଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ବିକି କୌଶଲ ଓ କ୍ୟାଟ୍ରିନା କୈଫ ଗତ ବର୍ଷ ଡିସେମ୍ବର ୯ ତାରିଖରେ ବିବାହ କରିଥିଲେ । ବର୍ତ୍ତମାନ ଉଭୟ ତାରକା ନିଜର ଘନିଷ୍ଠ ବନ୍ଧୁମାନଙ୍କ ସହ କ୍ୟାଟ୍ରିନାଙ୍କ ଜନ୍ମଦିନ ପାଳନ କରିବାକୁ ମାଲଦ୍ୱୀପ ଯାଇଥିଲେ । ୧୬ ଜୁଲାଇରେ, କ୍ୟାଟ୍ରିନା ନିଜର ୩୯ ତମ ଜନ୍ମଦିନ ପାଳନ କରିଥିଲେ । ସେଠାରୁ ଉଭୟ ତାରକାଙ୍କର ଅନେକ ବିଶେଷ ଫଟୋ ମଧ୍ୟ ପ୍ରକାଶ ପାଇଥିଲା ।

ପୂର୍ବରୁ ସଲମାନ ଖାନଙ୍କୁ ମଧ୍ୟ ଏକ ଚିଠି ମାଧ୍ୟମରେ ମିଳିଥିଲା ହତ୍ୟା ଧମକ 

ଏହା ପ୍ରଥମ ଘଟଣା ନୁହେଁ ଯେ ବଲିଉଡ଼ ତାରକାଙ୍କୁ ହତ୍ୟା ଧମକ ମିଳୁଛି । ଏହା ପୂର୍ବରୁ ଅଭିନେତା ସଲମାନ ଖାନଙ୍କୁ ଏକ ଚିଠି ମାଧ୍ୟମରେ ମୃତ୍ୟୁ ଧମକ ମିଳିଥିଲା । ଏହି ମାମଲାରେ ସଲମାନ ଖାନଙ୍କ ନାମରେ ପୋଲିସକୁ ଅଭିଯୋଗ କରାଯାଇଥିଲା । କିଛି ଦିନ ପୂର୍ବରୁ ସଲମାନ ନିଜେ ମୁମ୍ବାଇର ପୋଲିସ କମିଶନରଙ୍କୁ ଭେଟିଥିଲେ । ଖବର ଅନୁଯାୟୀ ସେ ବନ୍ଧୁକ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିଥିଲେ ।

ଏହା ବି ପଢ଼ନ୍ତୁ: ରାମନାଥ କୋବିନ୍ଦଙ୍କ ଉପରେ ଜୋରଦାର ଟାର୍ଗେଟ କଲେ ମେହବୁବା; କହିଲେ- ସମ୍ବିଧାନକୁ ଭାଙ୍ଗି ...

ଏହା ବି ପଢ଼ନ୍ତୁ: Indo-China Conflict: ଚୀନକୁ ମିଳିବ ମୁହଁତୋଡ଼ ଜବାବ, LAC ରେ ଭାରତ ମୁତୟନ କରିବ ଡ୍ରାଗନର କାଳ!

 

Trending news