ବିରାଟ କୋହଲିଙ୍କୁ ଆଉ ଏକ ସଫଳତା; ଇନଷ୍ଟାଗ୍ରାମରେ ଫ୍ୟାନ ଫଲୋଅର୍ସ ୯୦ ମିଲିୟନରୁ ଅଧିକ
Advertisement

ବିରାଟ କୋହଲିଙ୍କୁ ଆଉ ଏକ ସଫଳତା; ଇନଷ୍ଟାଗ୍ରାମରେ ଫ୍ୟାନ ଫଲୋଅର୍ସ ୯୦ ମିଲିୟନରୁ ଅଧିକ

କ୍ରିକେଟ ଜଗତ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ନିଜର ଦବଦବା ଦେଖାଇଛନ୍ତି ବିରାଟ କୋହଲି । ସୂଚନାନୁସାରେ, ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନ ଫଲୋଅର୍ସ ଏବେ ୯୦ ମିଲିୟନରୁ ଅଧିକ ରହିଛି । 

ବିରାଟ କୋହଲିଙ୍କୁ ଆଉ ଏକ ସଫଳତା; ଇନଷ୍ଟାଗ୍ରାମରେ ଫ୍ୟାନ ଫଲୋଅର୍ସ ୯୦ ମିଲିୟନରୁ ଅଧିକ

ନୂଆଦିଲ୍ଲୀ; ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ଚଳିତ ୨୦୨୧ ବର୍ଷଟି ପ୍ରାରମ୍ଭରୁ ଖୁବ୍ ଲକି ସାବ୍ୟସ୍ତ ହୋଇଛି । କାରଣ ଏକଥା ସମସ୍ତଙ୍କୁ ଜଣା ଯେ, ଜାନୁଆରୀ ୧୧ ତାରିଖରେ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଥମ ଥର ବାପା ମାଆ ହୋଇଥିଲେ । ଏହି ଚର୍ଚ୍ଚିତ କପଲଙ୍କ ଘରକୁ ଏକ ଶିଶୁକନ୍ୟାର ପାଦ ପଡିଛି । ତେବେ ବିରାଟଙ୍କ ଶିଶୁକନ୍ୟାର ଜନ୍ମ ପରେ ବାପା ବିରାଟ ଏବେ ଆହରି ଲୋକପ୍ରିୟ ହେବାରେ ଲାଗିଛନ୍ତି କାରଣ ତାଙ୍କର ଝିଅ ଜନ୍ମ ହେବା ପରଠାରୁ ତାଙ୍କର ଫ୍ୟାନ୍ସ ଫଲୋଓର୍ସ ଅଧିକ ରୁ ଅଧିକ ସଂଖ୍ୟାରେ ବୃଦ୍ଧି ପାଇଛି ।

କ୍ୟାପଟେନ ବିରାଟ କୋହଲି (Virat Kohli) କ୍ରିକେଟ ଜଗତରେ ଅନେକ ସଫଳତା ହାସଲ କରିସାରିଛନ୍ତି ।  ଆଉ ଯେବେ ବି କ୍ରିକେଟ (Cricket) ର କୌଣସି ପ୍ରସଙ୍ଗ ସାମ୍ନାକୁ ଆସେ ସର୍ବ ପ୍ରଥମେ ତାଙ୍କ ନାଁ ଶୁଣିବାକୁ ମିଳେ । ଖୁବ୍ କମଦିନରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

Also Read; ବିଶ୍ୱର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ: ଶୀର୍ଷରେ Oxford, Top 100ରେ ନାହିଁ ଭାରତ

କେବଳ ଯେ, କ୍ରିକେଟ ଜଗତ ନୁହେଁ ସୋସିଆଲ ମିଡିଆ (Social Media) ରେ ମଧ୍ୟ ନିଜର ଦବଦବା ଦେଖାଇଛନ୍ତି ବିରାଟ କୋହଲି । ସୂଚନାନୁସାରେ, ଇନଷ୍ଟାଗ୍ରାମ (Instagram)ରେ ତାଙ୍କ ଫ୍ୟାନ ଫଲୋଅର୍ସ (Fan Followers) ଏବେ ୯୦ ମିଲିୟନ (90 Million) ରୁ ଅଧିକ ରହିଛି । ଯାହାକି ଏକ ରେକର୍ଡ । କାରଣ ଏମିତି ରେକର୍ଡ ହାସଲ କରିବାରେ ବିରାଟ କୋହଲି ହେଉଛନ୍ତି ପ୍ରଥମ ଭାରତୀୟ ।

fallback

କେବଳ ଏତିକି ନୁହେଁ ପୁରା ଏସିୟ ମହାଦେଶ (Asia) ଏବେ ଯାଏଁ ଏ ସଫଳତା କାହାକୁ ମିଳିନାହିଁ । ହେଲେ ୯୦ ମିଲିୟନ ଫଲୋଅର୍ସ (90 Million Followers) ହିସାବରେ ଦେଖିବାକୁ ଗଲେ ଦୁନିଆରେ ବିରାଟ କୋହଲି ହେଉଛନ୍ତି ଚତୁର୍ଥ ଖେଳାଳି (Fourth Player) 

Also Read; ଦୁର୍ଘଟଣାରେ ଜୀବନ ହାରିଲେ ବିଗ୍ ବସ-14 ସିଜିନ୍ ର ଜଣେ ସଦସ୍ୟ...

ସେପଟେ ବିରାଟ କୋହଲି (Virat Kohli) ଓ ଅନୁଷ୍କା ଶର୍ମା (Anushka Sharma) ନିଜେ ପିତା ମାତା ହେବାର ଖବର ପ୍ରଥମେ ସୋସିଆଲ ମିଡିଆରେ ହିଁ ଜଣାଇଥିଲେ । ହେଲେ ତାଙ୍କ ଶିଶୁକନ୍ୟା (Baby Girl) ର କୌଣସି ଫଟୋ ଚିତ୍ର (Photo) ସେ ସାମ୍ନାକୁ ଆଣିବାକୁ ଚାହିଁନଥିଲେ ।