ବାପା ହେବେ ବିରାଟ
Advertisement

ବାପା ହେବେ ବିରାଟ

ମା ହେବେ ଅନୁଷ୍କା

ବାପା ହେବେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି। ଏନେଇ ଆଜି ସେ ଘୋଷଣା କରିଛନ୍ତି। ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଏହି ସୂଚନା ପ୍ରଦାନ କରିଛନ୍ତି। ଇନଷ୍ଟା ଗ୍ରାମରେ ସେମାନଙ୍କର ଏକ ପୋଷ୍ଟ କରି ଲେଖିଛନ୍ତି କି, We Were three! Arriving jan 2021। ଏହା ସହିତ ସେମାନେ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତିର ଆୟୋଜନ କରିଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ଅନୁଷ୍କା ୪ମାସର ଗର୍ଭବତୀ ଥିବା ସୂଚନା ରହିଛି। ତେବେ ଜାରି କରାଯାଇଥିବା ଫଟୋରେ ଅନୁଷ୍କା ବେବି ବମ୍ପ ଭାବେ ଉଭା ହୋଇଛନ୍ତି। ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କୁ ଇଣ୍ଡଷ୍ଟ୍ରୀରେ ସବୁଠାରୁ ଶକ୍ତିଶାଳୀ ଯୋଡ଼ି ଭାବେ ପରିଗଣିତ କରାଯାଇଥାଏ। ଉଭୟ ଷ୍ଟାର ନିଜ ନିଜ କ୍ଷେତ୍ରରେ ବେଶ ଦମଦାର ପ୍ରଦର୍ଶନ କରି ଚର୍ଚ୍ଚାରେ ରହି ଆସିଛନ୍ତି।