ଦୂର ହେବ ୱେଟିଂ ଲିଷ୍ଟ ଟିକେଟ ସମସ୍ୟା, ଟ୍ରାକରେ ଦୌଡିବ 'କ୍ଲୋନ ଟ୍ରେନ'
Advertisement
Article Detail0/zeeodisha/odisha748985

ଦୂର ହେବ ୱେଟିଂ ଲିଷ୍ଟ ଟିକେଟ ସମସ୍ୟା, ଟ୍ରାକରେ ଦୌଡିବ 'କ୍ଲୋନ ଟ୍ରେନ'

ରେଳରେ ଯାତ୍ରା କରୁଥିବା ଅଧିକାଂଶ  ଯାତ୍ରୀଙ୍କର ଏହି ଅଭିଯୋଗ ଥାଏ ଯେ କନଫର୍ମ ଟିକେଟ( Confirm Ticket) କୋଉ ମିଳୁଛି?

ଦୂର ହେବ ୱେଟିଂ ଲିଷ୍ଟ ଟିକେଟ ସମସ୍ୟା, ଟ୍ରାକରେ ଦୌଡିବ 'କ୍ଲୋନ ଟ୍ରେନ'

ସାଗର ରଥ, ନୂଆଦିଲ୍ଲୀ: ରେଳରେ ଯାତ୍ରା କରୁଥିବା ଅଧିକାଂଶ  ଯାତ୍ରୀଙ୍କର ଏହି ଅଭିଯୋଗ ଥାଏ ଯେ କନଫର୍ମ ଟିକେଟ( Confirm Ticket) କୋଉ ମିଳୁଛି? ଏହି ସମସ୍ୟା ଦୂର କରିବାକୁ ଭାରତୀୟ ରେଳବାଇ (Indian Railway) ପକ୍ଷରୁ ଆରମ୍ଭ ହୋଇଛି ନୂଆ ପ୍ରୟାସ । ଆଜ୍ଞା ହଁ, ସେପ୍ଟେମ୍ବର ୨୧ ତାରିଖରୁ ୱେଟିଂ ଲିଷ୍ଟ ଟିକେଟକୁ (Waiting List Ticket) ଶେଷ କରିବା ପାଇଁ ରେଳବାଇ ପକ୍ଷରୁ 'କ୍ଲୋନ ଟ୍ରେନ' (Clone Train) ଚଳାଯିବାର ବ୍ୟବସ୍ଥା କରାଯାଉଛି। 

ଏହି ଟ୍ରେନର ଅର୍ଥ ହେଉଛି ଗୋଟିଏ ନାଁ ଓ ନମ୍ବରର ଦୁଇଟି ଟ୍ରେନ, ଆଗ ପଛ ହୋଇ କିଛି ସମୟର ବ୍ୟବଧାନ ଯାତ୍ରା କରିବ । ଉଦାହରଣ ସ୍ୱରୂପ, ଯଦି ଜଣେ ଯାତ୍ରୀ ନୂଆଦିଲ୍ଲୀ-ଭୁବନେଶ୍ୱର (Newdelhi-Bhubaneswar) ମଧ୍ୟରେ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ୍ (Rajdhani Express) ଅପରାହ୍ନ ୪ଟା ବେଳେ ବାହାରୁଥାଏ, ତେବେ ତାହାର 'କ୍ଲୋନ ଟ୍ରେନ' ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ଧରି ଅପରାହ୍ନ ୩ଟା କିମ୍ବା ୫ଟା ବେଳେ ବାହାରିବ । ଯାହା ଦ୍ୱାରା ଟିକେଟ କାଟିଥିବା ଯାତ୍ରୀ ବିନା କୌଣସି ଅସୁବିଧାରେ ଯାତ୍ରା କରିପାରିବେ ।     

ରେଲୱେ ଉପମହାନିର୍ଦେଶକଙ୍କ (Railway Deputy Director) ଅନୁଯାୟୀ ସେପ୍ଟମ୍ବର ୨୧ ତାରିଖରୁ ରେଳବାଇ ୨୦ଟି ରୁଟରେ ୪୦ଟି କ୍ଲୋନ ଟ୍ରେନ ସେବା ଆରମ୍ଭ କରିବା । ଏହି ଟ୍ରେନ ଲାଗି ବୁକିଂ ୧୯ ସେପ୍ଟେମ୍ବରରୁ ଆରମ୍ଭ କରାଯିବ । ଆଗକୁ ୧୦ ଦିନ ପୂର୍ବରୁ ଟିକେଟ କରିଥିବା ଯାତ୍ରୀ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିପାରିବେ।     

ଏପରି ଟ୍ରେନର ବିଶେଷତ୍ଵ ହେଉଛି ଏଥିରେ କେବଳ ରହଣୀସ୍ଥଳ (Stoppage) କମ ରହିବ ତା ନୁହେଁ, ଏହାର ବେଗ ମଧ୍ୟ ଦ୍ରୁତତର (Fastest) ରହିବ । ଏହାର ଗନ୍ତବ୍ୟ ସ୍ଥଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବ। ଏପରି ଅତିରିକ୍ତ ସୁବିଧା ଲାଗି ଯାତ୍ରୀଙ୍କୁ କିଛି ଅଧିକ ଭଡା ଦେବାକୁ ହେବ । ଯେହେତୁ ୱେଟିଂ ଟିକେଟର (Waiting Ticket) ସମସ୍ୟା ରହିବ ନାହିଁ, ଯାତ୍ରୀ ନିଶ୍ଚୟ ସନ୍ତୋଷ ଲାଭ କରିବେ। ରେଳବାଇ ପକ୍ଷରୁ କେତେକ ରୁଟକୁ ଅଧୟନ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଯଦି ଏହା ସଫଳ ହୁଏ, ଆଗକୁ ସମଗ୍ର ଦେଶର ଅନ୍ୟ କେତେକ ରୁଟରେ ଏହାକୁ  ପ୍ରୟୋଗ କରାଯିବାର ଯୋଜନା ରହିଛି ।