Weather Forecast: ବଦଳୁଛି ପାଗ, ବର୍ଷା ପରେ ଆସିଲା ଖରା, ଶୀତକୁ ନେଇ ଜାରି ହେଲା ଚେତାବନୀ
Advertisement
Article Detail0/zeeodisha/odisha1396220

Weather Forecast: ବଦଳୁଛି ପାଗ, ବର୍ଷା ପରେ ଆସିଲା ଖରା, ଶୀତକୁ ନେଇ ଜାରି ହେଲା ଚେତାବନୀ

Weather Alert: ମୌସୁମୀ ଯିବା ପରେ ଚଳିତ ବର୍ଷ ଦେଶରେ କିପରି ଥଣ୍ଡା ଅନୁଭୂତ ହେବ ତାହାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

Weather Forecast: ବଦଳୁଛି ପାଗ, ବର୍ଷା ପରେ ଆସିଲା ଖରା, ଶୀତକୁ ନେଇ ଜାରି ହେଲା ଚେତାବନୀ

Weather Update: ଦିପାବଳି ଆସିବାକୁ ଆଉ କିଛି ଦିନ ବାକି ରହିଛିଷ। ହେଲେ ଦେଶର ଅନେକ ରାଜ୍ୟରେ ପାଗ କ୍ରମାଗତ ଭାବେ ବଦଳିବାରେ ଲାଗିଛି। ଦେଶର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ କଥା କୁହାଯାଏ ଲଗାତାର ବର୍ଷା ପରେ ଏଠାରେ ଏବେ ଥଣ୍ଡା ଅନୁଭବ  ହେବା ଆରମ୍ଭ କରିଛି। ସକାଳେ ପ୍ରାତ ଭ୍ରମଣରେ ଆସୁଥିବା ଲୋକେ ମଧ୍ୟ ଥଣ୍ଡା ଅନୁଭବ କରୁଛନ୍ତି। ଏହା ସହିତ ଅନେକ ଅଞ୍ଚଳରେ କୁହୁଡ଼ି ଧୂଆଁର ଚାଦର ମଧ୍ୟ ଦେଖିବାକୁ ମିଳୁଛି। 

ଆସନ୍ତା ୧୫ ଅକ୍ଟୋବରରୁ ୧୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ (Delhi), ଉତ୍ତରପ୍ରଦେଶ (Uttar Pradesh), ଉତ୍ତରାଖଣ୍ଡ (Uttrakhand), ବିହାର (Bihar), ଝାଡଖଣ୍ଡ (Jharkhand), ମଧ୍ୟ ପ୍ରଦେଶ (Madhya Pradesh), ହରିୟାଣା (Haryana) ଏବଂ ପଞ୍ଜାବ (Punjab) ପାଇଁ ପାଣିପାଗ ବିଭାଗ (Meteorological Department) ପାଣିପାଗ ଏବଂ ବର୍ଷା ନେଇ ପୂର୍ବାନୁମାନ (Weather and Rain ForeCast) ଜାରି କରିଛି। ଏହା ସହିତ ୧୬ ଏବଂ ୧୭ ଅକ୍ଟୋବରରେ ଝାଡଖଣ୍ଡର କେତେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ଅନୁଯାୟୀ ମଧ୍ୟ ଭାରତରୁ (Central India) ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ (South West Monsoon) ପ୍ରତ୍ୟାହାର ହେବା ପାଇଁ ଅବସ୍ଥା ଅନୁକୂଳ ହେବାର ସମ୍ଭାବନା ବଢିଛି। ଏହା ସହିତ ଆସନ୍ତା ୩ ଦିନ ମଧ୍ୟରେ ମହାରାଷ୍ଟ୍ର (Maharashtra) ଏବଂ ପୂର୍ବ ଭାରତର (East India) କିଛି ଅଂଶରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇଯିବ। ଆସନ୍ତା ୫ ଦିନ ମଧ୍ୟରେ ଦକ୍ଷିଣ ଭାରତୀୟ ଉପଦ୍ୱୀପରେ (South Indian Peninsula) ପ୍ରବଳ ବର୍ଷା ସମ୍ପର୍କରେ ସତର୍କତା ଜାରି କରାଯାଇଛି।

Also Read: India: ଦେଶରୁ ବିଦାୟ ନେଇସାରିଛି ମୌସୁମୀ? ହେଲେ ଏବେ କାହିଁକି ହେଉଛି ବର୍ଷା?

ଉତ୍ତର ପ୍ରଦେଶରେ ପାଣିପାଗ ବର୍ତ୍ତମାନ ସ୍ପଷ୍ଟ ରହିଛି। ଏଠାରେ ବର୍ଷା ହେବାର ସମ୍ଭାବନା ନାହିଁ। ସକାଳ ଏବଂ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ (Cold) ଅନୁଭୂତ ହୋଇଛି। ରାଜଧାନୀ ଲକ୍ଷ୍ନୌସ୍ଥିତ ପାଣିପାଗ କେନ୍ଦ୍ର (Lucknow Weather Station) ପୂର୍ବାନୁମାନ ଅନୁଯାୟୀ ଅକ୍ଟୋବର ୧୯ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସ୍ପଷ୍ଟ ରହିବ। ଅକ୍ଟୋବର ୧୭ ପର୍ଯ୍ୟନ୍ତ ରାଜ୍ୟର ପୂର୍ବ ଏବଂ ପଶ୍ଚିମ ଭାଗର କୌଣସି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇ ନାହିଁ।

ବର୍ତ୍ତମାନ ଲଗାତାର ବର୍ଷାରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଛି। ଆଗାମୀ ୫ ଦିନ ମଧ୍ୟରେ କୌଣସି ନୂତନ ପାଣିପାଗ ପ୍ରକ୍ରିୟା ସକ୍ରିୟ ହେବ ନାହିଁ। ସ୍ୱଚ୍ଛ ପାଗ କାରଣରୁ ଗତ ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ୭ ଡିଗ୍ରୀ ହ୍ରାସ ପାଇଥିବା ଜଣାପଡ଼ିଛି।

Also Read: ପ୍ରାକ୍ ମୌସୁମୀ ବର୍ଷା କ'ଣ? କିପରି ଏହା ମୌସୁମୀ ବର୍ଷା ଠାରୁ ହୋଇଥାଏ ଭିନ୍ନ

ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ଅଧିକ ବର୍ଷା ହେତୁ ପ୍ରବଳ ଥଣ୍ଡା ମଧ୍ୟ ଅନୁଭୂତ ହେବ। ବିଗତ କିଛି ଦିନ ହେବ ବର୍ଷା ହେତୁ ପର୍ଯ୍ୟାପ୍ତ ଆର୍ଦ୍ରତା ରହିଛି। ଯେଉଁଥିପାଇଁ ବର୍ତ୍ତମାନ ତାପମାତ୍ରାରେ ହ୍ରାସ ଘଟିଛି। ଯଦିଓ ପ୍ରତିବର୍ଷ ୧୫ ନଭେମ୍ବର ପରେ ଥଣ୍ଡା ଅନୁଭୂତ ହୋଇଥାଏ। ହେଲେ ଏଥର ଅକ୍ଟୋବର ମାସରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଏଭଳି ପରିସ୍ଥିତିରେ ଥଣ୍ଡାର ଅବଧି ମଧ୍ୟ ବଢିବାକୁ ଯାଉଛି। ଅର୍ଥାତ୍ ଏଥର ଶୀତ ଋତୁରେ ଫେବୃଆରୀ ୧୫ ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେବ।