)
କୋଲକାତା: ଆଉ ଦିନ କେଇଟା ପରେ ପଶ୍ଚିମବଙ୍ଗ ନିର୍ବାଚନ। ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପଶ୍ଚିମବଙ୍ଗର ବିଧାନସଭାର ନିର୍ବାଚନ ପ୍ରକ୍ରିୟା । ମେ ୨ ତାରିଖ ପର୍ଯ୍ୟନ୍ତ ଏହି ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ତେବେ ୮ ପର୍ଯ୍ୟାୟରେ ମତ ସାବ୍ୟସ୍ତ କରିବେ ବଙ୍ଗବାସୀ । ତେବେ ଏଥିପାଇଁ ବଙ୍ଗକୁ ନିଜ ଅକ୍ତିଆରକୁ ନେବା ପାଇଁ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କିନ୍ତୁ ଏହି ଲଢେଇ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ଜୋରଦାର ହେବା ବୋଲି ରାଜନୈତିକ ସ୍ଥିତି ପ୍ରକାଶ କରୁଛି ।
ହେଲେ ଏହାରି ମଧ୍ୟରେ ରସଗୋଲା (Rasgulla) କୁ ନେଇ ପୁଣି ଥରେ ଚାଲିଲାଣି ଜୋରଦାର ଚର୍ଚ୍ଚା ।ବର୍ଷ ୧୯୬୭ରେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସକୁ ଛାଡ଼ି ଏକ ନୂଆ ଦଳ କରିଥିବା ଅଜୟ ମୂଖାର୍ଜୀ (Ajoy Mukherjee) ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପୂର୍ବରୁ ପ୍ରଦେଶରେ କଂଗ୍ରେସର ସରକାର ଥିଲା ଓ ପ୍ରଫୁଲ୍ଲ ଚନ୍ଦ୍ର ସେନ ମୁଖ୍ୟମନ୍ତ୍ରୀ ଥିଲେ । ସେ ଲୋକପ୍ରିୟ ନେତା ଥିଲେ। ୧୯୬୫ ମସିହାରେ ପ୍ରଫୁଲ୍ଲ ଚନ୍ଦ୍ର ସେନଙ୍କୁ ଜଣାପଡ଼ିଲା ଯେ, ପଶ୍ଚିମବଙ୍ଗରେ ଥିବା ଲୋକମାନଙ୍କୁ ପର୍ଯ୍ୟାପ୍ତ ପରିମାଣର କ୍ଷୀର ପିଇବାକୁ ମିଳୁନାହିଁ ।
କାରଣ ଖୋଜିବାରୁ ଜଣାପଡି଼ଲା ଯେ, ଛେନାର ମିଠା ବା ରସଗୋଲା (Rasgulla) ତିଆରି କରିବାରେ ଅଧିକ କ୍ଷୀର ବ୍ୟବହାର କରାଯାଉଛି । ସେଥିପାଇଁ ସେ କ୍ଷୀରରେ ତିଆରି କରାଯାଉଥିବା ମିଠା ଉପରେ ବ୍ୟାନ ଲଗାଇଦେଲେ । ଏହି କାରଣ ଯୋଗୁଁ ପଶ୍ଚିମବଙ୍ଗ (West Bengal) ରେ ଲୋକପ୍ରିୟ ରସଗୋଲା ତିଆରି ହେବା ବନ୍ଦ ହୋଇଗଲା । ରସଗୋଲା ପ୍ରେମୀ ରାଗିଯିବା ପରେ ଏହା ପରେ ହେବାକୁ ଥିବା ନିର୍ବାଚନରେ ହାରିଯାଇଥିଲେ ପ୍ରଫୁଲ୍ଲ ଚନ୍ଦ୍ର ସେନ ।
ଆଜି ବି ପଶ୍ଚିମବଙ୍ଗ ରାଜନୀତି (West Bengal Politics) ରେ ରସଗୋଲା ମିଠା (Rasgulla) ର ବହୁତ ଚାହିଦା ରହିଛି । କେଉଁ ବି ରାଜନୈତିକ ଦଳର ଅଭିଯାନ ବିନା ରସଗୋଲାରେ ଦେଖାଯାଇନାହିଁ । ମାଟିର ପାତ୍ର, ସେଥିରେ ରହିଥିବା ଭରା ରସଗୋଲା କେବଳ ଯେ, ପଶ୍ଚିମବଙ୍ଗର ପରିଚୟ ତାହା ନୁହେଁ, ତାର ମିଠାସ୍ ର ଦିୱାନା ପୁରା ଦେଶ ।