ଏବେ କୃଷକଙ୍କ ଆନ୍ଦୋଳନର ଭାଗ୍ୟ କଣ ହେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ଶୁକ୍ରବାର କୃଷକ ନେତା ରାକେଶ ଟିକାୟତ ନିଜ ଟ୍ୱିଟରରେ ଏକ ଆହ୍ୱାନ ଦେଇଛନ୍ତି। ଯାହା ପରେ ସରକାରଙ୍କ ଚିନ୍ତା ଆହୁରି ବଢିଯାଇଛି।
Trending Photos
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ଆଜି ୧୦୦ ଦିନ ପୁରୁଛି। ବାଦ ବିବାଦ ଓ ଅନେକ ପ୍ରତିକୂଳ ପରିସ୍ଥିତି ଭିତରେ ଦିଲ୍ଲୀ ସୀମାରେ ଲକ୍ଷ ଲକ୍ଷ କୃଷକ ଧାରଣରେ ବସିଛନ୍ତି। ପ୍ରାୟ ୪୦ ଦିନ ପୂର୍ବେ ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଶେଷ ଥର ପାଇଁ ଆଲୋଚନା ହୋଇଥିଲା। ତେବେ ଏବେ କୃଷକଙ୍କ ଆନ୍ଦୋଳନର ଭାଗ୍ୟ କଣ ହେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ଶୁକ୍ରବାର କୃଷକ ନେତା ରାକେଶ ଟିକାୟତ ନିଜ ଟ୍ୱିଟରରେ ଏକ ଆହ୍ୱାନ ଦେଇଛନ୍ତି। ଯାହା ପରେ ସରକାରଙ୍କ ଚିନ୍ତା ଆହୁରି ବଢିଯାଇଛି।
କେନ୍ଦ୍ର ସରକାର (Central Govt) ଙ୍କ ୩ଟି କୃଷି ଆଇନ (Farm Act) କୁ ବିରୋଧ କରିବା ସହ MSP ଗ୍ୟାରେଣ୍ଟି ଦାବି କରି ଦେଶବ୍ୟାପୀ କୃଷକ ଆନ୍ଦୋଳନ ଚାଲିଛି। ପ୍ରାୟ BJP ଶାସିତ ରାଜ୍ୟରେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ଅନ୍ୟମାନେ ବିରୋଧ କରୁଛନ୍ତି। ବିଶେଷ କରି ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶ, ରାଜସ୍ଥାନରେ ଏହାର ଅଧିକ ପ୍ରଭାବ ଦେଖାଦେଇଛି। ଜୁନରୁ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚାଲିଛି। ତେବେ ଜାତୀୟ ରାଜଧାନୀ ଦିଲ୍ଲୀ ସାମାରେ ଏହାକୁ ଶୁକ୍ରବାର ୧୦୦ ଦିନ ପୁରିଛି।
Also Read: Bengal Election 2021: ଶିବଙ୍କ ଶରଣରେ ମମତା, ରାମଙ୍କ ଭରସାରେ କିଏ?
ଏହି ଅବସରରେ ଆଜି କୃଷକ ନେତା (Rakesh Tikait) ଆଜି ମାରାଥନ ଟ୍ୱିଟ୍ କରୁଛନ୍ତି। ସେ କହିଛନ୍ତି ଯେ, ଦେଶରେ ଆଗକୁ ଯେଉଁ କୃଷକ ଆନ୍ଦୋଳନ (Farme Act) ହେବ ସେଥିରେ ଆଉ ବାରିକେଡ୍ ରହିବ ନାହିଁଯ ଯଦି ରହିବ ତେବେ ତାକୁ ଭଙ୍ଗା ଯିବ। ଫସଲର ଫଇସଲା କୌଣସି ବେପାରି ନୁହେ, କୃଷକ କରିବ। ବର୍ତ୍ତମାନ କୃଷକଙ୍କ ଏକ ଲମ୍ବା ଲଢେଇ ଲଢିବାକୁ ହେବ। ଏଥିପାଇଁ ଗୋଟିଏ ଗାଁରୁ ୧୦ ଦିନ ପାଇଁ ଗୋଟିଏ ଟ୍ରାକ୍ଟର, ୧୫ ଜଣ ଲୋଡା।
ସେପଟେ ଆନ୍ଦୋଳନକାରୀ କୃଷକମାନେ ଆସନ୍ତାକାଲି ଅର୍ଥାତ ଶନିବାର କୁଣ୍ଡଳୀ-ମାନେସର-ପଲବର ଏକ୍ସପ୍ରେସ୍ ୱେ (Express Way) କୁ ବନ୍ଦ କରିବେ। ପୂର୍ବାହ୍ଣ ୧୧ ଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏକ୍ସପ୍ରେସ୍ ୱେର ସ୍ଥାନେ ସ୍ଥାନେ ବନ୍ଦ ପାଳନ କରାଯିବ। ଏହାକୁ ଅନେକ ରାଜନୈତିକ ଦଳ ଗୁଡିକ ସମର୍ଥନ କରୁଛନ୍ତି। କୃଷକ ଆନ୍ଦୋଳନ ସମର୍ଥନରେ ଶୁକ୍ରବାର ସପା ଅଧ୍ୟକ୍ଷ ଅଖିଲେଶ ଯାଦବ (Akhilesh Yadav) ଅଲ୍ଲିଗଡରେ ମହାପଞ୍ଚାୟତ କରିଛନ୍ତି। ସଭାରେ ପ୍ରାୟ ୨୦ ହଜାର ଲୋକ ସାମିଲ ହୋଇଥିଲେ।
Also Read: ମୋଦି ସରକାରଙ୍କ ଏହି ସ୍କିମରେ ମିଳୁଛି ଶସ୍ତା ସୁନା, ମାର୍ଚ୍ଚ ୫ ଯାଏ କିଣିବାର ସୁଯୋଗ
ସୂଚନାଯୋଗ୍ୟ, କୃଷକଙ୍କ ସମସ୍ୟା (Farmers Issue) ର ସମାଧାନ ପାଇଁ ସରକାର ଓ କୃଷକ ନେତାଙ୍କ ମଧ୍ୟରେ ୧୧ ଥର ଆଲୋଚନା ହୋଇଛି। କିନ୍ତୁ ସେଥିରୁ କୌଣସି ନିଷ୍କର୍ଷ ବାହରି ନାହିଁ। ଶେଷ ଥର ପାଇଁ ଜାନୁଆରୀ ୨୩ରେ ବୈଠକ ବସିଥିଲା। ବଜେଟ ଅଧିବେଳସ ବେଳେ କୃଷକଙ୍କ ଠାରୁ ଗୋଟିଏ ଫୋନ କଲ୍ ଦୂରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) କହିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ଡେଡଲକ୍ ଭଳି ଅଛି। ସେପଟେ ସରକାରଙ୍କ ନିରବତାକୁ ନେଇ କୃଷକମାନେ କିଛି ବଡ ଘଟଣା ଘଟିବା ନେଇ ଆଶଙ୍କା କରୁଛନ୍ତି।