ମନ୍ତ୍ରୀ ଗିରଫ ହେବାକୁ ନେଇ ମୁହଁ ଖୋଲିଲେ ଦିଦି; କହିଲେ-'ତୁମେ କାଳି ଫିଙ୍ଗିଲେ ମୋ ପାଖେ ଆଲକାତାର ଅଛି'
Advertisement

ମନ୍ତ୍ରୀ ଗିରଫ ହେବାକୁ ନେଇ ମୁହଁ ଖୋଲିଲେ ଦିଦି; କହିଲେ-'ତୁମେ କାଳି ଫିଙ୍ଗିଲେ ମୋ ପାଖେ ଆଲକାତାର ଅଛି'

Mamata Banerjee: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସତ୍ୟ ବାହାରକୁ ଆସିବା ଉଚିତ କିନ୍ତୁ ଏକ ସମୟ ସୀମା ମଧ୍ୟରେ । ସେ କହିଛନ୍ତି ଯେ ଯଦି ବିଜେପି ଭାବୁଛି କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରି ଏହା ମୋ ଦଳକୁ ଭାଙ୍ଗିପାରିବ, ତେବେ ଏହା ଭୁଲ ଅଟେ ।"

 

ସାଙ୍କେତିକ ଫଟୋ

Mamata Banerjee : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ (West Bengal Chief Minister) ମମତା ବାନାର୍ଜୀ ନିଜ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ(Partha Chatterjee) ଗିରଫଦାରୀକୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ ଦୁର୍ନୀତି କିମ୍ବା କୌଣସି ଭୁଲକୁ ସମର୍ଥନ କରେ ନାହିଁ । ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାଙ୍କୁ ଦଣ୍ଡ ଦିଆଯିବା ଉଚିତ୍, କିନ୍ତୁ ମୁଁ ମୋ ବିରୁଦ୍ଧରେ ଚାଲିଥିବା କୁତ୍ସିତ ଅଭିଯାନକୁ ନିନ୍ଦା କରୁଛି ।'

ମମତା ବାନାର୍ଜୀ କହିଛନ୍ତି ଯେ ମାମଲାର ସତ୍ୟତା ବାହାରକୁ ଆସିବା ଉଚିତ କିନ୍ତୁ ଏକ ସମୟ ସୀମା ମଧ୍ୟରେ । ତୃଣମୂଳ କଂଗ୍ରେସର (TMC) ସଭାପତି ମମତା ବାନାର୍ଜୀ ବିଜେପିକୁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଯଦି ବିଜେପି ଭାବୁଛି କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରି ଏହା ମୋ ଦଳକୁ ଭାଙ୍ଗିପାରିବ, ତେବେ ଏହା ଭୁଲ ଅଟେ ।"

ସେ କହିଛନ୍ତି, "ମୁଁ ଭୋଗ ପାଇଁ ନୁହେଁ, ତ୍ୟାଗ ପାଇଁ ରାଜନୀତି କରୁଛି । ମେହୁଲ ଚୋକସି ଓ ନିରବ ମୋଦି ଅଛନ୍ତି । କ'ଣ ସେମାନେ ୱାଶିଂ ମେସିନରେ ସଫା ହୋଇଛନ୍ତି? ଯଦି ଆପଣ ମୋ ଉପରେ କାଳୀ ଓ କାଦୁଅ ଫିଙ୍ଗ, ତେବେ ମୋ ପାଖରେ ମଧ୍ୟ ଅଲକାତାର ଅଛି ଓ ଏହା କୌଣସି ୱାଶିଂ ମେସିନରେ ଧୋଇବ ନାହିଁ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦିନ ପଶ୍ଚିମବଙ୍ଗ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସ୍କୁଲରେ ଚାକିରି ଦେବାର କଥିତ ଠକେଇ ଅଭିଯୋଗରେ ଗିରଫ କରିଛି । ଏହି ସଂସ୍ଥା ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଗିରଫ କରିଛି, ଯାହାଙ୍କ ପାଖରୁ ୨୧ କୋଟି ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି । ୨୦୧୪ ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ମନ୍ତ୍ରୀ ଥିବା ଚାଟାର୍ଜୀଙ୍କୁ ମଧ୍ୟ ଏହି ଦୁର୍ନୀତି ସଂପର୍କରେ ଚଳିତ ବର୍ଷ ଏପ୍ରିଲ ଓ ମେ' ମାସରେ ସିବିଆଇ ପଚରାଉଚୁରା କରିଥିଲା ।

ଏସଏସସି ସ୍କାମ ମାମଲାରେ ଗିରଫ ହୋଇଥିବା ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଆଜି AIIMS କୁ ପଠାଯାଇଥିଲା, ଲୋକମାନେ ହସ୍ପିଟାଲ ବାହାରେ 'ଚୋର-ଚୋର' କରି ଚିଲେଇବା ଆରମ୍ଭ କରିଥିଲେ । ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ କଥିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଗିରଫ କରିଛି । ଦୁଇ ଦିନ ଧରି ଇଡି ହେପାଜତକୁ ପଠାଯିବା ପରେ ଟିଏମସି ନେତା ଅସୁସ୍ଥ ଥିବା ଅଭିଯୋଗ କରିଥିଲେ । ଏହା ପରେ ତାଙ୍କୁ ଶନିବାର ସନ୍ଧ୍ୟାରେ ଏସ୍‌କେଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ବି ପଢ଼ନ୍ତୁ: ପଶ୍ଚିମବଙ୍ଗର ଆକ୍ସନ ମୁଡରେ CBI; ୭ ଜଣ ଗିରଫ, ଜାଣନ୍ତୁ ମାମଲା

ଏହା ବି ପଢ଼ନ୍ତୁ: ଦ୍ରୌପଦୀ ମୁର୍ମୁଙ୍କୁ ସ୍କୁଲରେ ବଦଳାଇବାକୁ ପଡିଥିଲା ନିଜ ନାମ, ଜାଣନ୍ତୁ ଏହା ପଛରେ ଥିବା କାହାଣୀ