ପଶ୍ଚିମବଙ୍ଗର ଆକ୍ସନ ମୁଡରେ CBI; ୭ ଜଣ ଗିରଫ, ଜାଣନ୍ତୁ ମାମଲା
Advertisement
Article Detail0/zeeodisha/odisha1273503

ପଶ୍ଚିମବଙ୍ଗର ଆକ୍ସନ ମୁଡରେ CBI; ୭ ଜଣ ଗିରଫ, ଜାଣନ୍ତୁ ମାମଲା

West Bengal: ସିବିଆଇର ଜଣେ ଅଧିକାରୀ କହିବା ଅନୁଯାୟୀ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରଣବ ବରକେଟ, ପ୍ରୀତମ ରାୟ ସରକାର, ରତନ ରାୟ ସରକାର, ଲିଟୋନ ସିଲ, ଲିଟୋନ ଭୌମିକ, ନକୁଲ ରାୟ ସରକାର, ବିଶ୍ୱଜିତ ବର୍ମନ ଅଛନ୍ତି ।

ସାଙ୍କେତିକ ଫଟୋ

CBI Action In West Bengal: ପଶ୍ଚିମବଙ୍ଗରେ (West Bengal) ନିର୍ବାଚନ ପରବର୍ତ୍ତୀ ହିଂସା (Post-election violence) ସମୟରେ ଶ୍ରୀଧର ଦାସଙ୍କ ହତ୍ୟା ଘଟଣାର ତଦନ୍ତ ବେଳେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତମାନଙ୍କୁ ପଶ୍ଚିମବଙ୍ଗର କୋଚ ବିହାର (Cooch Vihar),କୋଲକାତା (Kolkata) ଓ ଜୟପୁରରୁ (Jaipur) ଗିରଫ କରାଯାଇଥିଲା । ଗିରଫ ପରେ ସିବିଆଇ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେଇଛି ।

ସିବିଆଇର ଜଣେ ଅଧିକାରୀ କହିବା ଅନୁଯାୟୀ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରଣବ ବରକେଟ, ପ୍ରୀତମ ରାୟ ସରକାର, ରତନ ରାୟ ସରକାର, ଲିଟୋନ ସିଲ, ଲିଟୋନ ଭୌମିକ, ନକୁଲ ରାୟ ସରକାର, ବିଶ୍ୱଜିତ ବର୍ମନଙ୍କ ସାମିଲ ଅଛନ୍ତି । ସିବିଆଇ ଅନୁଯାୟୀ, ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହିଂସା ସହ ଜଡିତ ୧୯ ଅଗଷ୍ଟ ୨୦୨୧ ରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା ।

ଏହି ମାମଲା ପୂର୍ବରୁ ପଶ୍ଚିମବଙ୍ଗର କୋଚ ବିହାର ଜିଲ୍ଲା ଅନ୍ତର୍ଗତ ଦିନହଟା ପୋଲିସ ଷ୍ଟେସନରେ FIR ନମ୍ବର ୩୪୧/୨୦୨୧ ରେ ପଞ୍ଜୀକୃତ ହୋଇଥିଲା । ୨୫ ଜୁନ୍ ୨୦୨୧ ରେ ତଦନ୍ତ ପାଇଁ ସିବିଆଇ ଏହି ମାମଲା ଗ୍ରହଣ କରିଥିଲା । ଏହି ମାମଲାରେ ଅଭିଯୋଗ ହୋଇଛି ଯେ ୦୪ ମେ' ୨୦୨୧ ଦିନ ପ୍ରାୟ ୨ଟା  ସମୟରେ ଶ୍ରୀଧର ଦାସଙ୍କୁ ଅଜ୍ଞାତ ଅଭିଯୁକ୍ତମାନେ ବାଡି, କାଠ ଫାଳିଆ, ଲୁହା ରଡରେ ଅତି ନିର୍ମମ ଭାବେ ପିଟିଥିଲେ । ଏହା ବି ପଢ଼ନ୍ତୁ: ଲୋକସଭାରୁ ନିଲମ୍ବିତ ହେଲେ ୪ କଂଗ୍ରେସ ସାଂସଦ, ଜାଣନ୍ତୁ କ'ଣ ରହିଛି କାରଣ

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଯେତେବେଳେ ପୀଡିତାଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ଆସିଥିଲେ, ସେତେବେଳେ ତାଙ୍କୁ ମଧ୍ୟ ଅଭିଯୁକ୍ତମାନେ ଅତି ନିର୍ମମ ଭାବେ ପିଟିଥିଲେ । ଏହି ଘଟଣା ପରେ ଦାଶଙ୍କୁ ଦିନହଟା ହସ୍ପିଟାଲରେ ଓ ପରେ କୋଚ ବେହେରାର ଅନ୍ୟ ହସ୍ପିଟାଲ / ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ୨୧ ଜୁନ୍ ୨୦୨୧ ରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ । ଏହା ବି ପଢ଼ନ୍ତୁ: ଦ୍ରୌପଦୀ ମୁର୍ମୁଙ୍କୁ ସ୍କୁଲରେ ବଦଳାଇବାକୁ ପଡିଥିଲା ନିଜ ନାମ, ଜାଣନ୍ତୁ ଏହା ପଛରେ ଥିବା କାହାଣୀ

ଏହା ସହିତ ସିବିଆଇ ପଶ୍ଚିମବଙ୍ଗର କୋଚ ବେହେରାର ପ୍ରାୟ ୮ ଟି ସ୍ଥାନରେ ସର୍ଚ୍ଚ କରଯାଇଥିଲା, ଯେଉଁଥିପାଇଁ ଆପତ୍ତିଜନକ ଦଲିଲ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା । ଗିରଫ ପରେ ଅଭିଯୁକ୍ତଙ୍କୁ ଦକ୍ଷ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ସେମାନଙ୍କୁ ପଚରାଉଚରା ପାଇଁ ସିବିଆଇ ହେପାଜତକୁ ପଠାଯାଇଛି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି ।

ଏହା ବି ପଢନ୍ତୁ: Vicky Katrina Death Threat: କ୍ୟାଟ୍ରିନା-ବିକିଙ୍କୁ ମିଳିଲା ହତ୍ୟା ଧମକ; ଜାଣନ୍ତୁ ପୂରା ଘଟଣା