Whatsapp: ଭାରତରେ କାହିଁକି ୬୫ ଲକ୍ଷ ଆକାଉଣ୍ଟ ବ୍ୟାନ୍ କଲା ହ୍ବାଟସ୍ ଆପ୍
Advertisement
Article Detail0/zeeodisha/odisha1763816

Whatsapp: ଭାରତରେ କାହିଁକି ୬୫ ଲକ୍ଷ ଆକାଉଣ୍ଟ ବ୍ୟାନ୍ କଲା ହ୍ବାଟସ୍ ଆପ୍

Whatsapp Banned:  କମ୍ପାନୀ ପକ୍ଷରୁ ମଇ ୧ ୩୧ ତାରିଖରୁ ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇଣ୍ଟରନେଟ୍ ମିଡିଆ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ସଶକ୍ତ କରିବାକୁ କେନ୍ଦ୍ର ନିକଟରେ ଅଭିଯୋଗ ଆପିଲ୍ କମିଟି ମଧ୍ଯ ଆରମ୍ଭ କରିଛି।

ସୌ(ସୋସିଆଲ ମିଡିଆ)

Whatsapp Banned: ଭାରତରେ ପ୍ରାୟ ୬୫ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ହ୍ବାଟସ୍ ଆପ୍ (Whatsapp) । ବହୁ ଭାରତୀୟ ଗ୍ରାହକଙ୍କ ଅଭିଯୋଗ ପାଇବା ପରେ କମ୍ପାନୀ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। କମ୍ପାନୀ ପକ୍ଷରୁ ମଇ ୧ ୩୧ ତାରିଖରୁ ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇଣ୍ଟରନେଟ୍ ମିଡିଆ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ସଶକ୍ତ କରିବାକୁ କେନ୍ଦ୍ର ନିକଟରେ ଅଭିଯୋଗ ଆପିଲ୍ କମିଟି ମଧ୍ଯ ଆରମ୍ଭ କରିଛି।

୬୫ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଲା ହ୍ବାଟସ୍ ଆପ୍

ରିପୋର୍ଟରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ହ୍ବାଟସ୍ ଆପ୍ ୬୫,୦୮,୦୦୦ଟି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଏଥିମଧ୍ୟରୁ ପ୍ରାୟ ୨୪,୨୦,୭୦୦ଟି ଆକାଉଣ୍ଟକୁ ବିନା କୌଣସି ଅଭିଯୋଗରେ କମ୍ପାନୀ ଦ୍ୱାରା ବନ୍ଦ କରାଯାଇଛି ।

ଏପ୍ରିଲ ମାସରେ ବନ୍ଦ ହୋଇଥିଲା ୭୪ ଲକ୍ଷ ଆକାଉଣ୍ଟ

ସୂଚନଯୋଗ୍ୟ, ଦେଶର ସବୁଠାରୁ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍ ଆପ୍ ( Whatsapp) ଲାଗି ଗତ ମଇ ମାସରେ ୩,୯୧୨ ଆକାଉଣ୍ଟକୁ ବ୍ୟାନ କରିବା ନେଇ ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ହ୍ବାଟସ୍ ଆପ୍ ୨୯୭ଟି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

କେନ୍ଦ୍ର ପକ୍ଷରୁ ଆରମ୍ଭ ହୋଇଛି ଅଭିଯୋଗ ଆବେଦନ କମିଟି

ଲକ୍ଷ ଲକ୍ଷ ଭାରତୀୟ ସୋସିଆଲ ମିଡିଆ (social media) ବ୍ୟବହାରକାରୀଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ନିକଟରେ ଅଭିଯୋଗ ଆପିଲେଟ୍ କମିଟି (GAC) ଆରମ୍ଭ କରିଛି, ଯାହା ବିଷୟବସ୍ତୁ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସେମାନଙ୍କ ଚିନ୍ତାଧାରାକୁ ଦେଖିବ। ବିଗ୍ ଟେକ୍ କମ୍ପାନୀଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଦେଶର ଡିଜିଟାଲ୍ ନିୟମକୁ ( Digital rules) ମଜବୁତ କରିବା ପାଇଁ ନୂତନ ଭାବେ ଗଠିତ ପ୍ୟାନେଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ( social media platform) ନିଷ୍ପତ୍ତି ବିରୁଦ୍ଧରେ ବ୍ୟବହାରକାରୀଙ୍କ ଆବେଦନକୁ ଦେଖିବ।

ଏହା ବି ପଢନ୍ତୁ-MO BUS: ଗଡ଼ିବ ଆଉ ୨୦୦ଟି ‘ମୋ ବସ’, ରାଜଧାନୀରେ ଖୁବଶୀଘ୍ର ଚାଲିପାରେ ଇ-ବସ୍! ଜାଣନ୍ତୁ କେବେ ?

ଏହା ବି ପଢନ୍ତୁ-Indian Railways: ଦେଶର ଏମିତି ଏକ ରେଳ ଷ୍ଟେସନ ଯେଉଁଠାରୁ ସବୁ ରାଜ୍ୟକୁ ମିଳିଥାଏ ଟ୍ରେନ!

ଏହି ଅଭିଯୋଗ ପରେ ଫେସବୁକ୍ ଓ ଇନଷ୍ଟାଗ୍ରାମର କାର୍ଯ୍ୟାନୁଷ୍ଠାନ

ଅଭିଯୋଗ ପାଇବା ପରେ ଫେସବୁକ୍ (Facebook) ଓ ଇନଷ୍ଟାଗ୍ରାମ (Instagram) ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୨୭ ପ୍ରତିଶତ ଅଭିଯୋଗ ଉପରେ ଫେସବୁକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଇନଷ୍ଟାଗ୍ରାମ ( Instagram) ପ୍ରାୟ ୪୦ ପ୍ରତିଶତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏପ୍ରିଲରେ ହୋଇଥିବା ଆକଳନ ଅନୁଯାୟୀ, ମଇ ମାସରେ ଫେସବୁକରେ ବ୍ୟକ୍ତିଗତ ଅଭିଯୋଗ ଦ୍ୱିଗୁଣିତ ହୋଇ ୧୬,୯୯୫କୁ ବୃଦ୍ଧି ପାଇଥିବା ବେଳେ ଇନଷ୍ଟାଗ୍ରାମରେ ଏହା ୬୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ଏହା ବି ପଢନ୍ତୁ-Dengue: ଡେଙ୍ଗୁ ଆତଙ୍କ! ହଟସ୍ପଟ୍ ପାଲଟିଲା ରାଜଧାନୀର ଏହି ୩ ଅଞ୍ଚଳ

ଏହା ବି ପଢନ୍ତୁ-Dhenkanal News: ପ୍ରେମିକ ସହ ଫେରାର୍ ହେଲା ଗର୍ଭବତୀ ସ୍ତ୍ରୀ , ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

ଏହା ବି ପଢନ୍ତୁ-IPS Sagarika Nath: IPS ସାଗରିକା ନାଥଙ୍କ ବାପା,ମା’ଙ୍କଠୁ ଲୁଟ୍‌, ରାସ୍ତାରେ ଗାଡି଼ ଅଟକାଇ ଟଙ୍କା ସୁନା ଛଡାଇ ନେଲେ ଲୁଟେରା