ତାଙ୍କର ଅବସ୍ଥା ଭଲ ଥିଲା, ହେଲେ ଆମେରିକାରେ ମହାମାରୀ ଆରମ୍ଭ ହେବା ମାତ୍ରେ ପରିସ୍ଥିତି ବଦଳି ଯାଇଥିଲା ।
Trending Photos
ୱାଶିଂଟନ: ଭାରତ , ଆମେରିକା ହେଉ କିମ୍ବା ଦୁନିଆର ଅନ୍ୟ କୌଣସି ଦେଶ ହେଉ, ନିର୍ବାଚନ ଏବଂ ପୂର୍ବାନୁମାନର ଦୀର୍ଘ ଦିନର ସମ୍ପର୍କ ରହିଛି । ରାଷ୍ଟ୍ରପତି ନିର୍ବାଚନ (USA President Election) ପାଇଁ କାଉଣ୍ଟଡାଉନ୍ (Countdown) ଗଣନା କରୁଥିବା ଆମେରିକାରେ ବର୍ତ୍ତମାନ ଭବିଷ୍ୟବାଣୀ ସମୟ ଚାଲିଛି । ଅନେକ ଆମେରିକୀୟ ନିର୍ବାଚନ ଫଳାଫଳ ପୂର୍ବାନୁମାନ କରିବାକୁ ଚେଷ୍ଟା କରୁଛନ୍ତି, ହେଲେ ସମସ୍ତଙ୍କ ଆଖି ଜଣେ ବ୍ୟକ୍ତିଙ୍କ ଉପରେ ରହିଛି ସେ ହେଉଛନ୍ତି ଆଲାନ୍ ଲିଚମ୍ୟାନ (Allan Lichtman) ।
ଯଦିଓ ଆଲାନ୍ ଲିଚମ୍ୟାନ୍ ବୃତ୍ତି ଅନୁଯାୟୀ ଇତିହାସ ପ୍ରଫେସର, ତଥାପି ତାଙ୍କୁ ବିରଳ ବିଶେଷଜ୍ଞଙ୍କ ମଧ୍ୟରେ ଗଣାଯାଏ । ଯିଏ ୧୯୮୪ ପରଠାରୁ ଆମେରିକାର ସମସ୍ତ ନିର୍ବାଚନର ସଠିକ୍ ପୂର୍ବାନୁମାନ କରିଛନ୍ତି । ବର୍ତ୍ତମାନର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (USA Prez Donald Trump) ଏବଂ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ (Ex Vice President Joe Biden) ବାବଦରେ କରିବାକୁ ଥିବା ଭବିଷ୍ୟବାଣୀ ଉପରେ ସମସ୍ତେ ନଜର ରଖିଛନ୍ତି।
ନିର୍ବାଚନ ପୂର୍ବାନୁମାନ ପାଇଁ ଲିଚମାନ 'ଦି କି ଟୁ ଦ ହ୍ୱାଇଟ ହାଉସ' (The Key to the White House) ନାମକ ଏକ ମଡେଲକୁ ବିକଶିତ କରିଛନ୍ତି । ଲିଚମାନ ୧୩ଟି ପ୍ରଶ୍ନ କିମ୍ବା ପ୍ରସଙ୍ଗ ନେଇ ଏହି ମଡେଲ ପ୍ରସ୍ତୁତ କରିଛନ୍ତି, ଯାହାର ଉତ୍ତର ସେ ଠିକ କିମ୍ବା ଭୁଲ ଆଧାରରେ ଦିଅନ୍ତି । ଏହା ଠାରୁ ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ବାବଦରେ ପୂର୍ବାନୁମାନ କରଛନ୍ତି । ଏହି ମଡେଲ୍ ଅନୁଯାୟୀ, ଯଦି ଅଧିକାଂଶ ପ୍ରଶ୍ନର ଉତ୍ତର ଠିକ୍ ଆସେ, ତାହେଲ ବର୍ତ୍ତମାନର ରାଷ୍ଟ୍ରପତି ପୁନର୍ବାତ ନିର୍ବାଚିତ ହେବେ ନଚେତ୍ ଦେଶର ନେତୃତ୍ୱ ଅନ୍ୟ ଜଣେ ନୂତନ ବ୍ୟକ୍ତିଙ୍କ ହାତରେ ରହିବ ।
ଚଳିତ ବର୍ଷ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ (USA President Election 2020) ବାବଦରେ ଲିଚମ୍ୟାନ କରିଥିବା ପୂର୍ବାନୁମାନ ଅନୁସାରେ ୧୯୯୨ ମସିହାରେ ଏହା ପ୍ରଥମ ଥର ଲାଗି ହେବାକୁ ଯାଉଛି ଯେଉଁଠି ତତ୍କାଳୀନ ରାଷ୍ଟ୍ରପତି ତାଙ୍କ ଆସନ ହରାଇବେ । ସେହି ସମାନ ବର୍ଷରେ ହୋଇଥିବା ନିର୍ବାଚନରେ ବିଲ୍ କ୍ଲିଣ୍ଟନ୍ (Bill Clinton) ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଏଚ୍ ଡବ୍ଲୁ ବୁଶ (George H.W Bush) ଙ୍କୁ ପରାସ୍ତ କରି ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିଥିଲେ । ଏଥର ଏହି ସମ୍ଭାବନା ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ କ୍ଷେତ୍ରରେ ଦେଖିବାକୁ ମିଳିପାରେ । ଲିଚମ୍ୟାନଙ୍କ ଅନୁଯାୟୀ, ଚଳିତ ବର୍ଷ ସେ ତାଙ୍କର 'ଦି କି ଟୁ ଦ ହ୍ୱାଇଟ ହାଉସ' ମଡେଲରେ ପୂର୍ବାନୁମାନ କରିବା ଲାଗି ନେଇଥିବା ପ୍ରଶ୍ନର ଉତ୍ତର ନାଁରେ ୭ଟି ଏବଂ ହଁରେ ୬ଟି ପୂରଣ କରିଛନ୍ତି ।
ଆମେରିକୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନରେ ହାରିବାର ସବୁଠାରୁ ବଡ କାରଣ ହେଉଛି କରୋନା ମହାମାରୀର ମୁକାବିଲା ଠିକ ଭାବରେ କରିନାହାଁନ୍ତି । ତାଙ୍କର ଅବସ୍ଥା ଭଲ ଥିଲା, ହେଲେ ଆମେରିକାରେ ମହାମାରୀ ଆରମ୍ଭ ହେବା ମାତ୍ରେ ପରିସ୍ଥିତି ବଦଳି ଯାଇଥିଲା । ଏହା ବ୍ୟତୀତ ଦେଶର ସାମାଜିକ ଏବଂ ଜାତିଗତ ପ୍ରସଙ୍ଗ ମଧ୍ୟ ଟ୍ରମ୍ପଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରେ ।
ସେ ଏହା ମଧ୍ୟ କହିଛନ୍ତି ଯେ ଟ୍ରମ୍ପ ଏବଂ ରିପବ୍ଲିକାନ ପାର୍ଟିର ସଦସ୍ୟଙ୍କ ପାଇଁ ଏହା ଏକ ବିରଳ ସମୟ, ଯେତେବେଳେ ଅର୍ଥନୀତି ଏବଂ ସମ୍ଭାବ୍ୟ ବିଜୟ ମାତ୍ର ଏକ ମାସ ମଧ୍ୟରେ ଓଲଟପାଲଟ ହୋଇଗଲା । ଏସବୁ ନଭେମ୍ବର ୩ ତାରିଖରେ ତାଙ୍କର ପତନର କାରଣ ହେବ । ତଥାପି ଲୋକେ ୨୦୨୦ ନିର୍ବାଚନକୁ ଦେଶର ଇତିହାସରେ ସବୁଠାରୁ ଅପ୍ରତ୍ୟାଶିତ ନିର୍ବାଚନ ବୋଲି କହୁଛନ୍ତି । ଏହା ମଧ୍ୟ ଜଣା ପଡିବ ଯେ ଲିଚମ୍ୟାନଙ୍କ ପ୍ରକୃତ ଭବିଷ୍ୟବାଣୀର ଯାତ୍ରା ୩୫ ବର୍ଷ ପରେ ମଧ୍ୟ ଜାରି ରହୁଛି କି ନାହିଁ ।