କାବୁଲ: ବିଗତ ୨୦ ବର୍ଷ ଧରି ଆଫଗାନ ମାଟିରେ ଆତଙ୍କବାଦ ବିରୋଧି ଯୁଦ୍ଧ ଲଢୁଥିବା ସୈନିକଙ୍କୁ ସ୍ୱଦେଶ ଫେରାଇ ନେବା ଲାଗି ଘୋଷଣା କରିବାର ୧୫ ଦିନ ପରେ ସମଗ୍ର ଆଫଗାନିସ୍ତାନକୁ ଦଖଲ କରିନେଇଛି ତାଲିବାନ। ଏବେ ସେଠାର ପୁଣିଥରେ ୨ ଦଶନ୍ଧି ପରେ ତାଲିବାନ ସରକାର ଗଠନ ହେବା ନେଇ  ରାସ୍ତା ପରିଷ୍କାର ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ବିନା କୌଣସି ବଡ ଧରଣର ଯୁଦ୍ଧ ଲଢି ଦେଶର ଦୁଇ-ତୃତୀୟାଂଶ ଅଞ୍ଚଳକୁ ଦଖଲ କରିନେଇଛି ତାଲିବାନ। ବର୍ତ୍ତମାନ ଦେଶର ୩୪ ପ୍ରଦେଶରୁ ୨୭ ପ୍ରଦେଶ ଏବେ ସିଧାସଳଖ ତାଲିବାନ ନିୟନ୍ତ୍ରଣରେ ରହିଛି। ହେଲେ ଏବେ ପ୍ରଶ୍ନ ଉଠୁଛି ୩ ଲକ୍ଷ ସୈନିକ ବିଶିଷ୍ଟ ଆଫଗାନ ସେନା କିପରି ପ୍ରାୟ ୭୫ ହଜାର ତାଲିବାନ ମୁଜାହିଦ୍ଦୀନଙ୍କ ଆଗରେ ଅତ୍ମସମର୍ପଣ କରିଦେଲା। ତାଲିବାନ ବିରୋଧି ଲଢେଇରେ ଆଫଗାନ ସେନାର ଏପରି ଶୋଚନୀୟ ପରାଜୟ ପଛରେ କାରଣ କ'ଣ ରହିଛି ତାହାର ଗୁମର ଖୋଲିଯାଇଛି। '


Also Read: ଆଫଗାନ ସଂକଟକୁ ନେଇ ବାଇଡେନଙ୍କ ବିରୁଦ୍ଧରେ ବର୍ଷିଲେ ଟ୍ରମ୍ପ; ଦାବି କଲେ ଇସ୍ତଫା


 


ତାଲିବାନ ବିରୋଧି ଲଢେଇରେ ଆଫଗାନ ସେନା ପରାଜୟ ବରଣ କରିବାର ମୁଖ୍ୟ କାରଣ ହେଉଛି ଦୁର୍ନୀତି। ଗତବର୍ଷ ଆଫଗାନିସ୍ତାନରୁ ଆସିଥିବା ଏକ ରିପୋର୍ଟ ସାରା ବିଶ୍ୱର ନଜର ନିଜ ଆଡକୁ ଟାଣିନେଇଥିଲା। ଏଥିରେ ଦର୍ଶାଯାଇଥିଲା ଦିନକୁ ୩ ଥର ଆବଶ୍ୟକୀୟ ପରିମାଣରେ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥିଲେ ଆଫଗାନ ସୈନ୍ୟ। ଏପରିକି ସୈନିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବ୍ୟୟବରାଦ କରାଯାଉଥିବା ବଜେଟ କେବଳ କାଗଜ କଲମରେ କାର୍ଯ୍ୟକାରୀ ହେଉଥିଲା।  


ବାସ୍ତବ କ୍ଷେତ୍ରରେ କହିବାକୁ ଗଲେ ଆଫଗାନ ସରକାରଙ୍କ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟସେବାର ପ୍ରକୃତ ଲାଭ ପାଇବାରୁ ବଞ୍ଚିତ ହେଉଥିଲା ଆଫଗାନ ସେନା। ଖାଦ୍ୟ ଅଭାବ ବ୍ୟତୀତ ଚିରା ଫଟା ହୋଇଯାଇଥିବା ଆର୍ମୀ ୟୁନିଫର୍ମ ଏବଂ ଫାଟିଯାଇଥିବା ଜୋତା ପିନ୍ଧି ବିଭିନ୍ନ ପ୍ରକାର ସମୟରେ କାର୍ଯ୍ୟ କରୁଥିଲେ ଆଫଗାନ ସୈନିକ। କହିବାକୁ ଗଲେ ଖାଦ୍ୟ, ବସ୍ତ୍ର ଭଳି ମୌଳିକ ସୁବିଧା ସେନା ନିକଟରେ ପହଞ୍ଚାଇବାର ବିଫଳ ଆଫଗାନ ସରକାର।


Also Read: Taliban ଆଗରେ Surrender କରିଦେଲା Kabul! କାହାର ହେବେ ଲାଭ, କିଏ ସହିବ କ୍ଷତି?


ନିଜେ ଭୋଗୁଥିବା ଏପରି ମୌଳିକ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ଆଫଗାନ ସେନ୍ୟ। କେବଳ ସୈନିକ ଏ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଆଫାଗନ ରାଜନେତା। ଗତ ୨୦୧୭ ସେପ୍ଟମ୍ବର ଦେଶ ସୈନ୍ୟବାହିନୀରେ କାର୍ଯ୍ୟରତ ସୈନିକଙ୍କ ସମସ୍ୟା ବାବଦରେ ଦେଶର ସରକାରଙ୍କୁ ଜଣାଇଥିଲେ ଆଫଗାନ ସେନା କମାଣ୍ଡର ଜେନେରାଲ ଜିୟାଜିଦ୍ଦୀନ। ମାତ୍ରା ସେହି ସମୟରୁ ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ଆଫଗାନ ସରକାର।


ଆଫଗାନ ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଲାଞ୍ଚ ଅଥବା ଅନ୍ୟ କୌଣସି ଉପାୟରେ ଆର୍ମୀ କ୍ୟାଣ୍ଟିନରେ ଖାଦ୍ୟ ଯୋଗାଇବା ଦାୟିତ୍ୱ ନେଇଯାଉଥିଲା। ଯାହାର ଫଳ ସ୍ୱରୂପ ଏହା କଣ୍ଟ୍ରାକ୍ଟର ମାଲାମାଲ ହେଉଥିବା ବେଳେ ଆବଶ୍ୟକୀୟ ପରିମାଣର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥିଲେ ଆଫଗାନ ସୈନିକ। ଏହି କଳାଟଙ୍କା କାରବାର ବେଶ ଲମ୍ବା ସମୟ ଧରି କଣ୍ଟ୍ରାକ୍ଟର ଠାରୁ ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ହେଉଥିଲା। ଗତ ୨୦୧୧ ମସିହାରେ ସ୍ଥାନୀୟ ଗଣମାଧ୍ୟମରେ ବିଭାଗୀୟ ଦୁର୍ନୀତି ବାବଦରେ ପ୍ରତିକ୍ରିୟା ରଖି ଗିରଫ ହେବା ପରେ ଜେଲ ଯାଇଥିଲେ ପଶ୍ଚିମ ଆଫଗାନିସ୍ତାନରେ କାର୍ଯ୍ୟରତ ସେନା ଗୁଇନ୍ଦା ବିଭାଗ ମୁଖ୍ୟ ମୋହମ୍ମଦ ନଇମ ଗହୟୋର।   


Also Read: 103 Days War: ଜାଣନ୍ତୁ କିପରି ସମଗ୍ର Afghan ଦଖଲ କରିନେଲା Taliban


ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଗତ ୨୦୧୮ ବର୍ଷରେ ଆଫଗାନିସ୍ତାନ ସେନାରେ କାର୍ଯ୍ୟରତ ମୋଟ ସୈନିକଙ୍କ ମଧ୍ୟରୁ ୧୦ ପ୍ରତିଶତ ସୈନ୍ୟ ଦୁର୍ଘଟଣା ଅଥବା ବିଭିନ୍ନ କାରଣରୁ ଚାକିରୀ ଛାଡି ଦେଇ ଚାଲି ଯାଇଥିଲେ। କେବଳ ସେତିକି ନୁହେଁ ଆଫଗାନ ସେନା ବାହିନୀରେ ଅନେକ ଭୂତ ସୈନିକ କାର୍ଯ୍ୟରତ ଥିଲେ। ସେମାନଙ୍କ ମାଧ୍ୟମରେ ବେଶ ମୋଟା ଅଙ୍କର ଲାଭ କମାଇବାରେ ସକ୍ଷମ ହୋଇଥିଲେ ଆଫଗାନ ସେନା ଅଧିକାରୀ।


Also Read: Taliban Rule in Afghan: ମିଳିବ କି ସ୍ୱୀକୃତି, ବଦଳି ଯିବକି ବିଶ୍ୱ ରାଜନୀତି?


କହିବାକୁ ଗଲେ ଆଫଗାନିସ୍ତାନ ସେନାବାହିନୀରେ ଏପରି ସୈନିକ କାମ କରୁଥିଲେ ଯାହାର ସେନା ସହ ବାସ୍ତବ ରୂପେ କୌଣସି ସମ୍ପର୍କ ନଥିଲା। କେବଳ ସ୍ଥାନୀୟ ସରକାରଙ୍କ ରିପୋର୍ଟରେ ସେମାନେ ସୈନିକ ଥିଲେ। ଏପରି ଭ୍ରଷ୍ଟ୍ରାଟର କାରଣରୁ ଆଫଗାନ ସେନା ତାଲିବାନ ଆଗରେ ଆତ୍ମସମର୍ପଣ କରିଥିବା ନେଇ ସ୍ପଷ୍ଟଭାବେ ଜଣାପଡୁଛି।