Israel Gaza War: ଇସ୍ରାଏଲ ଶକ୍ତିଶାଳୀ ହେବା ପଛର ୫ ବଡ଼ କାରଣ
Advertisement

Israel Gaza War: ଇସ୍ରାଏଲ ଶକ୍ତିଶାଳୀ ହେବା ପଛର ୫ ବଡ଼ କାରଣ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ଯରେ ଯୁଦ୍ଧରେ ହଜାର ହଜାର ବଳି ପଡିଲେଣି । ମଧ୍ଯପ୍ରାଚ୍ୟରେ ମୁସଲିମ ରାଷ୍ଟ୍ରଙ୍କ ଭିତରେ ଗୋଟିଏ ମାତ୍ର ଇହୁଦି ରାଷ୍ଟ୍ର ନିଜ ଜନ୍ମକାଳରୁ ଅସ୍ଥିତ୍ୱର ଲଢେଇ ଲଢି ଆସୁଛି । ଡେଥ୍ ଟୁ ଇସ୍ରାଏଲର ନାରା ଦେଇ ଇସ୍ରାଏଲକୁ ଜନ୍ମକାଳରେ ହିଁ ମାରିବାକୁ ଚାହୁଁଛନ୍ତି ଆରବ ରାଷ୍ଟ୍ର । କିନ୍ତୁ ବାରମ୍ବାର ଇସ୍ରାଏଲ ହାତରେ

Israel Gaza War: ଇସ୍ରାଏଲ ଶକ୍ତିଶାଳୀ ହେବା ପଛର ୫ ବଡ଼ କାରଣ

Israel Gaza War: ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ଯରେ ଯୁଦ୍ଧରେ ହଜାର ହଜାର ବଳି ପଡିଲେଣି । ମଧ୍ଯପ୍ରାଚ୍ୟରେ ମୁସଲିମ ରାଷ୍ଟ୍ରଙ୍କ ଭିତରେ ଗୋଟିଏ ମାତ୍ର ଇହୁଦି ରାଷ୍ଟ୍ର ନିଜ ଜନ୍ମକାଳରୁ ଅସ୍ଥିତ୍ୱର ଲଢେଇ ଲଢି ଆସୁଛି । ଡେଥ୍ ଟୁ ଇସ୍ରାଏଲର ନାରା ଦେଇ ଇସ୍ରାଏଲକୁ ଜନ୍ମକାଳରେ ହିଁ ମାରିବାକୁ ଚାହୁଁଛନ୍ତି ଆରବ ରାଷ୍ଟ୍ର । କିନ୍ତୁ ବାରମ୍ବାର ଇସ୍ରାଏଲ ହାତରେ ପରାସ୍ତ ହୋଇଛନ୍ତି ଇସଲାମିକ ରାଷ୍ଟ୍ର । ଜନସଂଖ୍ୟା ଓ ଆୟତନ ଦୃଷ୍ଟିରୁ କ୍ଷୁଦ୍ର ଗୋଟିଏ ଦେଶ କେମିତି ଆରବର ବଡ଼ ଶକ୍ତିମାନଙ୍କୁ ଆଙ୍ଗୁଠି ଦେଖାଇ ଆସୁଛି ? କ’ଣ ପାଇଁ ଆରବର ସବୁ ଦେଶ ଏକାଠି ହୋଇ ମଧ୍ଯ ଇସ୍ରାଏଲକୁ ପରାସ୍ତ କରି ପାରୁନାହାନ୍ତି ? ଏହା ପଛରେ ଅଛି ଇସ୍ରାଏଲର ୫ ସିକ୍ରେଟ୍ । ଆସନ୍ତୁ ଆଜି ଜାଣିବା ସେହି ୫ ସିକ୍ରେଟ୍ ବାବଦରେ ଯାହା ଛୋଟେ ମିଆଁ ଇସ୍ରାଏଲକୁ କରିଛି ଆରବ ଦୁନିଆର ବଡେ ମିଆଁ.. 

ଇସ୍ରାଏଲୀ ଶକ୍ତିର ପ୍ରଥମ ସିକ୍ରେଟ୍ : ଆର୍ଥ ଶକ୍ତି 
ମରୁଭୂମିକୁ ସୁନା କରିଛି ଇସ୍ରାଏଲ । ଇସ୍ରାଏଲକୁ ପାଲେଷ୍ଟାଇନର ବିଭାଜନ କାଳରେ ଯେତିକି ଭୂଭାଗ ମିଳିଥିଲା ତାହର ୭୦ ପ୍ରତିଶତ ଥିଲା ମରୁଭୂମି । ଇସ୍ରାଏଲୀ ବୈଶୟିକ ଜ୍ଞାନକୌଶଳର ପ୍ରୟୋଗ କରି ସେହି ମରୁଭୂମିକୁ ମରୁଦ୍ୟାନ କରିଛନ୍ତି । କୃଷିଠାରୁ ଆଇଟି ସବୁଥିରେ ଇସ୍ରାଏଲ ପାରଙ୍ଗମ । ଇସ୍ରାଏଲର ଜିଡିପି ହେଉଛି ୫୬୪ ବିଲିୟନ ଡଲାର । ଅନ୍ୟପକ୍ଷରେ ପାଲେଷ୍ଟାଇନର ଜିଡିପି ହେଉଛି ୧୯ ବିଲିୟନ ଡଲାର । ଇସ୍ରାଏଲର ବାର୍ଷିକ ମୁଣ୍ଡପିଛା ଆୟ ହେଉଛି ୫୮ ହଜାର ଡଲାର ।  ।ଯେତେବେଳେ କି ପାଲେଷ୍ଟାଇନରେ ମୁଣ୍ଡପିଛା ଆୟ ହେଉଛି ୩ ହଜାର ୭୮୯ ଡଲାର । 

ଦ୍ୱିତୀୟ ସିକ୍ରେଟ୍ : ସାମରିକ ଶକ୍ତି 
ଇସ୍ରାଏଲର ବାର୍ଷିକ ପ୍ରତିରକ୍ଷା ବଜେଟ୍ ହେଉଛି ୨ ଲକ୍ଷ କୋଟି ଟଙ୍କା । ଏହି ବଜେଟ ଇସ୍ରାଏଲର ମୋଟ ଜିଡିପିର ୪.୫ ପ୍ରତିଶତ ଇସ୍ରାଏଲ ସୁରକ୍ଷା ପାଇଁ ଖର୍ଚ୍ଚ କରେ । ବିଶ୍ୱ ସ୍ତରରେ ପ୍ରତିରକ୍ଷା କ୍ଷେତ୍ରରେ ଯେତିକି ଖର୍ଚ୍ଚ ହୁଏ ତାର ଏକ ପ୍ରତିଶତ ଇସ୍ରାଏଲ କରିଥାଏ । କିନ୍ତୁ ଦେଶର ଆକାର ଦୃଷ୍ଟିରୁ ୪.୫ ପ୍ରତିଶତ ଢେର ଅଧିକ । ନିଜ ଜିଡିପିର ୪.୫ ପ୍ରତିଶତ ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବା ମାମଲାରେ ଇସ୍ରାଏଲ ,ଆମେରିକା,ଭାରତ.ଚୀନ ଭଳ ଦେଶଙ୍କୁ ମଧ୍ୟ ପଛରେ ଛାଡ଼ି ଦେଇଛି । ଜିଡିପି ଆଧାରରେ ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ ମାମଲାରେ ଇସ୍ରାଏଲର ସ୍ଥାନ ପୃଥିବୀରେ ଚତୁର୍ଥ । ଏହି ସାମରିକ ଶକ୍ତି ଇସ୍ରାଏଲକୁ ଆରବ ଦୁନିଆରେ ଅପ୍ରତିଦ୍ୱନ୍ଦ୍ୱୀ ଶକ୍ତି କରିଛି । 

ତୃତୀୟ ସିକ୍ରେଟ୍: ରପ୍ତାନୀ 
ଇସ୍ରାଏଲୀ ଆର୍ଥିକ ଶକ୍ତିର ଇଂଜିନ୍ ହେଉଛି ଏହାର ରପ୍ତାନୀ । ଏହି ଛୋଟ ଦେଶଟି ଆମେରିକାଠାରୁ ଭାରତ ସମସ୍ତଙ୍କୁ କିଛି ନା କିଛି ରପ୍ତାନୀ କରି ବୈଦେଶିକ ମୁଦ୍ରା ଅର୍ଜନ କରିଥାଏ । ଇଲେକ୍ଟ୍ରୋନିକ୍ କମ୍ପୋନେଟଠାରୁ ପିଡିଆ ସବୁକିଛି ଇସ୍ରାଏଲ ଅନ୍ୟଦେଶଙ୍କୁ ବିକ୍ରି କରିଥାଏ । ଭାରତ ସହିତ ଏହାର ଆମଦାନୀ-ରପ୍ତାନୀ ହେଉଛି ବାର୍ଷିକ ୧୦ ବିଲିୟନ ଡଲାର । ଯେଉଁଥିରୁ ୮ ବିଲିୟନର ସାମଗ୍ରୀ ଇସ୍ରାଏଲ ଭାରତକୁ ବିକ୍ରି କରିଥାଏ । 

ଚତୁର୍ଥ ସିକ୍ରେଟ୍ : ଡିଫେନ୍ସ ସିଷ୍ଚମ 
ପ୍ରତିରକ୍ଷା ଟେକ୍ନୋଲଜି କ୍ଷେତ୍ରରେ ଇସ୍ରାଏଲର ଦବଦବା ରହିଛି । ଇସ୍ରାଏଲ ଡ୍ରୋନ୍,ବନ୍ଧୁକ,ମିଶାଇଲ ସିଷ୍ଟମର ଆଡଭାନ୍ସ ଭର୍ସନ ତିଆରି କରିବାରେ ଆଗରେ ଅଛି । ଆଇରନ୍ ଡୋମ୍ ଓ ଆଇରନ ବିମ୍ ଭଳି କ୍ଷେପଣାସ୍ତ୍ର ନିରୋଧୀ ସିଷ୍ଟମ ଇସ୍ରାଏଲୀ ଆକାଶମାର୍ଗକୁ ସୁରକ୍ଷିତ କରିଥାଏ । ଆଇରନ୍ ଡୋମ୍ ପାଇଁ ଇସ୍ରାଏଲ ସୁରକ୍ଷିତ ଅଛି । ଏହା ୯୦ ପ୍ରତିଶତ କ୍ଷେପଣାସ୍ତ୍ରକୁ ନିଷ୍କ୍ରୀୟ କରିଦିଏ । ଆଇରନ୍ ଡୋମର ମୁଲ୍ୟ ବାବଦରେ ଯଦି କଥା ହେବା ତେବେ ରିପୋର୍ଟ ଅନୁସାରେ ଏହାର ଦାମ ହେଉଛି ୩ ଲକ୍ଷ କୋଟି ଟଙ୍କା । ପାଲେଷ୍ଟାଇନର ବାର୍ଷିକ ଜିଡିପି ଦେଢ କୋଟି ହୋଇଥିବା ବେଳେ ଆଇରନ ଡୋମର ମୁଲ୍ୟ ଏହାଠାରୁ ଅଧିକ । ଏଇଥିରୁ ଜଣା ପଡେ ଇସ୍ରାଏଲ ଆରବ ରାଷ୍ଟର୍ଙକ୍ ଉପରେ କେତେ ଭାରି । 

ପଂଚମ ସିକ୍ରେଟ୍ : ଇସ୍ରାଏଲର ଆକାର 
ଜନସଂଖ୍ୟା ଓ କ୍ଷେତ୍ରଫଳ ହିସାବରେ ଇସ୍ରାଏଲ ବହୁତ ଛୋଟ । କିନ୍ତୁ ଟେକ୍ନୋଲୋଜି ଏହାକୁ ଶକ୍ତିଶାଳୀ କରିଛି । ଏହାର ଜନସଂଖ୍ୟା ମାତ୍ର ୯୮ ଲକ୍ଷ । ଭାରତର ଉତ୍ତରାଖଣ୍ଡର ଜନସଂଖ୍ଯା ଏକ କୋଟି ୧୦ ଲକ୍ଷ । କ୍ଷେତ୍ରଫଳ ହିସାବରେ ଏହା ଭାରତ ମଣିପୁର ଠାରୁ ମଧ୍ଯ ଛୋଟ । କିନ୍ତୁ ହାଇଟେକ୍ ଅସ୍ତ୍ର ଓ ସାମରିକ ପ୍ରଶିକ୍ଷଣ ପ୍ରାପ୍ତ ନାଗରିକ ଏହାକୁ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିଛି । 

Also Read: Islamic Jihad: ଗାଜା-ଇସ୍ରାଏଲ ଯୁଦ୍ଧରେ ସାମିଲ ହେଲା ଏହି ଆତଙ୍କୀ ସଂଗଠନ, କାହା ଉପରେ ଆକ୍ରମଣ କରୁଛି ସଂଗଠନ ଜାଣନ୍ତୁ ବିସ୍ତୃତରେ

Also Read: Central Government Employees DA Hike: ଦୀପାବଳିରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଉପହାର ଦେଲେ ମୋଦି ସରକାର, ବଢିଲା ୪ ପ୍ରତିଶତ ମହଙ୍ଗା ଭତ୍ତା

Also Read: Odisha News: ହାଓ୍ୱଲା ଟଙ୍କା କାରବାରରେ ଓଡ଼ିଶା ସାଂସଦ!